Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Pakistan Blast / ପୁଣି ପାକିସ୍ତାନରେ ବିସ୍ଫୋରଣ, ସେନା ଘାଟି ଉପରେ ହୋଇଛି ଆକ୍ରମଣ !

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·3 min read
ପୁଣି ପାକିସ୍ତାନରେ ବିସ୍ଫୋରଣ, ସେନା ଘାଟି ଉପରେ ହୋଇଛି ଆକ୍ରମଣ !

Key Points

ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକେ ମଧ୍ୟ ଏହି ଆଶଙ୍କା କରୁଥିବା ପଚରାଉଚରାରୁ ଜଣାପଡ଼ିଛି ।

ବେଲୁଚିସ୍ତାନ ସ୍ବାସ୍ଥ୍ୟ ବିଭାଗର ସଚିବ କହିଛନ୍ତି ଯେ ବୋମା ବିସ୍ଫୋରଣ ଯୋଗୁ କ୍ୱେଟା ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ପୁଣି ଜଳିଲା ପାକିସ୍ତାନ । ହଠାତ୍‌ ଶୁଭିଲା ପ୍ରଚଣ୍ଡ ଶବ୍ଦ । ଚାରିଆଡ଼ ଧୁଆଁ ଧୁଆଁ । ବିସ୍ଫୋରଣରେ ୧୦ ଜଣଙ୍କ ଜୀବନ ଗଲାଣି । ଅନେକ ଗୁରୁତର । ଏହି ବିସ୍ଫୋରଣ ପାକିସ୍ତାନର କ୍ୱେଟା ସହରରେ ଘଟିଛି । ଏକ ସେନା ଘାଟି ଉପରେ ଏହି ବିସ୍ଫୋରଣ ହୋଇଛି । ପୂର୍ବ କ୍ୱେଟାରେ ଫ୍ରଣ୍ଟିୟର୍‍ କର୍ପସ୍‍ କାର୍ଯ୍ୟାଳୟ ନିକଟରେ ଏକ ଭୟଙ୍କର ବିସ୍ଫୋରଣ ହେବା ପରେ ଗୁଳିଚାଳନା ହୋଇଥିଲା ।

ସମ୍ବେଦନଶୀଳ ଅଞ୍ଚଳ ଭାବରେ ବିବେଚିତ ମଡେଲ୍‍ ଟାଉନ୍‍ ଏବଂ ଆଖାପାଖ ଅଞ୍ଚଳରେ ଏହି ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳ ୧୯ଜଣ ଆହତ ହୋଇଛନ୍ତି । ଏହି ଘଟଣା ଆଖପାଖ ଅଞ୍ଚଳରେ ଆତଙ୍କ ଖେଳାଇଛି । ବିସ୍ଫୋରଣ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଗୁଳିଚାଳନା ହୋଇଥିବା ସୂଚନା ମିଳିଛି ।

ଏହାସହ ପଢ଼ନ୍ତୂ:- ଶ୍ୱଶୁର ଘର ସମ୍ପତ୍ତିରୁ ବୋହୁ ମାଗିପାରିବ କି ହକ୍ ?

ଏଥିରେ ୩ ଜଣ ପାକିସ୍ତାନୀ ସୈନ୍ୟ ମଧ୍ୟ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । କ୍ବେଟାରେ ବାରମ୍ବାର ବିସ୍ଫୋରଣ ଘଟୁଛି । ପାକିସ୍ତାନ ସରକାର ଓ ସେନା ବିରୋଧରେ ବଲୁଚ ବାସିନ୍ଦା ଲଗାତାର ପ୍ରତିବାଦ କରିଆସୁଛନ୍ତି । ଶେହବାଜ୍ ସରକାର ବନ୍ଧୁକ ମୁନରେ ବଲୁଚିସ୍ତାନ ବାସିନ୍ଦାଙ୍କୁ ଚୁପ୍ କରାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି । ସେପଟେ ପାକିସ୍ତାନ ଅଧିକୃତ- ପିଓକେରେ ସରକାରଙ୍କ ବିରୋଧରେ ଚରମ ଅଶାନ୍ତି ଲାଗିରହିଛି ।

ଅନେକ ଲୋକ ଏହି ବିସ୍ଫୋରଣରେ ଆହତ ହୋଇଛନ୍ତି। ଆହତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରି ଚିକିତ୍ସା ପାଇଁ ସିଭିଲ ହସ୍ପିଟାଲ ସମେତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବେଲୁଚିସ୍ତାନ ସ୍ବାସ୍ଥ୍ୟ ବିଭାଗର ସଚିବ କହିଛନ୍ତି ଯେ ବୋମା ବିସ୍ଫୋରଣ ଯୋଗୁ କ୍ୱେଟା ଡାକ୍ତରଖାନାଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ସମସ୍ତ ଡାକ୍ଟର, ପାରାମେଡିକାଲ କର୍ମଚାରୀ, ନର୍ସ ଇତ୍ୟାଦିଙ୍କୁ ଡ୍ୟୁଟିରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବିସ୍ଫୋରଣ ନେଇ ପାକିସ୍ତାନୀ ସେନା କିମ୍ବା ବେଲୁଚିସ୍ତାନ ସରକାରଙ୍କ ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ । ଏହା ବ୍ୟତୀତ, କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ନାହାଁନ୍ତି । ବିସ୍ଫୋରଣ ସମୟର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ ସେପ୍ଟେମ୍ବର ୩ ତାରିଖରେ ମଧ୍ୟ ସେଇ ବଲୁଚିସ୍ତାନ ରାଜଧାନୀ କ୍ୱେଟାରେ ଏମିତି ଏକ ବିରାଟ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା । ଜଣେ ରାଷ୍ଟ୍ରବାଦ ନେତାଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ପାଇଁ ଏକ ରାଲି ଆୟୋଜିତ ହୋଇଥିଲା । ସେହି ରାଲିର ପାର୍କିଂରେ ବୋମା ବିସ୍ଫୋରଣ ଘଟିଥିଲା । ୩୦ ଜଣ ଗୁରୁତର ହୋଇଥିଲେ । ଏକ ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ହୋଇଥିଲା।

ରିପୋର୍ଟ ଅନୁସାରେ, ଲୋକମାନେ ରାଲିରୁ ବାହାରକୁ ଯାଉଥିବା ସମୟରେ ପାର୍କିଂ ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ୁଥିଲା ତାହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା ।

ଅନ୍ୟପଟେ ଦେଖିବାକୁ ଗଲେ, ପାକିସ୍ତାନ ଭଳି ଦେଶରେ ଏମିତି ବିସ୍ଫୋରଣ ପ୍ରାୟତଃ ଦେଖିବାକୁ ମିଳିଥାଏ । ଅନେକ ଲୋକଙ୍କ ମୃତ୍ୟୁ ଘରେ । ଯେଉଁଥିରେ ନୀରିହଙ୍କ ପ୍ରାଣହାନୀ ମଧ୍ୟ ହୋଇଥାଏ । ହେଲେ ପାକିସ୍ତାନର ଜନତା କେବେ ବି ଦୋଷୀ ବିରୋଧରେ ସ୍ୱର ଉତ୍ତୋଳନ କରିପାରନ୍ତି ନାହିଁ । ପାକିସ୍ତାନ ସେନା ମଧ୍ୟ ଏଭଳି ସମସ୍ୟାର ମୂଳ ଉତ୍ପାଟନ କରିବାକୁ ଚେଷ୍ଟା କରେ ନାହିଁ ।

Related Topics

Explore more stories

Sponsored
Pakistan Blast | Massive blast rocks Quetta: bomb explodes outside Pakistan's paramilitary security headquarters | Argus News