Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Iran War Loss / ଯୁଦ୍ଧର ଦ୍ଵିତୀୟ ଦିନରେ ଛାରଖାର ଇରାନ; ମାଟିରେ ମିଶିଲେଣି ସୁପ୍ରିମ ଲିଡର୍‌, ଆର୍ମି ଚିଫ୍ ଆଉ....

Debashree Debasmita Sahoo
Browse all articles by Debashree Debasmita Sahoo
·4 months ago·2 min read
ଯୁଦ୍ଧର ଦ୍ଵିତୀୟ ଦିନରେ ଛାରଖାର ଇରାନ; ମାଟିରେ ମିଶିଲେଣି ସୁପ୍ରିମ ଲିଡର୍‌, ଆର୍ମି ଚିଫ୍ ଆଉ....
Iran War Loss

Key Points

ଇସ୍ରାଏଲର ଆକ୍ରମଣରେ ଛାରଖାର ଇରାନ
ଯୁଦ୍ଧର ଦ୍ଵିତୀୟ ଦିନରେ ହରାଇଲାଣି ସବୁକିଛି
ସର୍ବୋଚ୍ଚ ନେତା ଖାମେନେଇଙ୍କ ବି ମୃତ୍ୟୁ
ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଇରାନର ବଡ଼ କ୍ଷତି ହୋଇଛି । ଯୁଦ୍ଧକୁ ଦୁଇ ଦିନ ହୋଇନି, ଇସ୍ରାଏଲର ଆକ୍ରମଣରେ ରାଷ୍ଟ୍ରର ସର୍ବୋଚ୍ଚ ନେତା ଅୟାତୁଲ୍ଲାହ ଅଲ୍ଲି ଖାମେନେଇଙ୍କ ମୃତ୍ୟୁ ଘଟିଛି । ଏହା ଇରାନ ଲାଗି ସବୁଠୁ ବଡ଼ ଝଟକା । ଖାମେନେଇ ଦେଶରେ ପ୍ରାୟ ୪ ଦଶନ୍ଧି ଧରି ଶାସନରେ ଥିଲେ । ଖାମେନେଇଙ୍କ ବ୍ୟତୀତ ଇରାନର ୪୦ଟି କମାଣ୍ଡର ଏହି ଆକ୍ରମଣରେ ଜୀବନ ହରାଇଥିବା ଇସ୍ରାଏଲର ଡିଫେନ୍ସ ଫୋର୍ସ ରବିବାର ଦାବି କରିଛି ।

ଖାଲି ସେତିକି ନୁହେଁ ଇସ୍ରାଏଲ ଏହା ମଧ୍ୟ ଦାବି କରିଛି ଯେ ଏହି ଆକ୍ରମଣରେ ଇରାନର ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି । ଇରାନକୁ ଶନିବାର (ଫେବୃଆରୀ ୨୮) ଆମେରିକା ଓ ଇସ୍ରାଏଲ ମିଳିତି ଆକ୍ରମଣ କରିଥିଲେ । ଇରାନର ରାଜଧାନୀ ତେହେରାନରେ ସୁପ୍ରିମ ଲିଡର୍ ଖାମେନେଇଙ୍କୁ ତାଙ୍କ ବାସଭବନରେ ଉପରେ ଇସ୍ରାଏଲ ବୋମା ମାଡ଼ କରିଥିଲା । ଏଥିରେ ଖାମେନେଇଙ୍କ ସହିତ ତାଙ୍କ ଝିଅ, ଜ୍ଵାଇଁ ଓ ନାତିଙ୍କ ମୃତ୍ୟୁ ଘଟିଛି । ଏହାସହିତ ଇରାନର ଅନେକ ସେନା ଓ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ (IRGC)ର ଟପ୍ କମାଣ୍ଡରଙ୍କ ମଧ୍ୟ ମୃତ୍ୟୁ ଘଟିଛି ।

  • କାହା କାହାର ମୃତ୍ୟୁ ଘଟିଛି ?
ଇସ୍ରାଏଲ ସେନା ପକ୍ଷରୁ ଦାବି କରାଯାଇଛି ଯେ ଏଯାବତ ଇରାନର ଆର୍ମି ଚିଫ୍ ଅବଦୁଲ୍ ରହିମ ମୌସବି ଓ ପ୍ରତିରକ୍ଷାମନ୍ତ୍ରୀ ମେଜର ଜେନେରାଲ ଅଜିଜ୍ ନାସିରଜାଦେହଙ୍କ ବି ମୃତ୍ୟୁ ଘଟିଛି । ଏହାବ୍ୟତୀତ ଆଇଆରଜିସିର ଟପ୍ ଜେନେରାଲ ମହମ୍ମଦ ପାକପୋର ଓ ଅନ୍ୟ ବରିଷ୍ଠ କମାଣ୍ଡରଙ୍କ ପ୍ରାଣହାନି ଘଟିଛି । ଖାମେନେଇଙ୍କ ବ୍ୟତୀତ ୪୦ କମାଣ୍ଡରଙ୍କ ମୃତ୍ୟୁ ଘଟିଥିବା ଇସ୍ରାଏଲ ଦାବି କରିଛି ।

ପଢନ୍ତୁ ଏହି ଖବର: ଇସ୍ରାଏଲ ମିସାଇଲ ମାଡରେ ରକ୍ତରଞ୍ଜିତ ସ୍କୁଲ, ୫୭ ଛାତ୍ରୀଙ୍କ ମୃତ୍ୟୁ ଦାବି

ଇସ୍ରାଏଲ ଏହା ସ୍ପଷ୍ଟ କରିଛି ଯେ ଆକ୍ରମଣର ପ୍ରାରମ୍ଭରେ ଇରାନର ସେନା ମୁଖ୍ୟ ମୌସବିଙ୍କ ମୃତ୍ୟୁ ଘଟିଥିଲା । ମୌସବୀ ଗତ ବର୍ଷ ଇରାନରେ ସେନା ମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ସେ ପୂର୍ବତନ ଇରାନ ସେନା ମୁଖ୍ୟ ମହମ୍ମଦ ବାଘେରିଙ୍କ ସ୍ଥାନ ନେଇଥିଲେ, ଯିଏକି ଜୁନ ୨୦୨୫ ଯୁଦ୍ଧରେ ମୃତ୍ୟୁବରଣ କରିଥିଲେ । ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣରେ ଇରାନର ସୁପ୍ରିମ ଡିଫେନ୍ସ କାଉନ୍ସିଲର ଚେୟାରମ୍ୟାନ ଅଲ୍ଲୀ ଶମଖାନିଙ୍କ ମଧ୍ୟ ମୃତ୍ୟୁ ଘଟିଛି ।

  • ଆଉ କଣ ହରାଇଲା ଇରାନ ?
ଇସ୍ରାଏଲ ସେନା ଖାମେନେଇଙ୍କ ଦ୍ଵାରା କରାଯାଉଥିବା ଶାସନକୁ 'ଆତଙ୍କୀ ଶାସନ'ର ନାମ ଦେଇଛି । ଖାମେନେଇଙ୍କ ହାତରେ ହଜାର ହଜାର ଇହୁଦି ଓ ମୁସଲମାନଙ୍କ ମୃତ୍ୟୁ ହୋଇଥିବା ଇସ୍ରାଏଲ କହିଛି । ଏହି ଆକ୍ରମଣରେ ଇସ୍ରାଏଲ ଇରାନର କମାଣ୍ଡ ଓ ନିୟନ୍ତ୍ରଣ କେନ୍ଦ୍ର ଉପରେ ଟାର୍ଗେଟ କରିଥିବା କହିଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ ଏହା ମଧ୍ୟ ଦାବି କରିଛି ଯେ ଇରାନ ପକ୍ଷରୁ ଇସ୍ରାଏଲ ଆଡ଼କୁ ଆସୁଥିବା ଡର୍ଜନ ମିସାଇଲକୁ ଖସାଯାଇଛି ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored