Iran Israel War / ସପ୍ତାହକର ଯୁଦ୍ଧ ଭିତରେ ଦୋହଲି ଗଲାଣି ଦୁନିଆ; ଆଗକୁ ପଡ଼ିବ କେଉଁ ପ୍ରଭାବ ?
·3 weeks ago·2 min read

Key Points
ସପ୍ତାହକର ଯୁଦ୍ଧରେ ଇରାନରେ ଏବେ ସୁଦ୍ଧା ୧୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । କେବଳ ମିନାବ ସହରର ଏକ ସ୍କୁଲ୍ରେ ୧୬୦ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଇରାନ କରିଛି ।
ତେହରାନ: ଘଣ୍ଟାର କଣ୍ଟା ବୁଲୁଛି, ପ୍ରତି ସେକେଣ୍ଡରେ ବିସ୍ଫୋରଣ ହେଉଛି । ମାଟିରେ ମିଶୁଛି ବହୁତଳ ଅଟ୍ଟାଳିକା, ଆଖି ପିଛୁଳାକେ ଭାଙ୍ଗି ଯାଉଛି ଘର... ଧ୍ଵସ୍ତସ୍ତୂପ ପାଲଟୁଛି ସହର । ଫେବ୍ରୁଆରୀ ୨୮ ତାରିଖରେ ଇରାନ ଉପରେ ଇସ୍ରାଏଲ୍ ଓ ଆମେରିକାର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଘନ ଘନ ଆକ୍ରମଣ ଜାରି ରହିଛି ।
ସପ୍ତାହକର ଯୁଦ୍ଧରେ ଇରାନରେ ଏବେ ସୁଦ୍ଧା ୧୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । କେବଳ ମିନାବ ସହରର ଏକ ସ୍କୁଲ୍ରେ ୧୬୦ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଇରାନ କରିଛି । ସେପଟେ ଆକ୍ରମଣକାରୀ ଆମେରିକାର ଯୁକ୍ତି ହେଲା, ଆମେ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରି ନାହୁଁ ।
ଏଥିସହ ପଢ଼ନ୍ତୁ: ଯୁଦ୍ଧ କରି କେତେ ଦେଶଙ୍କୁ ବର୍ବାଦ କରିଛି ଆମେରିକା? ତାଲିକାରେ କେଉଁଠି ରହିଛି ଇରାନ୍?
ଏବେ ମଧ୍ୟପ୍ରାଚ୍ୟରେ ଘନ ଘନ ମିସାଇଲ୍ ମାଡ଼ ସହ ଡ୍ରୋନ୍ ଆକ୍ରମଣ ହେଉଛି । ଇସ୍ରାଏଲ୍ ଏବଂ ଅନ୍ୟ ଦେଶ ଉପରେ ଇରାନ ଆକ୍ରମଣ କରୁଛି । ମଧ୍ୟପ୍ରାଚ୍ୟର ପ୍ରାୟ ରାଷ୍ଟ୍ର ସେମାନଙ୍କ ବାୟୁସୀମାକୁ ବନ୍ଦ କରି ଦେଇଛନ୍ତି । ଇରାନରେ ଚାଲିଥିବା ଗୋଟିଏ ସପ୍ତାହର ସଂଘର୍ଷ ପୁରା ଦୁନିଆକୁ ଦୋହଲାଇ ଦେଇଛି ।
ୟୁରୋପରୁ ନେଇ ଏସିଆ ପର୍ଯ୍ୟନ୍ତ ଅର୍ଥ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଗୁଡ଼ିକରେ ଆକ୍ରମଣ ଜାରି ରହିଥିବା ବେଳେ ଜୀବନ ଯିବା ସହ ଧନ ସମ୍ପତ୍ତି ନଷ୍ଟ ହେଉଛି । ଅନେକ ପର୍ଯ୍ୟଟକ ଫସି ରହିଛନ୍ତି । ଫେବ୍ରୁଆରୀ ୨୮ରେ ଇସ୍ରାଏଲ୍, ଆମେରିକା ମିଳିତ ଆକ୍ରମଣ କରି ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇଙ୍କୁ ହତ୍ୟା କରିଥିଲେ ।
ବଢ଼ୁଛି ଯୁଦ୍ଧ
ଇସ୍ରାଏଲ୍ ଓ ଆମେରିକାର ମିଳିତ ଆକ୍ରମଣ ପରେ ଏବେ ଇରାନ ପକ୍ଷରୁ ଇସ୍ରାଏଲ୍, ୟୁଏଇ, ବାହାରିନ, କୁଏତ, ଜୋର୍ଡାନ, ସାଉଦି ଆରବ ଭଳି ଦେଶରେ ଥିବା ଆମେରିକୀୟ ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ ହେଉଛି । ୩ ଦିନ ହେଲା ଉଭୟ ପକ୍ଷରୁ ଆକ୍ରମଣ ଓ ପ୍ରତି ଆକ୍ରମଣ ପାଇଁ ସଂଘର୍ଷ ବଢ଼ିଛି ।
ଅଶୋଧିକ ତୈଳଦରରେ ବୃଦ୍ଧି
ଯୁଦ୍ଧର ସପ୍ତମ ଦିନ ଶୁକ୍ରବାର ଇସ୍ରାଏଲ୍, ଇରାନ ଉପରେ ଆକ୍ରମଣ କରିଛି । ସେପଟେ ସମୁଦ୍ରରେ ଫସିଛି ହଜାର ତୈଳବାହୀ ଜାଜାଜ । ଯେଉଁଥିରେ ଭାରତ ଆସୁଥିବା ୩୬ଟି ଜାହାଜ ରହିଛି । ଫଳରେ ଅଶୋଧିତ ତୈଳ ଆମଦାନୀ ପ୍ରଭାବିତ ହୋଇଛି । ଯାହାକୁ ନେଇ କତାର କହିଛି, "ଅଶୋଧିତ ତୈଳ ପରିବହନ ବାଧାପ୍ରାପ୍ତ ହେବା ଦ୍ଵାରା ବ୍ୟାରେଲ୍ ପିଛା ଦର ୧୫୦ ଡଲାର ଛୁଇଁପାରେ ।" ଶୁକ୍ରବାର ଆମେରିକାରେ ଅଶୋଧିତ ତୈଳ ଦର ୨ ବର୍ଷ ପରେ ପ୍ରଥମଥର ୯୦ ଡଲାର ପ୍ରତି ବ୍ଯାରେଲ୍ ପହଞ୍ଚିଛି ।
ଏଥିସହ ପଢ଼ନ୍ତୁ: 'ପ୍ରଥମେ ଇରାନକୁ ଶେଷ କରିବା, ତା' ପରେ...'; ନୂଆ ଯୁଦ୍ଧର ସଂକେତ ଦେଲେ ଆମେରିକା ରାଷ୍ଟ୍ରପତି
କ'ଣ ଚାହୁଁଛନ୍ତି ଟ୍ରମ୍ପ ?
ଇରାନର ରାଜଧାନୀ ତେହରାନରେ ଆକ୍ରମଣ ଥମିବାର ନାଁ ନେଉନି । ବୋମା ବର୍ଷା ଚାଲିଥିବା ବେଳେ ଆକାଶ ଧୂଆଁରେ ଭର୍ତ୍ତି ହୋଇ ଯାଇଛି । ଇରାନ ଜବାବୀ ଆକ୍ରମଣରେ ଇସ୍ରାଏଲ୍ ଉପରେ ମିସାଇଲ୍ ମାଡ଼ କରୁଛି । ଏହାରି ଭିତରେ ଆମେରିକା ଆହୁରି ବୋମା ବର୍ଷଣ କରିବ ବୋଲି ଚେତାବନୀ ଦେଇଛି ।
ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଇସ୍ରାଏଲ୍କୁ ୧୫.୧ କୋଟି ଡଲାରର ନୂଆ ଅସ୍ତ୍ରଶସ୍ତ୍ର ବିକ୍ରିକୁ ଅନୁମତି ଦେଇଛି । ଟ୍ରମ୍ପ କହିଛନ୍ତି, "ଇରାନ ବିନା ସର୍ତ୍ତରେ ଆତ୍ମସମର୍ପଣ ନ କରିବା ପର୍ଯ୍ୟନ୍ତ କୌଣସି ଆଲୋଚନା କରାଯିବ ନାହିଁ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories