Crime In Odisha / ସ୍ତ୍ରୀ ଗର୍ଭ ନଷ୍ଟ ହେଲା ବୋଲି ମାଆକୁ ମାରିଦେଲା ଜହ୍ଲାଦ ପୁଅ
·3 months ago·2 min read

Key Points
ମାଆ ଯେଉଁ ପୁଅ ପାଇଁ ନିଜ ଜୀବନକୁ ତିଳ ତିଳ କରି ଜାଳି ଦେଇଥିଲା, ସେହି ପୁଅ ଆଜି ନିଜ ହାତରେ ମାଆର ଜୀବନ ନେଇ ଯାଇଛି ।
ବାରିପଦା: ୯ ମାସ ଗର୍ଭ ଯନ୍ତ୍ରଣା ସହି ମାଆ ଜନ୍ମ ଦେଇଥିଲା । ନିଜେ ନ ଖାଇ ନ ପିଇ ପୁଅକୁ ପାଳିପୋଷି ବଡ଼ କରିଥିଲା । ବଢ଼ିଲା ପୁଅକୁ ବାହା କରାଇ ନାତି ନାତୁଣୀଙ୍କୁ କୋଳରେ ଧରିବାକୁ ଆଶା ରଖିଥିଲା । ମାଆ ଯେଉଁ ପୁଅ ପାଇଁ ନିଜ ଜୀବନକୁ ତିଳ ତିଳ କରି ଜାଳି ଦେଇଥିଲା, ସେହି ପୁଅ ଆଜି ନିଜ ହାତରେ ମାଆର ଜୀବନ ନେଇ ଯାଇଛି ।
ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳରେ । ବଡ଼ଜମାବଣି ଫାଣ୍ଡି ଅନ୍ତର୍ଗତ ଭାଲିଆଡିହା ପଞ୍ଚାୟତ କଲରାଫୁଲିଆ ଗାଁରେ ପୁଅ, ମାଆକୁ ହତ୍ୟା କରିଛି । ଘର ଆଗରେ ମାଆର ମୃତଦେହ ପଡ଼ିଥିବା ବେଳେ ଧାର ଧାର ହୋଇ ପଡ଼ିଛି ରକ୍ତ ।
ଏଥିସହ ପଢ଼ନ୍ତୁ: ଦଳର ଚିହ୍ନକୁ ହାତରେ ପିନ୍ଧି ବୁଲୁଥିଲେ ଅଜିତ ପାୱାର; ଦାମ୍ କେତେ, କେଉଁ କମ୍ପାନୀର ?
ଅନ୍ଧବିଶ୍ଵାସରୁ ହତ୍ୟା
ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ପୁଅ ତପନ ସିଂ (୩୩ ବର୍ଷ)ଙ୍କ ସ୍ତ୍ରୀଙ୍କ ଗର୍ଭରେ ଛୁଆ ନଷ୍ଟ ହୋଇ ଯାଇଥିଲା । ଯାହାକୁ ନେଇ ନିଜ ଜନ୍ମ କଲା ମାଆକୁ ସନ୍ଦେହ କରିଥିଲା ତପନ । ୬୦ ବର୍ଷୀୟ ମାଆ ରାଇମଣିଙ୍କୁ ପୁଅ ତପନ ଡାହାଣୀ ବୋଲି ଭାବି ନେଇଥିଲା ।
ସ୍ତ୍ରୀ ଗର୍ଭରେ ଛୁଆ ନଷ୍ଟକୁ ନେଇ ତପନ, ମାଆକୁ ଦାୟୀ କରିଥିଲା । ମନରେ ଅନ୍ଧବିଶ୍ଵାସ ଏତେ ବଢ଼ି ଯାଇଥିଲା ଯେ ଜନ୍ମ କଲା ମାଆକୁ ବି ମାରିବାକୁ ତପନର ହାତ ପଛଘୁଞ୍ଚା ଦେଇ ନଥିଲା । ମନରେ ଟିକିଏ ବି ଅବଶୋଷ ନଥିଲା ।
ଏଥିସହ ପଢ଼ନ୍ତୁ: ସାଟେଲାଇଟ୍ ସର୍ଭେରୁ ଧରାପଡ଼ୁଛି ସତ; ରାସ୍ତା ଓ ନଦୀକୁ ଜମି ଦର୍ଶାଇ କରିଛନ୍ତି ପଞ୍ଜୀକରଣ
ମାଆକୁ ଡାହାଣୀ ସନ୍ଦେହ କରି ତପନ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ରାଇମଣିଙ୍କ ମୁଣ୍ଡ, କାନରୁ ପ୍ରଚୁର ରକ୍ତସ୍ରାବ ହୋଇଥିବା ବେଳେ ସେ ଘର ଆଗରେ ହିଁ ଆଖି ବୁଜି ଦେଇଛନ୍ତି । ଖବର ପାଇ ବେତନଟୀ ତାନା ପୋଲିସ ଅଭିଯୁକ୍ତ ତପନ ସିଂଙ୍କୁ ଗିରଫ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories