|
logo
Live
Argus News App
GET APP

Argus News - ସ୍ତ୍ରୀଙ୍କୁ ଭରଣପୋଷଣ ପାଇଁ ରୋଜଗାରର ୨୫ ପ୍ରତିଶତ ଟଙ୍କା ଦେବେ ସ୍ଵାମୀ: ହାଇକୋର୍ଟ

National

Wife Maintenance / ସ୍ତ୍ରୀଙ୍କୁ ଭରଣପୋଷଣ ପାଇଁ ରୋଜଗାରର ୨୫ ପ୍ରତିଶତ ଟଙ୍କା ଦେବେ ସ୍ଵାମୀ: ହାଇକୋର୍ଟ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ସ୍ତ୍ରୀଙ୍କୁ ଭରଣପୋଷଣ ପାଇଁ ରୋଜଗାରର ୨୫ ପ୍ରତିଶତ ଟଙ୍କା ଦେବେ ସ୍ଵାମୀ: ହାଇକୋର୍ଟ
Divorce doesn’t end responsibility

Key Points

ସୁରେଶଙ୍କ ଓକିଲ କୋର୍ଟରେ ବିରୋଧ କରି କହିଥିଲେ, ମୋ ମହକିଲ ଜଣେ ଶ୍ରମିକ । ଖଟିଲେ ପେଟ ପୋଷନ୍ତି । କୋର୍ଟ ନିର୍ଦ୍ଦେଶ ଦେଇଥିବା ଭରଣପୋଷଣ ଅର୍ଥରାଶି ୬ ଗୁଣ ବଢ଼ିବା ଅତ୍ୟଧିକ ଅଟେ ।
ନୂଆଦିଲ୍ଲୀ: ବାହା ହୋଇଛ, ହାତଗୋଡ଼ ଚଳୁଛି, କାମ କରୁଛ... ମାନେ ସ୍ତ୍ରୀକୁ ଛାଡ଼ପତ୍ର ଦେଲେ ଭରଣପୋଷଣ ଦେବାକୁ ପଡ଼ିବ । ସ୍ଵାମୀ ତାଙ୍କ ଆୟର ୨୫ ପ୍ରତିଶତ ପର୍ଯ୍ୟନ୍ତ ଭରଣପୋଷଣ ପାଇଁ ଦେବେ । ଏକ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ ।

ଏଥିସହ ଭରଣପୋଷଣ ରାଶି କମାଇବାକୁ ସ୍ଵାମୀ ହାଇକୋର୍ଟରେ କରିଥିବା ଆବେଦନକୁ ଖାରଜ ହୋଇଛି । ପରିବାର ଅଦାଲତ ଭରଣପୋଷଣ ରାଶି ବଢ଼ାଇବାକୁ ଦେଇଥିବା ନିର୍ଦ୍ଦେଶରେ ମଧ୍ୟ ହାଇକୋର୍ଟ ରୋକ୍ ଲଗାଇଛନ୍ତି ।

ହାଇକୋର୍ଟ କହିଛନ୍ତି, "ଆବେଦନକାରୀ ସ୍ଵାମୀଙ୍କ ଆଇନ୍‌ଗତ କର୍ତ୍ତବ୍ୟ ହେଉଛି ତାଙ୍କ ସ୍ତ୍ରୀଙ୍କ ଖର୍ଚ୍ଚ ବହନ କରିବେ । କାରଣ ମହିଳା ଜଣଙ୍କ ନିଜ ଖର୍ଚ୍ଚ ନିଜେ ତୁଲାଇବା ଲାଗି ଅସମର୍ଥ ।"

ଏଥିସହ ପଢ଼ନ୍ତୁ: ବାଇକ୍‌ରେ ଯାଉଥିବା ବେଳେ ଗୁଡ଼ି ସୂତା ଲାଗି କଟିଗଲା ତଣ୍ଟି, ରାସ୍ତାରେ ଚାଲିଗଲା ଜୀବନ

ଅନ୍ୟପଟେ ପୁରୁଷ ଜଣଙ୍କ ଦିବ୍ୟାଙ୍ଗ ନୁହନ୍ତି । ସେ ସୁସ୍ଥ ସବଳ ବ୍ୟକ୍ତି ଏବଂ ସ୍ତ୍ରୀଙ୍କ ଖର୍ଚ୍ଚ ଉଠାଇ ପାରିବେ ବୋଲି ପୂର୍ବରୁ କହିଛନ୍ତି । ଜଷ୍ଟିସ୍ ମଦନ ପାଲ୍ ସିଂହ ଆବେଦନକାରୀ ସୁରେଶ ଚନ୍ଦ୍ରଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ।

୨୦୨୪ ଡିସେମ୍ବରରେ ସୁରେଶ ଚନ୍ଦ୍ର ଆହ୍ଲାବାଦ ହାଇକୋର୍ଟରେ ଏକ ଆବେଦନ କରିଥିଲେ । ଯେଉଁଥିରେ ପରିବାର ଅଦାଲତ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ ସୁରେଶ । ୨୦୨୪ ଜୁଲାଇ ୨୬ରେ ପରିବାର ଅଦାଲତ, ଟ୍ରାଏଲ୍ କୋର୍ଟ ଦେଇଥିବା ମାସିକ ୫୦୦ ଟଙ୍କା ଭରଣପୋଷଣ ରାଶିକୁ ୩ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ ।

ହାଇକୋର୍ଟରେ ସୁରେଶ ଏହି ରାୟକୁ ଚ୍ୟାଲେଞ୍ଜ କରିଥିଲେ । ୨୦୧୫ ଜୁନ୍ ୬ରେ ଟ୍ରାଏଲ୍ କୋର୍ଟ ମାସିକ ୫୦୦ ଟଙ୍କା ଭରଣପୋଷଣ ପାଇଁ ଦେବାକୁ କହିଥିଲେ । ୨୦୧୫ ଜୁନ୍‌ରେ କୋର୍ଟ ଉକ୍ତ ରାଶିକୁ ୩ ହଜାର ଟଙ୍କାକୁ ବଢ଼ାଇ ଥିଲେ ।

ଯାହାକୁ ସୁରେଶଙ୍କ ଓକିଲ କୋର୍ଟରେ ବିରୋଧ କରି କହିଥିଲେ, ମୋ ମହକିଲ ଜଣେ ଶ୍ରମିକ । ଖଟିଲେ ପେଟ ପୋଷନ୍ତି । କୋର୍ଟ ନିର୍ଦ୍ଦେଶ ଦେଇଥିବା ଭରଣପୋଷଣ ଅର୍ଥରାଶି ୬ ଗୁଣ ବଢ଼ିବା ଅତ୍ୟଧିକ ଅଟେ । ଏପରିକି କୋର୍ଟ ଭରଣପୋଷଣ ରାଶି ବଢ଼ାଇବା ବେଳେ ଅନେକ ଦିଗକୁ ଗୁରୁତ୍ଵ ଦେଇନଥିବା କହିଥିଲେ ଓକିଲ ।

ଏଥିସହ ପଢ଼ନ୍ତୁ: ରୋହିତଙ୍କୁ ପଛରେ ପକାଇଲେ ବିରାଟ; ଦିନିକିଆରେ ହେଲେ ବିଶ୍ଵର ୧ ନମ୍ବର ବ୍ୟାଟର୍

ଅନ୍ୟପଟେ ସରକାରୀ ଓକିଲ ମହିଳାଙ୍କ ପକ୍ଷରୁ ଯୁକ୍ତି ରଖି ବର୍ଦ୍ଧିତ ଦରଦାମ କଥା କହିଥିଲେ । ସେ କହିଥିଲେ ଯେ, ଆଜିର ଦିନରେ ମାସିକ ୩ ହଜାର ଟଙ୍କା ଭରଣପୋଷଣ ପାଇଁ ଦେବା ଅତ୍ୟଧିକ ନୁହେଁ ।

ଉଭୟ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ କହିଥିଲେ, ସ୍ତ୍ରୀର ଖର୍ଚ୍ଚ ଉଠାଇବା ସ୍ଵାମୀର ଆଇନ୍‌ଗତ କର୍ତ୍ତବ୍ୟ । ସୁରେଶଙ୍କ ସ୍ତ୍ରୀଙ୍କ ପାଖରେ ଆୟର କୌଣସି ପନ୍ଥା ନାହିଁ । ତେଣୁ ସେ ଭରଣପୋଷଣ ପାଇବେ ।

ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଉଲ୍ଲେଖ କରି କୋର୍ଟ କହିଛନ୍ତି, ଶ୍ରମିକ ଭାବେ ସୁରେଶ ଦୈନିକ ୬୦୦ ଟଙ୍କା ପାଉଛନ୍ତି । ଅର୍ଥାତ୍ ମାସିକ ୧୮ ହଜାର ଟଙ୍କା । ତେଣୁ ସେ ସୁପ୍ରିମକୋର୍ଟଙ୍କ ଅନୁସାରେ, ଆୟର ୨୫ ପ୍ରତିଶତ ପର୍ଯ୍ୟନ୍ତ ଟଙ୍କା ମାସିକ ୪ ହଜାର୫ ୫୦୦ ଟଙ୍କା ଦେଇ ପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Wife Maintenance: ସ୍ତ୍ରୀଙ୍କୁ ଭରଣପୋଷଣ ପାଇଁ ରୋଜଗାରର ୨୫ ପ୍ରତିଶତ ଟଙ୍କା ଦେବେ ସ୍ଵାମୀ: ହାଇକୋର୍ଟ | Argus News