Crime / ସମ୍ପର୍କରେ ରକ୍ତ ଛିଟା...ବାପା ମାଙ୍କୁ ହାଣିଲା ନୃଶଂସ ପୁଅ

Key Points
ଚାନ୍ଦବାଲି ଥାନା ତଳବନ୍ଧ ଗାଁରେ ପାରିବାରିକ କଳହର କରୁଣ ପରିଣତି
ବାପା ମାଙ୍କୁ ହାଣିଲା ନୃଶଂସ ପୁଅ
ଗୁରୁତର ଅବସ୍ଥାରେ ବୃଦ୍ଧ ବାପା-ମା ମେଡିକାଲରେ ଭର୍ତ୍ତି
ଅଭିଯୁକ୍ତ ପୁଅ ଖେରଙ୍ଗ ପଞ୍ଚାୟତ ତଳବନ୍ଧ ଗାଁର ମନୋଜ ନାୟକ
ସମ୍ପର୍କରେ ରକ୍ତ ଛିଟା... ଚାନ୍ଦବାଲି ଥାନା ତଳବନ୍ଧ ଗାଁରେ ପାରିବାରିକ କଳହର କରୁଣ ପରିସ୍ଥିତି l ବାପା ମାଙ୍କୁ ହାଣିଲା ନୃଶଂସ ପୁଅ । ଗୁରୁତର ଅବସ୍ଥାରେ ବୃଦ୍ଧ ବାପା ମାଙ୍କୁ ଉଦ୍ଧାର କରାଯାଇ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ପୁଅ ଖେରଙ୍ଗ ପଞ୍ଚାୟତ ତଳବନ୍ଧ ଗାଁର ମନୋଜ ନାୟକ l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାରେ ତଦନ୍ତ ଆରମ୍ଭ କରିଛି ମତୋ ଫାଣ୍ଡି ପୋଲିସ ।
ଖବର ଅନୁଯାୟୀ, ପାରିବାରିକ କଳହକୁ ନେଇ ବାପା-ମାଆଙ୍କ ସହିତ ପୁଅର ଝଗଡ଼ା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ପୁଅ ଅତି ନୃଶଂସ ଭାବେ ବୃଦ୍ଧ ବାପା-ମାଆଙ୍କୁ ହାଣିଛି। ଯେଉଁଥିରେ ବାପା-ମାଆ ଗୁରୁତର ହୋଇଥିଲେ । ପ୍ରଥମେ ଉଭୟଙ୍କୁ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଅହୁରି ପଢ଼ନ୍ତୁ: ସ୍କୁଟିରେ ଯୁବତୀ ଫେରିବା ବେଳେ ବାଇକ୍ରେ ପିଛା କଲେ... କାର୍ରେ ଅପହରଣ ଉଦ୍ୟମ
ଆକ୍ରମଣ କରିଥିବା ପୁଅ ହେଉଛି ମନୋଜ ନାୟକ । ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ତେବେ ଆକ୍ରମଣରେ ଗୁରୁତର ହୋଇଥିବା ବୃଦ୍ଧ ପିତା ମଧୁସୁଦନ ନାୟକ ଓ ମାଆ ମାଧୁରୀ ନାୟକଙ୍କ ଚିକିତ୍ସା ଏବେ ଜାରି ରହିଛି ।
ଏଥିସହ ପଢ଼ନ୍ତୁ: ବେଙ୍ଗାଳୁରୁରୁ ଗଞ୍ଜାମର ସାର୍ପ ସୁଟର୍କୁ ଧରିଲା ପୋଲିସ, ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ
ସେପଟେ ରିଲ୍ସ ନିଶା ହେଲା କାଳ। ରିଲ୍ସ କରିବା ସମୟରେ ଟ୍ରେନ୍ ଧକ୍କାରେ ନାବାଳକର ମୃତ୍ୟୁ। ଟ୍ରେନ ଲାଇନ ଉପରେ ଠିଆ ହୋଇ ରିଲ୍ସ କରିବା ସମୟରେ ଟ୍ରେନଟି ଦ୍ରୁତ ଗତିରେ ଆସି ମୁଣ୍ଡର ପଛ ପଟରେ ପିଟି ହୋଇ ଆଘାତ ଲାଗିଲା। ଚନ୍ଦନପୁର ଥାନା ଅଧିନ ଜାନକାଦେଇପୁର ଷ୍ଟେସନରେ ଘଟିଛି ଅଘଟଣ।
ସୂଚନାନୁଯାୟୀ ମା' ଦକ୍ଷୀଣକାଳୀଙ୍କୁ ଦର୍ଶନ କରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ମୃତକ ନାବାଳକ ପୁରୀ ଵାସେଳି ସାହି ମଙ୍ଗଳାଘାଟର, ନାବାଳକ ବିଶ୍ବଜିତ ସାହୁ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories