Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - RSSର ଶତବାର୍ଷିକୀ ସମାରୋହ; କାର୍ଯ୍ୟକ୍ରମରେ ଖାସ୍ ଅନ୍ଦାଜରେ ପହଞ୍ଚିଲେ ସଲମାନ ଖାନ୍

Entertainment

RSS Program / RSSର ଶତବାର୍ଷିକୀ ସମାରୋହ; କାର୍ଯ୍ୟକ୍ରମରେ ଖାସ୍ ଅନ୍ଦାଜରେ ପହଞ୍ଚିଲେ ସଲମାନ ଖାନ୍

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
RSSର ଶତବାର୍ଷିକୀ ସମାରୋହ; କାର୍ଯ୍ୟକ୍ରମରେ ଖାସ୍ ଅନ୍ଦାଜରେ ପହଞ୍ଚିଲେ ସଲମାନ ଖାନ୍
Salman Khan

Key Points

ମୁମ୍ବାଇରେ ଆୟୋଜିତ ହେଲା RSSର ଶତବାର୍ଷିକୀ ସମାରୋହ
କାର୍ଯ୍ୟକ୍ରମରେ ଖାସ୍ ଅନ୍ଦାଜରେ ପହଞ୍ଚିଲେ ସଲମାନ ଖାନ୍
ଭାଇଜାନକୁ ଦେଖି ଉତ୍ସାହିତ ଦର୍ଶକ
ମୁମ୍ବାଇର ନେହେରୁ ସେଣ୍ଟରରେ ଆଜି ଆରଏସଏସର ଶତବାର୍ଷିକୀ ପାଳନ ହୋଇଯାଇଛି । ଏହି ଦୁଇ ଦିନିଆ ସମାରୋହରେ ବଲିଉଡ ଭାଇଜାନ୍ ସଲମାନ ଖାନ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭାଇଜାନ୍ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଭାଷଣ ଶୁଣୁଥିବାର ଦେଖାଯାଇଥିଲା । ବଲିଉଡ ସୁପରଷ୍ଟାର ସଲମାନ ଏକ ଖାସ୍ ଅନ୍ଦାଜରେ କାର୍ଯ୍ୟକ୍ରମରେ ପହଞ୍ଚି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଶନିବାର ୱର୍ଲି ସ୍ଥିତ ନେହେରୁ ସେଣ୍ଟରଠାରେ ‘’100 Years Of Sangh Journey: New Horizons” ଶୀର୍ଷକ ଦୁଇ ଦିବସୀୟ କାର୍ଯ୍ୟକ୍ରମର ପ୍ରଥମ ଦିନ ଥିଲା । ଏହି କାର୍ଯ୍ୟକ୍ରମରେ ଭାଗବତ କହିଥିଲେ ଯେ ଆରଏସଏସ କାହାକୁ ବିରୋଧ ନକରି ଦେଶ ଏବଂ ଜାତୀୟ ଏକତା ପାଇଁ କାମ କରେ ଏବଂ କ୍ଷମତା ଲୋଭ କରେ ନାହିଁ । କାର୍ଯ୍ୟକ୍ରମରେ ବରିଷ୍ଠ ଆରଏସଏସ ନେତା ଏବଂ ବକ୍ତାମାନେ ସମାଜରେ ଆରଏସଏସର ଭୂମିକା ଏବଂ ଏହାର ଭବିଷ୍ୟତ ଦିଗ ଉପରେ ମଧ୍ୟ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆରଏସଏସ ଯାତ୍ରା, ସମାଜରେ ସଙ୍ଘର ଭୂମିକା ଓ ଭବିଷ୍ୟର ବିଚାରଧାରା ଉପରେ ଚର୍ଚ୍ଚା ହୋଇଥିଲା ।

ମୋଦିଙ୍କୁ ନେଇ ଏମିତି କହିଲେ..
ଭାଗବତ ଆହୁରି କହିଥିଲେ, "ସଂଘ ଆରମ୍ଭରୁ ନିଷ୍ପତ୍ତି ନେଇଥିଲା ଯେ ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ସମଗ୍ର ସମାଜକୁ ସଂଗଠିତ କରିବା ଏବଂ ଆଜି ବି ସଂଘ ଏହା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି । ଆରଏସଏସ ଏବଂ ରାଜନୀତି ବିଷୟରେ ଅନେକ କଥା କୁହାଯାଏ । କିଛି ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆରଏସଏସର ପ୍ରଧାନମନ୍ତ୍ରୀ ବୋଲି କୁହନ୍ତି, କିନ୍ତୁ ଭାରତୀୟ ଜନତା ପାର୍ଟି ଏକ ପୃଥକ ରାଜନୈତିକ ଦଳ, ଯଦିଓ ଅନେକ ସ୍ୱେଚ୍ଛାସେବୀ ଏଥିରେ ସକ୍ରିୟ ଏବଂ ପ୍ରଭାବଶାଳୀ ଭୂମିକା ଗ୍ରହଣ କରନ୍ତି ।"

ଭାଗବତ ନିଜ ଭାଷଣରେ ଏହା ମଧ୍ୟ କହିଥିଲେ ଯେ ଭାରତୀୟ ସମାଜ ମଧ୍ୟରେ ସମ୍ପର୍କ କାରବାର ଉପରେ ନୁହେଁ, ବରଂ ଆତ୍ମୀୟତା ଉପରେ ଆଧାରିତ । ଭାରତର ଅନନ୍ତ ପ୍ରକୃତି ଅପରିବର୍ତ୍ତିତ ରହିଛି ।" ଋଷି ଏବଂ ସନ୍ଥମାନଙ୍କ ପରମ୍ପରାକୁ ଉଲ୍ଲେଖ କରି ସେ କହିଥିଲେ ଯେ ଏଠାରେ ସର୍ବଦା ଏକ ଭାବନା ରହିଆସିଛି ଯେ ସମଗ୍ର ବିଶ୍ୱ ଆମର ଏବଂ ଜ୍ଞାନ ସମସ୍ତଙ୍କ ସହିତ ବାଣ୍ଟିବା ଉଚିତ ।

ଏଥିସହ ପଢନ୍ତୁ: ଟି-୨୦ ବିଶ୍ବକପ ଇଣ୍ଡିଆ-ପାକ ମ୍ୟାଚକୁ ନେଇ ଭାରତୀୟ ଷ୍ଟାର କ୍ରିକେଟରଙ୍କ ଶ୍ବଶୁର କହିଲେ ଏମିତି...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Salman Khan Joins RSS centenary celebrations in Mumbai | Argus News