|
logo
Live
Argus News App
GET APP

Argus News - ବଚସାକୁ ନେଇ ପ୍ରଥମେ ବଡ଼ ଭାଇକୁ ଆକ୍ରମଣ, ସାନ ଭାଇକୁ ହତ୍ୟା

Crime

Crime In Odisha / ବଚସାକୁ ନେଇ ପ୍ରଥମେ ବଡ଼ ଭାଇକୁ ଆକ୍ରମଣ, ସାନ ଭାଇକୁ ହତ୍ୟା

Sushanta Sahoo
Browse all articles by Sushanta Sahoo
·5 months ago·2 min read
ବଚସାକୁ ନେଇ ପ୍ରଥମେ ବଡ଼ ଭାଇକୁ ଆକ୍ରମଣ, ସାନ ଭାଇକୁ ହତ୍ୟା

Key Points

ଦୁଇ ଭାଇଙ୍କୁ ଆକ୍ରମଣ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଆର୍. ଦାମୋଦର ପଲ୍ଲୀରେ ଛୁରାମାଡ଼ ହୋଇଛି । ପ୍ରଥମେ ବଡ଼ ଭାଇକୁ ଆକ୍ରମଣ ପରେ ସାନ ଭାଇକୁ ହତ୍ୟା କରାଯାଇଛି ।

ଆସିକା: କଥା କଟାକଟିରୁ ଉତ୍ତେଜନା ଆଉ ଛୁରାମାଡ଼ । ଦୁଇ ଭାଇଙ୍କୁ ଆକ୍ରମଣ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଆର୍. ଦାମୋଦର ପଲ୍ଲୀରେ ଛୁରାମାଡ଼ ହୋଇଛି । ପ୍ରଥମେ ବଡ଼ ଭାଇକୁ ଆକ୍ରମଣ ପରେ ସାନ ଭାଇକୁ ହତ୍ୟା କରାଯାଇଛି ।


ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଥମେ ବଡ଼ ଭାଇ ଉପରେ ଆକ୍ରମଣ ହୋଇଥିଲା । ପରେ ସାନ ଭାଇଙ୍କୁ ଛୁରାମାଡ଼ ହତ୍ୟା କରିଛନ୍ତି । ଛୁରାମାଡ଼ରେ ବଡ଼ ଭାଇ ସଞ୍ଜୀବ ରେଡ୍ଡୀ ଗୁରୁତର ଥିବା ବେଳେ ୩୫ ବର୍ଷୀୟ ଡି. ଶଙ୍କର ରେଡ୍ଡୀ ଆଖି ବୁଜିଛନ୍ତି ।


ଏଥିସହ ପଢ଼ନ୍ତୁ: କଟକର ୧୩ ଥାନା ଅଞ୍ଚଳରେ କର୍ଫ୍ୟୁ; ଆଇନ୍‌ ଶୃଙ୍ଖଳା ADG କହିଲେ 'ଚିହ୍ନଟ ହୋଇଛନ୍ତି ହିଂସାକାରୀ'


ରବିବାର ବିଳମ୍ବିତ ରାତିରେ ସଞ୍ଜୀବ ରେଡ୍ଡୀଙ୍କ ସହ ସେହି ଗାଁର ରମେଶ ରେଡ୍ଡୀଙ୍କ କୌଣସି କଥାକୁ ନେଇ ବଚସା ହୋଇଥିଲା । ଆଉ କଥା କଟାକଟିରୁ ସଞ୍ଜୀବଙ୍କୁ ଛୁରିରେ ଆକ୍ରମଣ କରିଥିଲେ ରମେଶ । ବଡ଼ ଭାଇ ଉପରେ ଆକ୍ରମଣ ହେଉଥିବା ଦେଖି ସାନ ଶଙ୍କର ରେଡ୍ଡୀ ପ୍ରତିରୋଧ କରିବା ସହ ବୁଝାଇବାକୁ ଚେଷ୍ଟା କରୁଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହେଲେ ଉତ୍‌କ୍ଷିପ୍ତ ରମେଶ, ଶଙ୍କରର ପେଟରେ ଛୁରି ଭୂସି ଦେଇଥିଲେ । ଗୁରୁତର ଅବସ୍ଥାରେ ଶଙ୍କରକୁ ପ୍ରଥମେ ଆସିକା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ମେଡିକାଲ ନେବା ବାଟରେ ଶଙ୍କରଙ୍କ ମୃତ୍ୟୁ ହୋଇଛି । ଧରାକୋଟ ଥାନା ଛାନଭିନ୍ କରୁଛି ।


ଏଥିସହ ପଢ଼ନ୍ତୁ: ଧାର ଟଙ୍କାକୁ ନେଇ ବଚସା ଆଉ ଛୁରାମାଡ଼ରେ ୩ ଗୁରୁତର


ଗଣ୍ଡଗୋଳ ଓ ଛୁରାମାଡ଼କୁ ନେଇ ଶଙ୍କରକୁ ନେଇ ତାଙ୍କ ବାପା ଗୁରୁମୂର୍ତ୍ତି କହିଛନ୍ତି, "ଆଗରୁ ସେମାନଙ୍କର ରାଗ ଥିଲା । କ'ଣ ଗୋଟେ ଗଣ୍ଡଗୋଳ ହୋଇଥିବାରୁ ବଡ଼ ଛିଡ଼ା ହୋଇଥିବା ବେଳେ ଆକ୍ରମଣ କରିଥିଲା, ସାନକୁ ମାରି ଦେଇ ରମେଶ ଫେରାର୍ ହୋଇ ଯାଇଛି ।"

Related Topics

Explore more stories

Sponsored
Crime In Odisha: ବଚସାକୁ ନେଇ ପ୍ରଥମେ ବଡ଼ ଭାଇକୁ ଆକ୍ରମଣ, ସାନ ଭାଇକୁ ହତ୍ୟା | Argus News