Wife Kills Husband / ଛାଡ଼ପତ୍ର ଦେବାକୁ ମନା କଲା ସ୍ବାମୀ, ରାଗରେ ସ୍ତ୍ରୀ କଲା ମର୍ଡର...ରାସ୍ତା କଡ଼ରୁ ମିଳିଲା ମୃତଦେହ
·3 months ago·2 min read

Key Points
ଛାଡ଼ପତ୍ର ଦେବାକୁ ମନାକଲା ସ୍ବାମୀ
ରାଗରେ ସ୍ତ୍ରୀ କଲା ମର୍ଡର
ରାସ୍ତା କଡ଼ରେ ମିଳିଲା ମୃତଦେହ
ରାଗରେ ସ୍ତ୍ରୀ କଲା ମର୍ଡର
ରାସ୍ତା କଡ଼ରେ ମିଳିଲା ମୃତଦେହ
ମହାରାଷ୍ଟ୍ରର ଥାନେ ଜିଲ୍ଲାର ଶାହାପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି । ଛାଡପତ୍ର ଦେବାକୁ ମନା କରିବାରୁ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ । ଆଉ ତାଙ୍କ ଭାଇ ଏବଂ ଅନ୍ୟ ଦୁଇ ସହଯୋଗୀଙ୍କ ସହିତ ମିଶି ତାଙ୍କ ସ୍ବାମୀଙ୍କ ମୃତ୍ୟୁର ଷଡ଼ଯନ୍ତ୍ର କରିଥିଲେ । ଏହି ମାମଲାରେ ପୋଲିସ ମହିଳାଙ୍କ ସମେତ ଚାରି ଜଣଙ୍କୁ ଗିରଫ କରିଛି । ମୃତକ ହେଉଛନ୍ତି କର୍ଣ୍ଣାଟକର ବେଲାରୀ ଜିଲ୍ଲାର ସିରୁଗୁପ୍ପା ଗ୍ରାମର ବାସିନ୍ଦା ଟିପନ୍ନା ।
ନଭେମ୍ବର ୨୫ ତାରିଖରେ ମୁମ୍ବାଇ-ନାସିକ ରାଜପଥ ନିକଟରେ ଏକ ଆଂଶିକ ପୋଡ଼ା ଏବଂ ପଚିଯାଇଥିବା ମୃତଦେହ ମିଳିଥିଲା । ଆଉ ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଆଉ ତଦନ୍ତରୁ ଜଣାପଡ଼ିଛି ଯେ ମୃତକଙ୍କ ତାଙ୍କ ସ୍ତ୍ରୀ ହସିନା ମେହବୁବ ଶେଖଙ୍କ ସହିତ ଘରୋଇ ବିବାଦ ଥିଲା । ଦୁହେଁ ଅଲଗା ରହୁଥିଲେ ଏବଂ ହସିନା ଛାଡପତ୍ର ଚାହୁଁଥିଲେ । କିନ୍ତୁ ଛାଡ଼ପତ୍ର ଦେବାକୁ ଟିପନ୍ନା ସ୍ପଷ୍ଟ ଭାବରେ ମନା କରିଦେଇଥିଲେ । ଯାହା ଫଳରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ପୋଲିସ୍ କହିଛି ।
ଶାହାପୁର ଥାନା ଇନ୍ସପେକ୍ଟର ମୁକେଶ ଧାଙ୍ଗେ କହିଛନ୍ତି ଯେ ହସିନା ତାଙ୍କ ଭାଇ ୩୫ ବର୍ଷୀୟ ଫୟାଜ ଜାକିର ହୁସେନ ଶେଖ ଏବଂ ଅନ୍ୟ ଦୁଇ ସହଯୋଗୀଙ୍କ ସହାୟତାରେ ହତ୍ୟା ଷଡ଼ଯନ୍ତ୍ର କରିଥିଲେ । ନଭେମ୍ବର ୧୭ ତାରିଖରେ ହସିନାଙ୍କ ନିର୍ଦ୍ଦେଶରେ ଫୟାଜ ଯିଏ କି ଜଣେ ଅଟୋ-ରିକ୍ସା ଚାଳକ ଏବଂ ତାଙ୍କ ସାଥୀମାନେ ଟିପନ୍ନାଙ୍କୁ ଗାଡ଼ି ଚଲାଇବାକୁ ନେବା ବାହାନାରେ ନେଇଯାଇଥିଲେ। ସେମାନେ ତାଙ୍କୁ ଶାହାପୁର ନିକଟସ୍ଥ ଏକ ନିର୍ଜନ ଜଙ୍ଗଲ ପରି ଅଞ୍ଚଳକୁ ନେଇଯାଇଥିଲେ, ଯେଉଁଠାରେ ଅଭିଯୁକ୍ତମାନେ ତାଙ୍କୁ ହତ୍ୟା କରିଥିଲେ।
ହତ୍ୟା ପରେ ଅଭିଯୁକ୍ତମାନେ ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ପୋଡ଼ି ଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏଥିରେ ସେମାନେ ବିଫଳ ହୋଇଥିଲେ । ତା'ପରେ ସେମାନେ ମୃତଦେହକୁ ରାଜପଥ ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ । ଯାହା ଫଳରେ ଚିହ୍ନଟ କରିବା କଷ୍ଟକର ହୋଇଯାଇଥିଲା ।
ମୃତଦେହ ଚିହ୍ନଟ କରିବା ପରେ ପୋଲିସ ଗୁଇନ୍ଦା ସୂତ୍ରରୁ, ବୈଷୟିକ ନିରୀକ୍ଷଣ ଏବଂ ପଚରାଉଚରା ମାଧ୍ୟମରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା। ଭାରତୀୟ ଦଣ୍ଡ ସଂହିତାର ଧାରା 103(1) (ହତ୍ୟା) ଏବଂ 238 (ପ୍ରମାଣ ନଷ୍ଟ) ଅନୁଯାୟୀ ହସିନା ଏବଂ ତାଙ୍କ ସହଯୋଗୀମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି । ତଦନ୍ତ ସମୟରେ, ଫୟାଜ ତାଙ୍କ ଭଉଣୀ ହସିନାଙ୍କ ନିର୍ଦ୍ଦେଶରେ ହତ୍ୟା କରିଥିବା ସ୍ୱୀକାର କରିଥିଲେ ।

ଅଧିକ ପଢ଼ନ୍ତୁ: ଚ୍ୟାମ୍ବରରେ ହାତାହାତି ହେଲେ ପୋଲିସ ବାବୁ; ଚାର୍ଜସିଟ୍କୁ ନେଇ IIC ମାରିଲେ ଚାପୁଡ଼ା
ହତ୍ୟା ପରେ ଅଭିଯୁକ୍ତମାନେ ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ପୋଡ଼ି ଦେବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏଥିରେ ସେମାନେ ବିଫଳ ହୋଇଥିଲେ । ତା'ପରେ ସେମାନେ ମୃତଦେହକୁ ରାଜପଥ ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ । ଯାହା ଫଳରେ ଚିହ୍ନଟ କରିବା କଷ୍ଟକର ହୋଇଯାଇଥିଲା ।
ମୃତଦେହ ଚିହ୍ନଟ କରିବା ପରେ ପୋଲିସ ଗୁଇନ୍ଦା ସୂତ୍ରରୁ, ବୈଷୟିକ ନିରୀକ୍ଷଣ ଏବଂ ପଚରାଉଚରା ମାଧ୍ୟମରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିଥିଲା। ଭାରତୀୟ ଦଣ୍ଡ ସଂହିତାର ଧାରା 103(1) (ହତ୍ୟା) ଏବଂ 238 (ପ୍ରମାଣ ନଷ୍ଟ) ଅନୁଯାୟୀ ହସିନା ଏବଂ ତାଙ୍କ ସହଯୋଗୀମାନଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି । ତଦନ୍ତ ସମୟରେ, ଫୟାଜ ତାଙ୍କ ଭଉଣୀ ହସିନାଙ୍କ ନିର୍ଦ୍ଦେଶରେ ହତ୍ୟା କରିଥିବା ସ୍ୱୀକାର କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories