Bollywod Wishes / ବିଜୟ ପରେ ବଲିଉଡରେ ପ୍ରଶଂସାର ଛୁଟୁଛି ସୁଅ: ଜଣାଇଲେ ଶୁଭେଚ୍ଛା
·10 months ago·2 min read

Key Points
ଭାରତୀୟ ଟିମ୍ର ଏହି ସଫଳତା ପରେ ଆରମ୍ଭ ହୋଇଛି ସେଲିବ୍ରେସନ୍ । ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାର ସୁଅ । ଆଉ ଏଥରୁ ବାଦ୍ ପଡ଼ିନାହାନ୍ତି ବଲିଉଡ୍ ଷ୍ଟାର୍ମାନେ ।
ଦକ୍ଷିଣ ଆଫ୍ରିକାକୁ ହରାଇ ପ୍ରଥମ ଥର ପାଇଁ ବିଶ୍ବକପ ଜିତିଲା ଭାରତ । ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍ ଜିତି ଦୀର୍ଘ ୫୨ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛି । ନଭି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍ରେ ରବିବାର ରାତିରେ ଭାରତୀୟ ମହିଳା ଦଳ ରୋମାଞ୍ଚକ ଭାବେ ପ୍ରଥମ ଥର ଫାଇନାଲିଷ୍ଟ୍ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍ରେ ହରାଇ ଏହି ଐତିହାସିକ କ୍ଷଣକୁ ସାଉଁଟି ନେଇଛି।
ଟିମ୍ର ଏହି ସଫଳତା ପରେ ଆରମ୍ଭ ହୋଇଛି ସେଲିବ୍ରେସନ୍ । ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାର ସୁଅ । ଆଉ ଏଥରୁ ବାଦ୍ ପଡ଼ିନାହାନ୍ତି ବଲିଉଡ୍ ଷ୍ଟାର୍ମାନେ । ଅନୁଷ୍କା ଶର୍ମା, କରୀନା କପୁର, ପ୍ରିୟଙ୍କା ଚୋପ୍ରାଙ୍କଠାରୁ ଆରମ୍ଭ କରି ହ୍ରିତିକ ରୋଶନଙ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ଟିମ୍ର ଏହି ଐତିହାସିକ ବିଜୟକୁ ସେଲିବ୍ରେଟ୍ କରିଛନ୍ତି । ଖେଳାଳିମାନଙ୍କୁ ଆତ୍ମବିଶ୍ୱାସ ସହିତ ବିଜୟ ହାସଲ କରିବା ପାଇଁ ପ୍ରଶଂସା କରିଛନ୍ତି।
ଏହାସହ ପଢ଼ନ୍ତୁ: ୨୦୨୫ ବିଶ୍ବକପ ଜିତିବା ପରେ ଅବସର ନେବେ ଭାରତୀୟ ମହିଳା ଟିମର କ୍ୟାପଟେନ ହରମନପ୍ରୀତ?
ମହିଳା ବିଶ୍ୱକପ୍ ଫାଇନାଲ୍ ବିଜୟକୁ ପ୍ରଶଂସା କରୁଛି ବଲିଉଡ୍ -
ଭାରତ ଟାଇଟଲ୍ ଜିତିବା ମୁହୂର୍ତ୍ତରେ, ପ୍ରିୟଙ୍କା ଚୋପ୍ରାଙ୍କଠାରୁ କରୀନା କପୁରଙ୍କ ପର୍ଯ୍ୟନ୍ତ ବଲିଉଡ୍ ସେଲିବ୍ରିଟିଙ୍କ ଅଭିନନ୍ଦନର ଜଣାଇଛନ୍ତି । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଇନଷ୍ଟାଗ୍ରାମ୍ ଷ୍ଟୋରିଜ୍ରେ ଟିମ୍ର ଫଟୋ ସେୟାର କରି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, “ ଆମ ଚାମ୍ପିଅନ୍ସଙ୍କୁ ଶୁଭେଚ୍ଛା #TeamIndia.”

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କରୀନା କପୁର କହିଛନ୍ତି ଯେ, ବିଜୟ ପରେ ସେ ଭାବପ୍ରବଣ ହୋଇଯାଇଥିଲେ। ସେ ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରିଜ୍ରେ ମ୍ୟାଚ୍ର ଶେଷ ମୁହୂର୍ତ୍ତର ଏକ ଭିଡିଓ ସେୟାର କରି ଲେଖିଛନ୍ତି, “ଏବେ ବି ଖୁସିରେ କାନ୍ଦୁଛି”।
ଏହାସହ ପଢ଼ନ୍ତୁ: ଯେଉଁ ନଭେମ୍ବର ଆମକୁ କନ୍ଦେଇଥିଲା, ସେହି ନଭେମ୍ବରରେ ଆସିଲା ବିଶ୍ବକପ୍ ଟ୍ରଫି
ଅଭିନେତ୍ରୀ ଅନୁଷ୍କା ଶର୍ମା ଲେଖିଛନ୍ତି, " ୟୁ ଚାମ୍ପିଅନ୍ସ !! ଏହି ସଫଳତା ବହୁତ ଗୁରୁତ୍ୱପୂର୍ଣ୍ଣ" ଏବଂ କିଆରା ଆଡ୍ଭାନି ଲେଖିଛନ୍ତି ଯେ, " ଅବିଶ୍ୱସନୀୟ ମୁହୂର୍ତ୍ତ, ତୁମେ ଇତିହାସ ସୃଷ୍ଟି କରିଛ!!! ଆମର ବ୍ଲୁ ଓମେନ୍ସଙ୍କୁ ଶୁଭେଚ୍ଛା "
ଅଭିନେତା ହ୍ରିତିକ୍ ରୋଶନ X ରେ ଲେଖିଛନ୍ତି , “ ଆମେ ଜିତିଗଲୁ !! ଐତିହାସିକ ! ପ୍ରଥମ ମହିଳା ବିଶ୍ୱକପ୍ ଜିତିଥିବାରୁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ । ଏଇଠୁ ଆହୁରି ଅନେକର ଆରମ୍ଭ… ମାଇ ଲଭ୍ ଆଣ୍ଡ ରେସ୍ପେକ୍ଟ ।” ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ତାଙ୍କର ଉତ୍ସାହ ପ୍ରକାଶ କରି ସେୟାର କରିଛନ୍ତି, “କମ୍ ଅନ୍!!!! ଇଣ୍ଡିଆ!!! ବିଶ୍ଵ ବିଜେତା. ୱେଲ୍ ଡନ୍ ମହିଳା ଟିମ୍.”
ଅଭିନେତା ଅଜୟ ଦେବଗନ ପୋଷ୍ଟ କରିଛନ୍ତି, "ଏହି ରାତିକୁ ଆମେ କେବେ ଭୁଲିପାରିବୁ ନାହିଁ। ଧନ୍ୟବାଦ, ଚାମ୍ପିଅନ୍ସ। ଏହି ଦଳ ବିଶ୍ୱକୁ ଦେଖାଇଛି ଯେ ପ୍ରକୃତ ଦୃଢ଼ତା ଏବଂ ବିଶ୍ୱାସ କ'ଣ କରିପାରେ!" ଏବଂ ତୃପ୍ତି ଡିମରି ଲେଖିଛନ୍ତି , "ସେମାନେ ଏହା କଲେ। ଏହା କିପରି କରାଯାଏ ମହିଳାମାନେ ତାହା କରି ଦେଖାଇଲେ।"

Related Topics
Explore more stories