Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Crime

Crime In Odisha / ଟପିଗଲେ ନୃଶଂସତାର ସବୁ ସୀମା, ସାମାନ୍ୟ ବ୍ରେଡ୍ ପାଇଁ ବଳଦକୁ ଛୁରି ଭୁସିଦେଲେ ଶିବ

Sushanta Sahoo
Browse all articles by Sushanta Sahoo
·8 months ago·2 min read
ଟପିଗଲେ ନୃଶଂସତାର ସବୁ ସୀମା, ସାମାନ୍ୟ ବ୍ରେଡ୍ ପାଇଁ ବଳଦକୁ ଛୁରି ଭୁସିଦେଲେ ଶିବ

Key Points

ବଳଦଟି ବ୍ରେଡ୍ ନେବାରୁ ରାସନ ଦୋକାନୀ ଶିବ ମହାନ୍ତି ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ । ହାଟର ଗହଳି ଭିତରେ ଦୋକାନରୁ ଛୁରି ଆଣି ଶିବ, ବଳଦଟିକୁ ବାରମ୍ବାର ଆଘାତ କରିଥିଲେ । ଶେଷରେ ବ୍ରେଡ୍ ପାଇଁ ବଳଦଟିର ଜୀବନ ଚାଲି ଯାଇଥିଲା ।

ସମ୍ବଲପୁର: ନୃଶଂସ, ବୀଭତ୍ସ, ଭୟାନକ । ଯେତେ ନିନ୍ଦା କଲେ ବି କମ ପଡ଼ିବ ଶବ୍ଦ । ଦିନର ଜନଗହଳି ଭିତରେ ହଜି ଯାଇଛି ମାନବିକତା । ସାମାନ୍ୟ ବ୍ରେଡ୍ ପାଇଁ ମଣିଷ ହୋଇଛି ରକ୍ତମୁଖା । ୧୦ ଟଙ୍କାର ବ୍ରେଡ୍ ପାଇଁ ଜଣେ ଦୋକାନୀ ବଳଦକୁ ଛୁରୀ ଭୁସି ହତ୍ୟା କରିଛନ୍ତି ।

ଏଭଳି ଅଭାବନୀ, ଅମାନୁଷିକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ହୀରାକୁଦ ଥାନା ଅଞ୍ଚଳରେ । ଯାହାକି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ହୀରାକୁଦ ସହରର ଦୈନିକ ବଜାରରେ ଏଭଲି କାଣ୍ଡ ଭିଆଇ ବନ୍ଧା ହୋଇଛନ୍ତି ତେଜରାତି ଦୋକାନୀ ଶିବ ମହାନ୍ତି । ଶିବଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ହୀରାକୁଦ ଥାନା ପୋଲିସ ।

ଏଥିସହ ପଢ଼ନ୍ତୁ: ପଞ୍ଚୁକରେ ଶ୍ରୀଜୀଉଙ୍କ ଦର୍ଶନ ଲାଗି ଅସମ୍ଭାଳ ଭିଡ଼, ଠେଲାପେଲା ସ୍ଥିତି ପରେ ପୁରୀରେ ପୋଲିସ ଡିଜି

ସୂଚନା ଅନୁସାରେ, ସବୁଦିନ ଭଳି ରବିବାର ବି ହୀରାକୁଦ ସହରର ଦୈନିକ ହାଟରେ ଗହଳି ଜମିଥିଲା । ବେପାର ଜମି ଆସୁଥିବା ବେଳେ ବଢ଼ୁଥିଲେ ଗ୍ରାହକ । ଆଉ ଏହି ସମୟରେ ଶିବ ମହାନ୍ତିଙ୍କ ରାସନ ଦୋକାନ ବାହାରେ ଝୁଲୁଥିବା ଏକ ବ୍ରେଡ୍‌ ପ୍ୟାକେଟକୁ ଭୋକ ବିକଳରେ ଟାଣି ନେଇ ଯାଇଥିଲା ବଳଦଟି ।

ବଳଦଟି ବ୍ରେଡ୍ ନେବାରୁ ରାସନ ଦୋକାନୀ ଶିବ ମହାନ୍ତି ଉତ୍‌କ୍ଷିପ୍ତ ହୋଇ ଉଠିଥିଲେ । ହାଟର ଗହଳି ଭିତରେ ଦୋକାନରୁ ଛୁରି ଆଣି ଶିବ, ବଳଦଟିକୁ ବାରମ୍ବାର ଆଘାତ କରିଥିଲେ । ଶେଷରେ ବ୍ରେଡ୍ ପାଇଁ ବଳଦଟିର ଜୀବନ ଚାଲି ଯାଇଥିଲା ।

ରକ୍ତ ଜୁଡୁବୁଡ଼ୁ ହୋଇ ହାଟର ରାସ୍ତା ଉପରେ ଛଟପଟ ହୋଇଥିଲା ବଳଦଟି । ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟକୁ ଲୋକେ ଖବର ଦେଇଥିଲେ । ଡାକ୍ତର ଆସି ପହଞ୍ଚିବା ବେଳେକୁ ବଳଦଟି ଆଖି ବୁଜି ସାରିଥିଲା । ଘଟଣା ନେଇ ସ୍ଥାନୀୟ ଲୋକଙ୍କ ଏତଲା ପରେ ପୋଲିସ ରାସନ ଦୋକାନୀ ଶିବ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଶିବ ଠାରୁ ରକ୍ତ ଭିଜା ଛୁରି ମଧ୍ୟ ଜବତ କରିଛି ପୋଲିସ ।

ଏଥିସହ ପଢ଼ନ୍ତୁ: ଆଖି ବୁଜିଲେ ଓଡ଼ିଶାର 'ମସଲା କିଙ୍ଗ୍' ଶରତ ସାହୁ, ୫ ହଜାର ଟଙ୍କା ନିବେଶରୁ ଆରମ୍ଭ କରିଥିଲେ ବ୍ୟବସାୟ

ପବିତ୍ର ପଞ୍ଚୁକର ପ୍ରଥମ ଦିନ ଏକାଦଶୀରେ ଶିବ, ବଳଦଟିକୁ ଛୁରି ଭୁସି ହତ୍ୟା କରିବା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ପୁରାଣରେ ବର୍ଣ୍ଣିତ ନନ୍ଦୀଙ୍କୁ ମହାଦେବ ଶିବଙ୍କ ବାହାନ ରୂପେ ମଣିଷ ପୂଜା କରୁଛି । ହେଲେ ଏଠି ଜୀବନ୍ତ ନନ୍ଦୀଙ୍କୁ ଶିବ ନାମ୍ନୀ ମଣିଷ, ସାମାନ୍ୟ ବ୍ରେଡ୍ ପାଇଁ ହତ୍ୟା କରିବାକୁ ପଛାଇ ନାହିଁ । ଶିବ ମହାନ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Sambalpur Shock: Shopkeeper Kills Bull Over ₹10 Bread | Argus News | Argus News