Dusshera / ଭାରତର 'ରାବଣ' ଗାଁ, ୩ ଯୁଗ ପରେ ଆଜି ବି କାନ୍ଦୁଛନ୍ତି ଲୋକେ

Key Points
ଦେଶ ଦଶହରାରେ ଅଧର୍ମର ପ୍ରତୀକ ଭାବେ ରାବଣ କୁଶପୁତ୍ତଳିକା ଦାହ କରେ, ସେତେବେଳେ ଭାରତର ଏକ ଗାଁରେ ପାଳିତ ହୁଏ ଶୋକ । ପୌରାଣିକ କାହାଣୀ ଅନୁସାରେ, ଭାରତର ଏହି ଗାଁ ହେଉଛି ରାବଣର ଜନ୍ମସ୍ଥଳୀ । ଏଠାରେ ରାବଣର ଦହନ ହୁଏନି ବରଂ ତା'ର ବିଦ୍ୟା ଏବଂ ଜ୍ଞାନ ପାଇଁ ଏଠି ପୂଜା କରାଯାଏ ।
ନୂଆଦିଲ୍ଲୀ: ଯେତେବେଳେ ଦେଶ ଦଶହରାରେ ଅଧର୍ମର ପ୍ରତୀକ ଭାବେ ରାବଣ କୁଶପୁତ୍ତଳିକା ଦାହ କରେ, ସେତେବେଳେ ଭାରତର ଏକ ଗାଁରେ ପାଳିତ ହୁଏ ଶୋକ । ପୌରାଣିକ କାହାଣୀ ଅନୁସାରେ, ଭାରତର ଏହି ଗାଁ ହେଉଛି ରାବଣର ଜନ୍ମସ୍ଥଳୀ । ଏଠାରେ ରାବଣର ଦହନ ହୁଏନି ବରଂ ତା'ର ବିଦ୍ୟା ଏବଂ ଜ୍ଞାନ ପାଇଁ ଏଠି ପୂଜା କରାଯାଏ ।
ଏହି ଗାଁ ରହିଛି ଦେଶର ରାଜଧାନୀ ନୂଆଦିଲ୍ଲୀ ଠାରୁ କିଛି ଦୂର ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ନିକଟରେ । ବିସରଖ ନାଁରେ ଖ୍ୟାତ ଏହି ଗାଁରେ ରାବଣ ଜନ୍ମ ହୋଇଥିବା ପୌରାଣିକ କାହାଣୀରେ ବିଶ୍ଵାସ କରାଯାଏ । ଆଉ ସେହି ବିଶ୍ଵାସକୁ ଆଜି ବି ମାନନ୍ତି ଏଠାକାର ବାସିନ୍ଦା ।
ଏଥିସହ ପଢ଼ନ୍ତୁ: ନିଆରା ଦଶହରା, ପୂଜା ପାଆନ୍ତି ନାଗା ସାଧୁ...
ସ୍ଥାନୀୟ ଲୋକ ଓ ପୌରାଣିକ କଥା ଅନୁସାରେ, ବିସରଖ ଗାଁର ନାମ ରାବଣଙ୍କ ପିତା ଋଷି ବିଶ୍ରବାଙ୍କ ନାଁ ଅନୁସାରେ ରହିଛି । ଏହି ଗାଁର ପ୍ରାଚୀନ ନାଁ 'ବିଶ୍ଵେଶରା' ରହିଥିଲା, ଯାହାକି ସମୟ ସହ ବଦଳି ଏବେ 'ବିସରଖ' ଭାବେ ପରିଚିତ ।
ନୋଏଡାର ସରକାରୀ ଗେଜେଟ୍ରେ ମଧ୍ୟ ଏହି ଗାଁର ଐତିହାସିକ ମହତ୍ତ୍ଵର ପ୍ରମାଣ ରହିଛି । ଶିବ ପୁରଣାରେ ଏହି ସ୍ଥାନର ନାଁ ବର୍ଣ୍ଣିତ ରହିଛି । ଯେଉଁଠି ତ୍ରେତୟା ଯୁଗରେ ଋଷି ବିଶ୍ରବାଙ୍କ ଜନ୍ମ ଏହି ସ୍ଥାନରେ ହୋଇଥିଲା ଏବଂ ସେ ସେଠାରେ ଏକ ଶିବଲିଙ୍ଗର ସ୍ଥାପନା କରିଥିଲେ ।
📱 Get Argus News App
✨ଏଥିସହ ପଢ଼ନ୍ତୁ: ନବରାତ୍ରି ବ୍ରତ: କେଉଁ ଦିନ ପିନ୍ଧିବେ କେଉଁ ରଙ୍ଗର ପୋଷାକ ?
ଗାଁରେ ଥିବା ମନ୍ଦିରର ମୁଖ୍ୟ ପୂଜାରୀ କୁହନ୍ତି, "ଏହା ରାବଣଙ୍କ ଜନ୍ମଭୂମି ଅଟେ । ଏହି ସ୍ଥାନ ଋଷି ପୁଲସ୍ୟ ମୁନିଙ୍କ ଆଶ୍ରମ ଥିଲା । ଏଠାରେ ସ୍ଥାପିତ ଶିବଲିଙ୍ଗ ସ୍ଵୟଂ ପ୍ରକଟ ହୋଇଥିଲେ, ଯାହାର ସେବା କରୁଥିଲେ ଋଷି ବିଶ୍ରବା । ଏଠାରେ ଋଷି ବିଶ୍ରବାଙ୍କ ପୁତ୍ର ରାବଣ, କୁମ୍ଭକର୍ଣ୍ଣ, ବିଭୀଷଣ ଓ ଝିଅ ସୁପର୍ଣଖାଙ୍କ ଜନ୍ମ ହୋଇଥିଲା ।"
ରାବଣର ମୂର୍ତ୍ତି ରଖି ପୂଜା ଓ ଯଜ୍ଞ
ଦଶହରାରେ ଦେଶବାସୀ ବେଶ ଧୁମଧାମରେ ରାବଣ ଦହନ କରୁଥିବା ବେଳେ ବିସରଖରେ ନିଆରା ଭାବେ ପାଳିତ ହୁଏ ପର୍ବ । ଗାଁର ଲୋକେ ରାବଣ ମୃତ୍ୟୁରେ ଶୋକ ବ୍ଯକ୍ତ କରନ୍ତି । ଏନେଇ ପୂଜାରୀ ରାମଦାସ କୁହନ୍ତି, "ଏଠାରେ ଦଶହରା ପାଳନ ହୁଏ । କିନ୍ତୁ ରାବଣର କୁଶପତ୍ତଳିକା ଦାହ କରାଯାଏ ନାହିଁ । ଯଜ୍ଞଶାଳା ନିକଟରେ ରାବଣର ମୂର୍ତ୍ତି ରଖି ଯଜ୍ଞ ସହ ପୂଜା କରାଯାଏ ।"
ଗାଁ ଲୋକେ ରାବଣକୁ ଆଜି ବି ସେମାନଙ୍କ ପୂର୍ବଜ ଭାବେ ଦେଖନ୍ତି । ରାବଣକୁ ସେମାନଙ୍କ ପିତା ଭାବେ ସମ୍ମାନ ଦିଅନ୍ତି । ଆଉ ଯେଉଁଥିପାଇଁ ସେମାନେ ରାବଣକୁ ମଧ୍ଯ ପୂଜା କରିଥାନ୍ତି । ଆଉ ଗାଁରେ ରାବଣ ପୂଜା କରୁଥିବା ଶିବଲିଙ୍ଗକୁ ତିନି ଯୁଗ ପରେ ଆଜି ବି ଲୋକେ ପୂଜି ଆସୁଛନ୍ତି । ଭାରତର ବିବିଧ ସଂସ୍କୃତି ଭିତରେ ବିସରଖ ଗାଁର ଏହି ପରମ୍ପରା ବେଶ ନିଆରା । ଦେଶବାସୀଙ୍କ ନଜରରେ ରାବଣ ଅଧର୍ମର ପ୍ରତୀକ ତ ଏଠି ପ୍ରଚଣ୍ଡ ବିଦ୍ଵାନ ।