Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Entertainment

Dharmendra Death News Live / ଗ୍ୟାରେଜ୍‌ରେ ଶୋଉଥିଲେ ଧର୍ମେନ୍ଦ୍ର, ଓଭର୍ ଟାଇମ୍ କରି ପାଉଥିଲେ ୨୦୦ ଟଙ୍କା

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଗ୍ୟାରେଜ୍‌ରେ ଶୋଉଥିଲେ ଧର୍ମେନ୍ଦ୍ର, ଓଭର୍ ଟାଇମ୍ କରି ପାଉଥିଲେ ୨୦୦ ଟଙ୍କା

Key Points

ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଗତ ୧୧ ତାରିଖରେ ଗୁଜବ ହୋଇଥିଲା । ଆଉ ଗୁଜବର ଠିକ୍ ୧୪ ଦିନ ପରେ ଧର୍ମେନ୍ଦ୍ର ସମସ୍ତଙ୍କୁ ସତରେ କନ୍ଦାଇ ଚାଲି ଯାଇଛନ୍ତି ।
ମୁମ୍ବାଇ: ଆଉ ନାହାନ୍ତି ବଲିଉଡ୍‌ର ହି ମ୍ୟାନ ଧର୍ମେନ୍ଦ୍ର ଦେଓଲ । ୮୯ ବର୍ଷ ବୟସରେ ଧର୍ମେନ୍ଦ୍ର ଦୁନିଆରୁ ବିଦାୟ ନେଇଛନ୍ତି । ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା ଧର୍ମେନ୍ଦ୍ରଙ୍କ ପରଲୋକ ହୋଇଛି । ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଗତ ୧୧ ତାରିଖରେ ଗୁଜବ ହୋଇଥିଲା । ଆଉ ଗୁଜବର ଠିକ୍ ୧୪ ଦିନ ପରେ ଧର୍ମେନ୍ଦ୍ର ସମସ୍ତଙ୍କୁ ସତରେ କନ୍ଦାଇ ଚାଲି ଯାଇଛନ୍ତି ।

ଏଥିସହ ପଢ଼ନ୍ତୁ: ବିଳାସପୂର୍ଣ୍ଣ ଗାଡି ପ୍ରତି ଥିଲା ଧର୍ମେନ୍ଦ୍ରଙ୍କ ଦୁର୍ବଳତା, ରଖିଥିଲେ ୬୫ ବର୍ଷ ପୁରୁଣା 'ଫିଆଟ୍‌'

ସଂଘର୍ଷରୁ ସଫଳତା

ବଲିଉଡ୍‌ରେ ସଫଳତା ପାଇଥିବା ଧର୍ମେନ୍ଦ୍ରଙ୍କ ଜୀବନ ମଧ୍ୟ ସଂଘର୍ଷ ଭରା ଥିଲା । ସାଧାରଣ ଲୋକଙ୍କ ଭଳି ମୁମ୍ବାଇ ଆସିଥିଲେ ଧର୍ମେନ୍ଦ୍ର । 'ଇଣ୍ଡିଆନ୍ ଆଇଡଲ୍ ୧୧'ରେ ମୁମ୍ବାଇରେ ତାଙ୍କ ସଂଘର୍ଷ ନେଇ ଧର୍ମେନ୍ଦ୍ର କହିଥିଲେ । ୧୯୬୦ରେ ଫିଲ୍ମ "ଦିଲ୍ ଭି ତେରା ହମ୍ ଭି ତେରେ"ରୁ କ୍ୟାରିୟର ଆରମ୍ଭ କରିଥିଲେ ଧର୍ମେନ୍ଦ୍ର । ଧିରେ ଧିରେ ଲୋକଙ୍କ ହୃଦୟରେ ଘର କରି ନେଇଥିଲେ । କିନ୍ତୁ ଏହି ଯାତ୍ରା ଏତେଟା ସହଜ ନଥିଲା ।

୨୦୦ ଟଙ୍କାରେ ଚଳୁଥିଲେ

ପଞ୍ଜାବ ଲୁଧିଆନାରେ ଜନ୍ମିତ ଧର୍ମେନ୍ଦ୍ର ତାଙ୍କ ସଂଘର୍ଷକୁ ମନେ ପକାଇ ଭାବବିହ୍ଵଳ ହୋଇ ଯାଆନ୍ତି । ସେ କହିଥିଲେ, "ମୁମ୍ବାଇ ଆସିବା ପରେ ଆରମ୍ଭରେ ସେ ଗ୍ୟାରେଜରେ ଶୋଉଥିଲେ । ରହିବା ପାଇଁ ମୁମ୍ବାଇରେ ତାଙ୍କ ପାଖରେ ଘର ନଥିଲା । କିନ୍ତୁ ଟଙ୍କା ରୋଜଗାର ନିଶା ତାଙ୍କ ଭିତରେ ରହିଥିଲା । ତେଣୁ ସେ ପାର୍ଟ ଟାଇମ୍ କାମ ଭାବେ ଡ୍ରିଲିଂ ଫାର୍ମରେ କାମ କରୁଥିଲେ, ଯେଉଁଠି ତାଙ୍କୁ ୨୦୦ ଟଙ୍କା ମିଳୁଥିଲା । ଆଉ ସେତିକି ଟଙ୍କାରେ ମୁମ୍ବାଇରେ ଚଳିବା ମୁସ୍କିଲ୍ ଥିଲା । ଅଧିକ ଟଙ୍କା ରୋଜଗାର ପାଇଁ ସେ ଓଭରଟାଇମ୍ କରୁଥିଲେ ।"

ଧର୍ମେନ୍ଦ୍ରଙ୍କ ୧୯୬୦ରେ ହିନ୍ଦୀ ସିନେମାରେ ପାଦ ରଖି ପ୍ରାୟ ୩୦୦ଟି ଚଳଚ୍ଚିତ୍ରରେ କାମ କରିଥିଲେ । ୧୯୭୦ର ମଧ୍ୟ ଭାଗରେ ସେ ଦୁନିଆର ସବୁଠାରୁ ହ୍ୟାଣ୍ଡସମ୍ ପୁରୁଷ ଭାବେ ସ୍ଥାନ ପାଇଥିଲେ । ଧର୍ମେନ୍ଦ୍ରଙ୍କୁ ମିଳିଥିଲା ୱାର୍ଲଡ ଆଇରନ୍ ମ୍ୟାନ୍ ଆୱାର୍ଡ । ତାଙ୍କର ହିଟ୍ ଫିଲ୍ମ ମଧ୍ୟରେ "ସତ୍ୟକାମ", "ଖାମୋସି", "ଶୋଲେ", କ୍ରୋଧି" ଏବଂ "ୟାଦୌଁ କି ବାରାତ" ଆଦି ଅନ୍ୟତମ ।

ଏଥିସହ ପଢ଼ନ୍ତୁ: ୩୦୦ରୁ ଅଧିକ ଫିଲ୍ମରେ କାମ କରିଥିଲେ, ହେଲେ ଶେଷ ଫିଲ୍ମ ଦେଖିବାକୁ ରହିଲେନି...

୨ଟି ବିବାହ କରିଥିଲେ

ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର କରିଥିଲେ ୨ଟି ବିବାହ । ପ୍ରଥମେ ପ୍ରକାଶ କୌରଙ୍କୁ ବିବାହ କରିଥିବା ଧର୍ମେନ୍ଦ୍ର, ହେମା ମାଳିନୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ଧର୍ମେନ୍ଦ୍ରଙ୍କ ଛଅ ଛୁଆ ଅଛନ୍ତି । ଧର୍ମେନ୍ଦ୍ର ଓ ପ୍ରକାଶ କୌରଙ୍କର ୪ଟି ଛୁଆ ସନି ଦେଓଲ, ବବି ଦେଓଲ, ବିଜେତା ଦେଓଲ ଓ ଅଜିତା ଦେଓଲ । ସେହିଭଳି ହେମାମାଳିନୀଙ୍କ ଦୁଇ ଛୁଆ ଈଶା ଓ ଅହାନା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Once Slept in a Garage, Earned ₹200 With Overtime | Argus News | Argus News