|
logo
Live
Argus News App
GET APP

Argus News - ବେଙ୍ଗାଲୁରୁରୁ ଗଞ୍ଜାମର ସାର୍ପ ସୁଟର୍‌କୁ ଧରିଲା ପୋଲିସ, ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ

Crime

Pitabas Panda Murder Mystery / ବେଙ୍ଗାଲୁରୁରୁ ଗଞ୍ଜାମର ସାର୍ପ ସୁଟର୍‌କୁ ଧରିଲା ପୋଲିସ, ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ

Sushanta Sahoo
Browse all articles by Sushanta Sahoo
·5 months ago·2 min read
ବେଙ୍ଗାଲୁରୁରୁ ଗଞ୍ଜାମର ସାର୍ପ ସୁଟର୍‌କୁ ଧରିଲା ପୋଲିସ, ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ

Key Points

ବ୍ରହ୍ମପୁର ପୋଲିସ ବେଙ୍ଗାଲୁରୁରୁ ଜଣେ ସାର୍ପ ସୁଟର୍‌ଙ୍କୁ ଧରିଥିବା ସୂଚନା ମିଳିଛି । ଖବର ଅନୁସାରେ, ସାର୍ପ ସୁଟର୍ ଜଣଙ୍କ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ପୀତବାସ ପଣ୍ଡାଙ୍କୁ ହତ୍ୟା ପରେ ଫେରାର୍ ହୋଇ ଯାଇଥିଲା ।

ବ୍ରହ୍ମପୁର: ଧରାପଡ଼ିଲା ପୀତବାସ ପଣ୍ଡାଙ୍କୁ ହତ୍ୟା କରିଥିବା ସାର୍ପ ସୁଟର୍ । ବ୍ରହ୍ମପୁର ପୋଲିସ ବେଙ୍ଗାଳୁରୁରୁ ଜଣେ ସାର୍ପ ସୁଟର୍‌ଙ୍କୁ ଧରିଥିବା ସୂଚନା ମିଳିଛି । ଖବର ଅନୁସାରେ, ସାର୍ପ ସୁଟର୍ ଜଣଙ୍କ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ପୀତବାସ ପଣ୍ଡାଙ୍କୁ ହତ୍ୟା ପରେ ଫେରାର୍ ହୋଇ ଯାଇଥିଲା ।

ପୀତବାସଙ୍କୁ ହତ୍ୟା ପରେ ବ୍ରହ୍ମପୁର ପୋଲିସ ଏକାଧିକ ଟିମ୍ ଗଠନ କରିଥିଲା । ପଡ଼ୋଶୀ ଆନ୍ଧ୍ର ସହ ବିହାର, ପଶ୍ଚିମବଙ୍ଗ, ଦିଲ୍ଲୀ ଆଦି ୫ ରାଜ୍ୟରେ ପୋଲିସ ଚଢ଼ାଉ କରିଥିଲା । ପୋଲିସର ସ୍ଵତନ୍ତ୍ର ଟିମ୍ ବେଙ୍ଗାଲୁରୁରୁରେ ଚଢ଼ାଉ କରି ସାର୍ପ ସୁଟର୍‌କୁ ଧରି ବ୍ରହ୍ମପୁର ଆଣିଛି ।

ଏଥିସହ ପଢ଼ନ୍ତୁ: ପୀତବାସ ପଣ୍ଡାଙ୍କୁ ହତ୍ୟା ମାମଲା, ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଲା ପୋଲିସ

ଗୁଳି କରାଯାଇଥିବା ବନ୍ଧୁକ ମଧ୍ୟ ପୋଲିସ ଜବତ କରିଥିବା ସୂଚନା ମିଳିଛି । ସେପଟେ ମଙ୍ଗଳବାର ବିଳମ୍ବିତ ରାତିରୁ ପୋଲିସ ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇ ପଚରାଉଚରା କରୁଛି । ବ୍ରହ୍ମପୁର ଏସ୍‌ପିଙ୍କ ନେତୃତ୍ଵରେ ବିକ୍ରମ ପଣ୍ଡାଙ୍କୁ ତାଙ୍କ ବାସଭବନରୁ ପୋଲିସ ଟିମ୍ ଉଠାଇ ନେଇଥିବା ସୂଚନା ମିଳିଛି ।



ପୋଲିସ ବିକ୍ରମଙ୍କୁ ଉଠାଇ ନେବା ପରେ ବୈଦ୍ୟନାଥପୁର ଥାନାରେ ତାଙ୍କ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଛି । ପୂର୍ବରୁ ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କୁ ଉଠାଇ ନେଇଥିଲା ପୋଲିସ । ଶିବ ଶଙ୍କରଙ୍କ ନାଁରେ ପୂର୍ବରୁ ଏକାଧିକ ମାମଲା ମଧ୍ୟ ରହିଛି । ବିଜେଡି କର୍ପୋରେଟର ମଳୟ ବିଷୋୟୀଙ୍କୁ ଉଠାଇ ନେଇ ପୋଲିସ ପଚରାଉଚରା କରିଥିଲା । ବିଜେଡି ନେତା ମଦନ ଦଳାଇକୁ ମଧ୍ୟ ଉଠାଇ ନେଇଛି ବ୍ରହ୍ମପୁର ପୋଲିସ ।

ଏବେ ପୋଲିସ କବ୍‌ଜାରେ ଜଣେ ଛାତ୍ର ନେତା ଓ ସାର୍ପ ସୁଟର ଥାନାରେ ଅଟକ ଥିବା ସୂଚନା ମିଳିଛି । ରେକି କରିଥିବା ଦୁର୍ବୃତ୍ତଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି । ବିଜେଡିର ଏକାଧିକ ନେତାଙ୍କୁ ପୋଲିସ ଉଠାଇ ନେଇ ପଚରାଉଚରା କରିବା ପରେ ରାଜନୈତିକ ଶତ୍ରୁତାରୁ ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି । ହେଲେ ପୋଲିସ ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ।

କୁମାର ପୂର୍ଣ୍ଣିମା ରାତି ପ୍ରାୟ ୧୦ଟା ସମୟରେ ପୀତବାସ ତାଙ୍କ ଚ୍ୟାମ୍ବରରେ କାମ ସାରି ସ୍କୁଟିରେ ଘରକୁ ଫେରୁଥିଲେ । ଘରଠୁ ମାତ୍ର ୧୦୦ ମିଟର ଦୂରରେ ଥିବା ବେଳେ ବାଇଖ୍‌ରେ ଆସି ଦୁର୍ବୃତ୍ତ ଅତି ପାଖରୁ ଗୁଳି କରିଥିଲେ ।

ଏଥିସହ ପଢ଼ନ୍ତୁ: ଲକ୍ଷ୍ମୀସାଗରରେ ସେକ୍ସ ରାକେଟ ଠାବ ଘଟଣା, ନାବାଳିକା HIV ପଜିଟିଭ୍ ପରେ ଗ୍ରାହକଙ୍କ ଠିକଣା ଖୋଜିବ ପୋଲିସ

ବ୍ରହ୍ମପୁର ପୋଲିସ ୧୦ରୁ ଅଧିକ ଜଣଙ୍କୁ ଅଟକ ରଖି ଜେରା କରୁଥିବା ବେଳେ ଆଜି ଥାନାରୁ ନେଇ ଏସ୍‌ପି ଅଫିସ୍ ଓ କ୍ରାଇମ୍ ସ୍ପଷ୍ଟରେ କଡ଼ା ସୁରକ୍ଷା ଦେଖିବାକୁ ମିଳିଛି । ତେଣୁ, ଆଜି ପୋଲିସ ପୀତବାସଙ୍କ ହତ୍ୟା ଉପରୁ ପରଦା ଉଠାଇବା ସହ କିଛି ଜଣଙ୍କୁ ଗିରଫ କରିବାର ସମ୍ଭାବନା ରହିଛି । ରାଜନୈତିକ ନା ବ୍ୟକ୍ତିଗତ ଓ ବୃତ୍ତିଗତ ବିବାଦକୁ ନେଇ ପୀତବାସଙ୍କୁ ହତ୍ୟା କରାଯାଇଛି ତା'ର ଗୁମର ଖୋଲିପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pitabas Panda Murder Mystery: ବେଙ୍ଗାଲୁରୁରୁ ଗଞ୍ଜାମର ସାର୍ପ ସୁଟର୍‌କୁ ଧରିଲା ପୋଲିସ, ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ | Argus News