Rashmika Vijay / ବିଜୟ-ରଶ୍ମିକାଙ୍କର ଏହି ଦିନ ହେବ ବାହାଘର ଜାଣନ୍ତୁ...

Key Points
ବିଜୟ ଓ ରଶ୍ମିକା ଦେଲେ ଖୁସି ଖବର!
ବର୍ଷ ବର୍ଷ ଧରି ଡେଟିଂ ପରେ ଏବେ ନିର୍ବନ୍ଧ!
ଫେବୃଆରୀ ୨୦୨୬ରେ ହେବ ଡେଷ୍ଟିନେସନ୍ ୱେଡିଂ
ବିଜୟ ଓ ରଶ୍ମିକା ଦେଲେ ଖୁସି ଖବର! ବର୍ଷ ବର୍ଷ ଧରି ଡେଟିଂ ପରେ ଏବେ ନିର୍ବନ୍ଧ! ଫେବୃଆରୀ ୨୦୨୬ରେ ହେବ ଡେଷ୍ଟିନେସନ୍ ୱେଡିଂ। ଅଭିନେତା ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଛନ୍ତି। ବର୍ଷ ବର୍ଷ ଧରି ଡେଟିଂ କରିବା ପରେ, ସେମାନେ ସିକ୍ରେଟଲି ନିର୍ବନ୍ଧ କରିଛନ୍ତି। ବିଜୟ ଏବଂ ରଶ୍ମିକା ପରିବାରର ଲୋକେ ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ନିର୍ବନ୍ଧ ହୋଇଛି। ପ୍ରଶଂସକମାନେ ଏହି ଖବର ଶୁଣିବା ମାତ୍ରେ ବହୁତ ଖୁସି ହୋଇଛନ୍ତି। ସେମାନଙ୍କୁ ଅଭିନନ୍ଦନ ମଧ୍ୟ ଜଣାଉଛନ୍ତି।
ରଶ୍ମିକା ଏବଂ ବିଜୟ ଗୀତା ଗୋବିନ୍ଦମ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ସେମାନେ ଅନେକ ବର୍ଷ ଧରି ଡେଟିଂ କରୁଥିଲେ। ହେଲେ ସେମାନଙ୍କ ମଧ୍ୟରୁ କେହି ପରସ୍ପରର ନାମ ନେଇ ନଥିଲେ, କିନ୍ତୁ ଏକ ସାକ୍ଷାତକାରରେ ସେମାନଙ୍କର ସମ୍ପର୍କ ବାବଦରେ ଘୋଷଣା କରିଥିଲେ । ସେମାନଙ୍କୁ ପ୍ରାୟତଃ ଡେଟ୍ ଏବଂ ଛୁଟିରେ ଏକାଠି ଦେଖିବାକୁ ମିଳିଥିଲା। ଏବେ, ସେମାନେ ନିର୍ବନ୍ଧ କରି ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଛନ୍ତି।
ଏଥିସହ ପଢ଼ନ୍ତୁ: ଏହି ଫିଲ୍ମ ଯିଏ ଦେଖୁଛି ତା'ସହ ଘଟିଛୁ ଅଜବ ଘଟଣା
ରିପୋର୍ଟ ଅନୁସାରେ ଅକ୍ଟୋବର ୩ ତାରିଖରେ ବିଜୟ ଦେବରକୋଣ୍ଡାଙ୍କ ଘରେ ନିର୍ବନ୍ଧ ହୋଇଥିଲା। ଏହି ପାର୍ଟିରେ କେବଳ ବନ୍ଧୁ ଏବଂ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଏହି ପାର୍ଟିରେ କୋଣସି ବାହାର ଲୋକ ଉପସ୍ଥିତ ନଥିଲେ । ଦୁହେଁ ଫେବୃଆରୀ ୨୦୨୬ରେ ବିବାହ କରିବେ । ସେମାନଙ୍କର ଏକ ଡେଷ୍ଟିନେସନ୍ ୱେଡିଂ ହେବ ବୋଲି ଗୁଜବ ସୃଷ୍ଟି ହେଉଛି । କହିବାକୁ ଗଲେ ରଶ୍ମିକା ଦୁବାଇର ଏକ କାର୍ଯ୍ୟକ୍ରମରୁ ଭାରତ ଫେରିବା ପରେ ତାଙ୍କ ଆଙ୍ଗୁଠିରେ ଏକ ମୁଦି ଦେଖିବାକୁ ମିଳିଥିଲା। ସେତେବେଳେ ମଧ୍ୟ ପ୍ରଶଂସକମାନେ ଅନୁମାନ କରୁଥିଲେ ଯେ ରଶ୍ମିକା ଏବଂ ବିଜୟ ନିର୍ବନ୍ଧ କରିସାରିଛନ୍ତି, କିନ୍ତୁ ଏହି କଥାକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ବିଜୟ ଓ ରଶ୍ମିକା ।
📱 Get Argus News App
✨ଆହୁରି ପଢ଼ନ୍ତୁ: ଜୁବୀନ୍ ଗର୍ଗ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ; ବ୍ୟାଣ୍ଡମେଟ୍ ଓ ସାଥୀ ଗାୟିକାଙ୍କ ସହ ବନ୍ଧାହେଲେ ୪ ଜଣ
ରଶ୍ମିକା ମଣ୍ଡାନାଙ୍କ ଫିଲ୍ମ କ୍ୟାରିୟର ଉପରେ କହିବାକୁ ଗଲେ, ତାଙ୍କର ଆଗାମୀ ଫିଲ୍ମ ହେଉଛି ହରର କମେଡି ଥାମା, ଯାହାର ନିର୍ଦ୍ଦେଶନା ଆଦିତ୍ୟ ସରପୋତଦାର କରିଛନ୍ତି। ସେ ଆୟୁଷ୍ମାନ ଖୁରାନା, ନୱାଜୁଦ୍ଦିନ ସିଦ୍ଦିକି ଏବଂ ପରେଶ ରାୱଲଙ୍କ ସହିତ ଅଭିନୟ କରିଛନ୍ତି। ଏହି ଫିଲ୍ମଟି ୨୧ ଅକ୍ଟୋବର ୨୦୨୫ରେ ସିନେମା ହଲରେ ରିଲିଜ ହେବାର ଅଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
Related Topics
Explore more stories