|
logo
Live
Argus News App
GET APP

Argus News - 'ଯଦି ଜାହାଜ ବାହାରିବ ନିଆଁ ଲଗାଇଦେବୁ'; ଷ୍ଟ୍ରେଟ୍ ହୋର୍ମୁଜ ପଥ ବନ୍ଦ କଲା ଇରାନ

International

Petrol Price Hike / 'ଯଦି ଜାହାଜ ବାହାରିବ ନିଆଁ ଲଗାଇଦେବୁ'; ଷ୍ଟ୍ରେଟ୍ ହୋର୍ମୁଜ ପଥ ବନ୍ଦ କଲା ଇରାନ

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·3 min read
'ଯଦି ଜାହାଜ ବାହାରିବ ନିଆଁ ଲଗାଇଦେବୁ'; ଷ୍ଟ୍ରେଟ୍ ହୋର୍ମୁଜ ପଥ ବନ୍ଦ କଲା ଇରାନ
Petrol Price Hike

Key Points

ଯାହା ଡର ଥିଲା ସେୟା ହେଲା
ସମୁଦ୍ର ପଥ ଷ୍ଟ୍ରେଟ୍ ହୋର୍ମୁଜକୁ ବନ୍ଦ କଲା ଇରାନ
ଆମେରିକା-ଇରାନ ଯୁଦ୍ଧର ବିଶ୍ଵରେ ବଡ଼ ପ୍ରଭାବ
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡ୍ସ ଏକ ବଡ଼ ଘୋଷଣା କରିଛି । ଯାହାର ପ୍ରଭାବ ଏବେ ସାରା ବିଶ୍ଵ ଭୋଗିବ । ସମୁଦ୍ର ପଥ ହୋର୍ମୁଜ୍ ଷ୍ଟ୍ରେଟ୍ ରାସ୍ତାକୁ ଇରାନ ବନ୍ଦ କରିଦେଇଛି । ଯଦି ସେହି ରାସ୍ତା ଦେଇ କୌଣସି ଅଶୋଧିତ ତୈଳ ବୁହା ଜାହାଜ ଯାଏ ତେବେ ସେଥିରେ ନିଆଁ ଲଗାଇଦେବ ବୋଲି ଧମକ ମଧ୍ୟ ଦେଇଛି । ଏହାଦ୍ଵାରା ଭାରତ ସମେତ ତେଲ କିଣୁଥିବା ଅନେକ ଦେଶ ଉପରେ ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି । ଖାଲି ସେତିକି ନୁହେଁ, ଭାରତରେ ଖାଉଟି ମଧ୍ୟ ଦରଦାମ ବୃଦ୍ଧିର ସମ୍ମୁଖୀନ ହେବାକୁ ଯାଉଛନ୍ତି ।

ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏହି ଧମକ ଦେଇଛି । ଏବେ ହୋର୍ମୁଜ ଷ୍ଟ୍ରେଟ୍ ବନ୍ଦ ଅଛି ବୋଲି କର୍ପସ୍ ଦ୍ଵାରା ଘୋଷଣା କରାଯାଇଛି । ଯଦି କେହି ସେହି ରାସ୍ତା ଦେଇ ଜାହାଜ ନେବାକୁ ଦୁଃସାହାସିକ କରେ, ତେବେ ପରିଣାମ ଭୟାବହ ହେବ ବୋଲି ଚେତାବନୀ ଦେଇଛି । ସିଧା ଜାହାଜରେ ନିଆଁ ଲଗାଇବ ବୋଲି ଧମକ ଦେଇଛି ଇରାନ । ଏହି ଧମକ ସେତେବେଳେ ଆସିଛି, ଯେତେବେଳେ ଇରାନ ଓ ଆମେରିକାର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲାହ ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ଘଟିଛି ।

  • କଣ ହୋର୍ମୁଜ୍ ଷ୍ଟ୍ରେଟ୍ ଓ କାହିଁକି ଖାସ୍ ?
ହୋର୍ମୁଜ୍ ଷ୍ଟ୍ରେଟ୍ ହେଉଛି ବିଶ୍ଵର ଦ୍ଵିତୀୟ ବୃହତ୍ତମ ସାମୁଦ୍ରିକ ପଥ, ଯାହା ଦେଇ ବହୁ ପରିମାଣରେ ଅଶୋଧିତ ତୈଳ ବିଶ୍ଵର ଅନେକ ସ୍ଥାନକୁ ପରିବହନ କରାଯାଏ । ଏହାସହିତ ଏହା ପଶ୍ଚିମ ଏସିଆର ପାରସ୍ୟ ଉପସାଗରର ଏକ ସଂକୀର୍ଣ୍ଣ ପଥ, ଯେଉଁଠାରୁ ବିଶ୍ୱର ପ୍ରାୟ ଏକ ପଞ୍ଚମାଂଶ ତେଲ ଯାତାୟାତ କରେ । ଏହି ପଥ ଦେଇ ସାଉଦି ଆରବ, କୁୱେତ, ଇରାକ, କତାର, ବାହାରିନ, ୟୁଏଇ ଏବଂ ଇରାନରୁ ତେଲ ଏବଂ ଗ୍ୟାସ ବହନ କରୁଥିବା ଜାହାଜ ବିଶ୍ଵର ବିଭିନ୍ନ ସ୍ଥାନକୁ ତେଲ ନେଇ ଯାଏ । ଭାରତ ମଧ୍ୟ ଏହି ସାମୁଦ୍ରିକ ପଥ ଦେଇ ତେଲ ଆମଦାନୀ କରେ ।

ପଢନ୍ତୁ ଏହି ଖବର: ଯୁଦ୍ଧ ଭିତରେ ଆମେରିକାରେ ଫୁଟିଲା ଗୁଳି; ଚାଲିଗଲା ୪ ଜଣଙ୍କ ଜୀବନ, ଭାରତୀୟ ବି ସାମିଲ

ଏହି ପ୍ରଣାଳୀ ପାରସ୍ୟ ଉପସାଗରକୁ ଓମାନ ଉପସାଗର ସହିତ ସଂଯୋଗ କରେ । ଇରାନ ଏବଂ ଓମାନ ଏହି ସାମୁଦ୍ରିକ ଜଳପଥକୁ ନିୟନ୍ତ୍ରଣ କରନ୍ତି, କିନ୍ତୁ ଏହାକୁ ଏକ ଅନ୍ତର୍ଜାତୀୟ ଜଳପଥ ଭାବରେ ମଧ୍ୟ ବିବେଚନା କରାଯାଏ, ଯେଉଁଠାରୁ ଜାହାଜଗୁଡ଼ିକର ଯିବାର ଅଧିକାର ଅଛି । କିନ୍ତୁ ଯୁଦ୍ଧ ସମୟରେ ଏପରି ଅବ୍ୟବସ୍ଥା ଏଠାରେ ଦେଖାଯାଏ, ଯେପରି ଏବେ ଇରାନ ପ୍ରତିଶୋଧର ନିଆଁରେ ଜଳି ଏହି ଜଳପଥକୁ ବନ୍ଦ କରିଦେଇଛି ।

  • ଆକାଶଛୁଆଁ ହେବ ଏବେ ତେଲ ଦର
ଇରାନର ଧମକ ପରେ ଯଦି ଯାତାୟାତ ବନ୍ଦ ହୁଏ, ତେବେ ତେଲ ମୂଲ୍ୟ ଆକାଶଛୁଆଁ ହେବ । ପୂର୍ବରୁ, ଫେବୃଆରୀରେ ଇରାନ ସାମରିକ ଅଭ୍ୟାସ ସମୟରେ କିଛି ଅଞ୍ଚଳରେ ଯାତାୟାତକୁ ଅବରୋଧ କରିଥିଲା, ଯାହା ଫଳରେ ତେଲ ମୂଲ୍ୟ ୬ ପ୍ରତିଶତ ବୃଦ୍ଧି ପାଇଥିଲା । ଇରାନ ପୂର୍ବରୁ ଏହି ରାସ୍ତାକୁ ଅନେକ ଥର ବନ୍ଦ କରିବାକୁ ଧମକ ଦେଇଥିଲା, କିନ୍ତୁ ୧୯୮୦ ଦଶକର ଟ୍ୟାଙ୍କର୍ ଯୁଦ୍ଧ ପରଠାରୁ ଏହାକୁ କେବେ ସମ୍ପୂର୍ଣ୍ଣ ବନ୍ଦ କରିନାହିଁ ।

  • କାହିଁକି ହୋର୍ମୁଜ ଷ୍ଟ୍ରେଟ୍ ବନ୍ଦ କରୁଛି ଇରାନ ?
ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁ ଘଟିଛି । ଏହାପରେ ପ୍ରତିଶୋଧର ନିଆଁରେ ଜଳୁଥିବା ଇରାନ ଆମେରିକାର ସାମରିକ ଘାଟି ଥିବା ଦେଶ କତାର, କୁୱେତ ଏବଂ ବାହାରିନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା । ଇରାନ ମଧ୍ୟ ୟୁଏଇ, ସାଉଦି ଆରବ ଏବଂ ଓମାନ ଉପରେ ଆକ୍ରମଣ କରିଥିଲା । ଏବେ ଇରାନ ଏହି ଗୁରୁତ୍ଵପୂର୍ଣ୍ଣ ସାମୁଦ୍ରିକ ପଥକୁ ବନ୍ଦ କରିଦେଇଛି ।

  • ଚିନ୍ତାରେ ସାରା ବିଶ୍ଵର ଗ୍ରାହକ
ଯୋଗାଣ ବାଧାପ୍ରାପ୍ତ ହେବା ଫଳରେ ଏସୀୟ ବଜାର ଉପରେ ଭୟଙ୍କର ପ୍ରଭାବ ପଡ଼ିବ, ଯାହାକୁ ନେଇ ସାରା ବିଶ୍ଵର ଗ୍ରାହକ ଏବେ ଚିନ୍ତାରେ ପଡ଼ିଛନ୍ତି । ସାଉଦି ଆରବ ଏବଂ ୟୁଏଇର କିଛି ପାଇପ୍ ଲାଇନ ପଥ ଅଛି ଯାହା ହୋର୍ମୁଜକୁ ବାଇପାସ କରିପାରିବ, କିନ୍ତୁ ଏଥିରେ ପରିବହନ ଖର୍ଚ୍ଚ ବଢିବ । ପରିବହନ ଖର୍ଚ୍ଚ ବଢିଲେ ସ୍ଵାଭାବିକ ଭାବେ ତେଲ ଦର ମଧ୍ୟ ଆକାଶଛୁଆଁ ହେବ ।

ଅଧିକ ଖବର ପଢନ୍ତୁ...


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Petrol Price Hike: 'ଯଦି ଜାହାଜ ବାହାରିବ ନିଆଁ ଲଗାଇଦେବୁ'; ଷ୍ଟ୍ରେଟ୍ ହୋର୍ମୁଜ ପଥ ବନ୍ଦ କଲା ଇରାନ | Argus News