Bollywood News / ସାଇବାବା ଫେମ ସୁଧୀର ଦଲବୀ ଅସୁସ୍ଥ: ସହାୟତାର ହାତ ବଢ଼ାଇଲେ ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା
·10 months ago·2 min read

Key Points
ରିଦ୍ଧିମା ଯେତେବେଳେ ଜାଣିଲେ ସୁଧୀରଙ୍କ କଥା ତୁରନ୍ତ ସହାୟତାର ହାତ ବଢ଼ାଇଲେ। ଆଉ ଏକ ପୋଷ୍ଟ ଶେୟାର କରି ଲେଖିଲେ, "ଏବେ ହୋଇଗଲା", "ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ସାର"।
ଅଭିନେତା ସୁଧୀର ଦଲବି "ସାଇ ବାବା" ଶୋ’ରୁ ଫେମ୍ ହାସଲ କରିଥିଲେ। ଏହି ଶୋ’ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। କିନ୍ତୁ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ବର୍ତ୍ତମାନ ଖରାପ ହେଉଛି। ସେ ଏକ ଗମ୍ଭୀର ରୋଗ ସହିତ ଲଢ଼ୁଛନ୍ତି। ୮୬ ବର୍ଷୀୟ ଏହି ଅଭିନେତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୮ ଅକ୍ଟୋବରରୁ ତାଙ୍କର ଚିକିତ୍ସା ଚାଲିଛି। ସେ ସେପ୍ସିସ୍ ନାମକ ଗମ୍ଭୀର ରୋଗରେ ସହିତ ସଂଘର୍ଷ କରୁଛନ୍ତି।
ଏହାସହ ପଢ଼ନ୍ତୁ: ୨୦୨୭ରେ ଶେଷ ଫିଲ୍ମର ସୁଟିଂ ଆରମ୍ଭ କରିବେ ରଜନୀକାନ୍ତ! ୪୮ ବର୍ଷ ପରେ କମଲ ହାସନଙ୍କ ସହ ଆସିବେ ନଜର
ରିପୋର୍ଟ ଅନୁଯାୟୀ, ଦଲବିଙ୍କ ଚିକିତ୍ସା ଖର୍ଚ୍ଚ ୧୦ ଲକ୍ଷରେ ପହଞ୍ଚିଛି। ଯଦି ଚିକିତ୍ସା ଜାରି ରହେ, ତେବେ ଖର୍ଚ୍ଚ ୧୫ ଲକ୍ଷରେ ପହଞ୍ଚିପାରେ। ତାଙ୍କ ପରିବାର ଖର୍ଚ୍ଚକୁ ନେଇ ଚିନ୍ତିତ । ଏବେ ସଏ ଆର୍ଥିକ ସହାୟତା ଲୋଡିଛନ୍ତି। ସୋସିଆଲ ମିଡିଆରେ ଏହି ଖବର ପ୍ରସାରିତ ହେବା ପରେ, ରିଷି କପୁରଙ୍କ ଝିଅ ରିଦ୍ଧିମା କପୁର ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ସେ ଅଭିନେତାଙ୍କ ଚିକିତ୍ସା ପାଣ୍ଠିକୁ ଟଙ୍କା ଦାନ କରିଥିଲେ ଏବଂ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ, "ହୋଇଗଲା। ଆପଣ ଶୀଘ୍ର ସୁସ୍ଥ ହୁଅନ୍ତୁ।"
ସୋସିଆଲ ମିଡିଆରେ ଶେୟାର କଲେ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରିଦ୍ଧିମା ଯେତେବେଳେ ଜାଣିଲେ ସୁଧୀରଙ୍କ କଥା ତୁରନ୍ତ ସହାୟତାର ହାତ ବଢ଼ାଇଲେ। ଆଉ ଏକ ପୋଷ୍ଟ ଶେୟାର କରି ଲେଖିଲେ, "ଏବେ ହୋଇଗଲା", "ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ସାର"। ସୋସିଆଲ ମିଡିଆରେ ରିଦ୍ଧିମାଙ୍କର ଏହି ପୋଷ୍ଟ ଦ୍ରୂତ ଗତିରେ ଭାଇରାଲ ହେବାରେ ଲାଗିଛି। ଲୋକ ତାଙ୍କ ଦରିୟାଦିଲର ଖୁବ ପ୍ରଶଂସା କରିଛନ୍ତି। ବହୁ ଲୋକ ପ୍ରଶଂସା କରିଥିବାବେଳେ କିଛି ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି। ଲେଖିଛନ୍ତି ସହାୟତା କରିବାପରେ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ଲୋକଙ୍କୁ ଜଣାଇବା କଣ ଦରକାର। ତେବେ ଏହି କମେଣ୍ଟରେ ରିଦ୍ଧିମା ମଧ୍ୟ ନିଜର ଉତ୍ତର ରଖିଛନ୍ତି, ଜୀବନ କେବଳ ଦେଖେଇହେବା ପାଇଁ ହୋଇ ନ ଥାଏ, କାହାକୁ ସାହାଯ୍ୟ କରିବା ଛୋଟ ହେୁ କିମ୍ବା ବଡ଼ ତାହା ସବୁଠାରୁ ବଡ଼ ଆଶୀର୍ବାଦ ହୋଇଥାଏ। ଏହି କମେଣ୍ଟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମୁଁ କେବଳ ତାଙ୍କୁ ସାହାଯ୍ୟ କରିଛି। ଆଉ ମୋ ମନରେ ଏଥିପାଇଁ ଟିକେ ହେଲେ ବି ଗର୍ବ ନାହିଁ। ମୁଁ ଜାଣିଛି ସେ ଅସୁବିଧାରେ ଅଛନ୍ତି।
ଏହାସହ ପଢ଼ନ୍ତୁ: କେମିତି ହେଲା ହେୟାର ଷ୍ଟାଇଲିସଙ୍କ ମୃତ୍ୟୁ ? ଅମିତାଭ କହିଲେ...
ଏହି ଫିଲ୍ମ ଏବଂ ସିରିଏଲରେ ଆସିଛନ୍ତି ନଜର
ସୂଚନା ଥାଉ କି, ସୁଧୀର ଦଲବୀ ୧୯୭୭ ମସିହାରେ ମନୋଜ କୁମାରଙ୍କ ଫିଲ୍ମ 'ଶିରଡୀ କେ ସାଇବାବା' ରେ ସାଇବାବାଙ୍କ ଭୂମିକା କରି ବେଶ ଚର୍ଚ୍ଚାକୁ ଆସିଥିଲେ। ଏହାସହିତ ସୁଧୀର ଦଲବି ୧୯୮୯ ମସିହାରେ 'ଚାନ୍ଦିନୀ', ୧୯୭୮ ମସିହାରେ 'ଜୁନୁନ' ଏବଂ ୨୦୦୩ ମସିହାରେ 'ଏକ୍ସକ୍ୟୁଜ ମି' ମୁଭିରେ ନଜର ଆସିଥିଲେ। ସୁଧୀର ୨୦୦୬ ମସିହାରେ ଶେଷଥର ପାଇଁ ଟିଭି ସିରିଏଲ 'ବୋ ହୁଏ ନା ହମାରେ' ରେ ନଜର ଆସିଥିଲେ।

Related Topics
Explore more stories