Murder / ଆମେରିକାରେ ଭାରତୀୟ ବଂଶୋଦ୍ଭବ ମୋଟେଲ୍ ମ୍ୟାନେଜରଙ୍କୁ ହତ୍ୟା

Key Points
ଗୁଳି କରିବା ପୂର୍ବରୁ ରାକେଶଙ୍କୁ "ବନ୍ଧୁ ତୁମେ ଠିକ୍ ଅଛ ତ ?" ବୋଲି ଷ୍ଟେନଲି ପଚାରିଥିଲା । ରାକେଶ କିଛି ପାଦ ଆଗକୁ ବଢ଼ିବା ମାତ୍ରେ ମୁଣ୍ଡକୁ ଗୁଳି କରିଥିଲେ ଷ୍ଟେନଲି ।
ୱାଶିଂଟନ୍: ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ହତ୍ୟା । ଆମେରିକାର ପିଟସବର୍ଗରେ ଜଣେ ଭାରତୀୟ ବଂଶୋଦ୍ଭବ ମୋଟେଲ୍ ମ୍ୟାନେଜରଙ୍କୁ ଅତି ନିକଟରୁ ଅର୍ଥାତ୍ ପଏଣ୍ଟ ବ୍ଲାଙ୍କ୍ ରେଞ୍ଜରୁ ଗୁଳି କରି ହତ୍ୟା କରାଯାଇଛି । ରିପୋର୍ଟ ଅନୁସାରେ, ଏହି ହତ୍ୟାକାଣ୍ଡ ଗତ ସପ୍ତାହରେ ଘଟିଛି ।
ମୃତକ ହେଉଛନ୍ତି, ୫୧ ବର୍ଷୀୟ ରାକେଶ ଏହାଗବାନ । ସେ ରବିନସନ ଟାଉନସିପ୍ରେ ଏକ ମୋଟେଲ୍ ପରିଚାଳନା କରୁଥିଲେ । ତାଙ୍କ ମୋଟେଲ ବାହାରେ ହିଁ ରାକେଶଙ୍କୁ ହତ୍ୟା କରାଯାଇଛି । ଏ ହତ୍ୟାକାଣ୍ଡ ଗତ ଶୁକ୍ରବାର ଘଟିଛି ।
ଏଥିସହ ପଢ଼ନ୍ତୁ: ବଚସାକୁ ନେଇ ପ୍ରଥମେ ବଡ଼ ଭାଇକୁ ଆକ୍ରମଣ, ସାନ ଭାଇକୁ ହତ୍ୟା
ପୋଲିସ ସୂଚନା ଅନୁସାରେ, ମୋଟେଲ୍ ବାହାରେ ଝଗଡ଼ା ହୋଇଥିଲା । ଝଗଡ଼ା ରୋକିବାକୁ ଯାଇଥିବା ରାକେଶଙ୍କୁ ହତ୍ୟା କରାଯାଇଛି । ମୋଟେଲର ସିସିଟିଭିରେ ଗୁଳିମାଡ଼ର ଦୃଶ୍ୟ କଏଦ ହୋଇଛି । ଗୁଳି ମାରିଥିବା ବ୍ୟକ୍ତି ଷ୍ଟେନଲି ୟୁଗେନେ । ଗୁଳି କରିବା ପୂର୍ବରୁ ରାକେଶଙ୍କୁ "ବନ୍ଧୁ ତୁମେ ଠିକ୍ ଅଛ ତ ?" ବୋଲି ଷ୍ଟେନଲି ପଚାରିଥିଲା ।
📱 Get Argus News App
✨
ରାକେଶ କିଛି ପାଦ ଆଗକୁ ବଢ଼ିବା ମାତ୍ରେ ମୁଣ୍ଡକୁ ଗୁଳି କରିଥିଲେ ଷ୍ଟେନଲି । ଆଉ ସେଇଠି ହିଁ ଗୁଳିରେ ଟଳି ପଡ଼ିଥିଲେ ରାକେଶ । ପୋଲିସ ଅନୁସାରେ, କେବଳ ରାକେଶ ନୁହଁନ୍ତି ଷ୍ଟେନଲିଙ୍କ ଗୁଳିରେ ମୋଟେଲ୍ ବାହାରେ ଅନ୍ୟ ଜଣେ ମହିଳାଙ୍କୁ ବି ଗୁଳିମାଡ଼ କରାଯାଇଛି । ଗୁଳିବିନିମୟ ପରେ ପୋଲିସ ଅଭିଯୁକ୍ତ ଷ୍ଟେନଲିକୁ ଧରିବାରେ ସଫଳ ହୋଇଛି ।
ଏଥିସହ ପଢ଼ନ୍ତୁ: କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ; ଆଇନ୍ ଶୃଙ୍ଖଳା ADG କହିଲେ 'ଚିହ୍ନଟ ହୋଇଛନ୍ତି ହିଂସାକାରୀ'
ଷ୍ଟେନଲି ୟୁଗେନେ ପୋଲିସର ଏନକାଉଣ୍ଟରରେ ଆହତ ହୋଇଥିବା ବେଳେ ତାକୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ରେ ଆହତ ଅନ୍ୟ ମହିଳାଙ୍କୁ ବି ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଜଣଙ୍କ ଉକ୍ତ ମୋଟେଲ୍ରେ ରହୁଥିଲେ ।
ଅଭିଯୁକ୍ତ ଜଣଙ୍କ ତାଙ୍କ ଛୁଆ ସହ ରହୁଥିଲେ ବୋଲି ପୋଲିସ କହିଛି । ଶୁକ୍ରବାର ଘଟଣା ଦିନ ମହିଳା ଜଣଙ୍କ ମୋଟେଲରୁ ତାଙ୍କ କାର୍ ନେଇ ଯିବାକୁ ବାହାରିଥିଲେ, ସେହି ସମୟରେ ଷ୍ଟେନଲି କାରକୁ ଗୁଳିମାଡ଼ କରିଥିଲା । ଆଉ ଗୁଳି ବାଜିଥିଲା ମହିଳାଙ୍କ ବେକରେ । ଗୁଳି ଶବ୍ଦ ଶୁଣି ରାକେଶ ବାହାରକୁ ଆସିଥିବା ବେଳେ ଷ୍ଟେନଲି ତାଙ୍କୁ ବି ଗୁଳି କରିଥିଲା ।