|
logo
Live
Argus News App
GET APP

Argus News - ବନ୍ଧୁ ପାକିସ୍ତାନ କଥାକୁ ବି ବେଖାତିର; ସାଉଦି ଆରବ ଉପରେ ଇରାନର ଆକ୍ରମଣ

International

Iran Attack / ବନ୍ଧୁ ପାକିସ୍ତାନ କଥାକୁ ବି ବେଖାତିର; ସାଉଦି ଆରବ ଉପରେ ଇରାନର ଆକ୍ରମଣ

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ବନ୍ଧୁ ପାକିସ୍ତାନ କଥାକୁ ବି ବେଖାତିର; ସାଉଦି ଆରବ ଉପରେ ଇରାନର ଆକ୍ରମଣ
Iran Attack

Key Points

ପ୍ରତିଶୋଧର ନିଆଁରେ ଜଳୁଛି ଇରାନ
ବନ୍ଧୁ ପାକିସ୍ତାନ କଥାକୁ ବି ଶୁଣିଲାନି
ସାଉଦି ଆରବ ଉପରେ କଲା ଆକ୍ରମଣ
ମଧ୍ୟପ୍ରାଚ୍ୟରେ ଭୀଷଣ ଯୁଦ୍ଧ ଲାଗି ରହିଛି । ଖାମେନେଇଙ୍କ ମୃତ୍ୟୁ ପରେ ପ୍ରତିଶୋଧର ନିଆଁରେ ଜଳୁଛି ଇରାନ । ଏପରିକି ବନ୍ଧୁ ପାକିସ୍ତାନ କଥାକୁ ବି ଇରାନ ଖାତିର ନ କରି ସାଉଦି ଆରବ ଉପରେ ଆକ୍ରମଣ କରିଛି । ମଙ୍ଗଳବାର ଇରାନୀ ଡ୍ରୋନଗୁଡ଼ିକ ରିୟାଦରେ ଥିବା ଆମେରିକୀୟ ଦୂତାବାସ ଉପରେ କରିଛି ଆକ୍ରମଣ ।

ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାର ସୋମବାର କହିଥିଲେ ଯେ ସେ ତାଙ୍କର ଇରାନୀ ପ୍ରତିପକ୍ଷ ଆବାସ ଆରାଘଚିଙ୍କୁ ସାଉଦି ଆରବ ଉପରେ ଆକ୍ରମଣ ନ କରିବା ଉପରେ ଆଲୋଚନା କରିଛନ୍ତି । ଡାର ଇସଲାମାବାଦ ଏବଂ ରିୟାଦ ମଧ୍ୟରେ ହୋଇଥିବା ପାରସ୍ପରିକ ପ୍ରତିରକ୍ଷା ଚୁକ୍ତିନାମାକୁ ମନେ ପକାଇ ଇରାନକୁ ଚେତାବନୀ ଦେଇଥିଲେ । ହେଲେ ପ୍ରତିଶୋଧର ନିଆଁରେ ଜଳୁଥିବା ଇରାନ କାହା କଥା ଶୁଣିନି । ଆମେରିକା ବିରୋଧରେ ପ୍ରତିଶୋଧ ନେବା ଲାଗି ସାଉଦି ଆରବରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଛି ।

  • ଇରାନୀ ଡ୍ରୋନ ଆକ୍ରମଣ ପରେ ସ୍ଥିତି ଗମ୍ଭୀର
ପାକିସ୍ତାନର ଅନୁରୋଧ ସତ୍ତ୍ଵେ, ଇରାନ ମଙ୍ଗଳବାର ସାଉଦି ଆରବର ରିୟାଦରେ ଆମେରିକୀୟ ଦୂତାବାସ ଉପରେ ଡ୍ରୋନ ଆକ୍ରମଣ କରିଛି । ସୋମବାର ରାସ ଟାନୁରାରେ ଏକ ପ୍ରମୁଖ ତୈଳ ବିଶୋଧନାଗାର ଉପରେ ମଧ୍ୟ ଡ୍ରୋନ ଆକ୍ରମଣ କରାଯାଇଥିଲା, ଯାହା ବିଶ୍ୱ ଶକ୍ତି ବଜାରରେ ଚିନ୍ତା ସୃଷ୍ଟି କରିଛି । ଇରାନ ଦାବି କରିଛି ଯେ ଆମେରିକା ସାଉଦି ଆରବ ମାଟି ବ୍ୟବହାର କରୁଛି, ଯାହା କାରଣରୁ ଏହି ଆକ୍ରମଣ କରାଯାଇଛି ।

ପଢନ୍ତୁ ଏହି ଖବର: ଖାମେନେଇଙ୍କ ଡାହାଣ ହାତର ରହସ୍ୟ; ୪୫ ବର୍ଷରୁ ପୁରା ଦୁନିଆଠୁ ଲୁଚାଉଥିଲେ...

  • ସାଉଦି ନେତୃତ୍ୱ ସହ ପାକିସ୍ତାନର ଆଲୋଚନା
ସାଉଦି ଯୁବରାଜ ମହମ୍ମଦ ବିନ୍ ସଲମାନ ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ । ସରିଫ କହିଛନ୍ତି ଯେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବରେ ସାଉଦି ଆରବ ସହିତ ଠିଆ ହୋଇଛି । ପାକିସ୍ତାନ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲାହ ଅଲ୍ଲୀ ଖାମେନେଇଙ୍କ ହତ୍ୟା ଏବଂ ଅଞ୍ଚଳରେ ସଂଘର୍ଷ ପ୍ରସାରଣକୁ ନିନ୍ଦା କରିଛି, କିନ୍ତୁ ଆମେରିକାର ଭୂମିକା କିମ୍ବା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସିଧାସଳଖ ଦାୟୀ କରିବାରୁ ନିବୃତ୍ତ ରହିଛି ।

ଅଧିକ ଖବର ପଢନ୍ତୁ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Iran Attack: ବନ୍ଧୁ ପାକିସ୍ତାନ କଥାକୁ ବି ବେଖାତିର; ସାଉଦି ଆରବ ଉପରେ ଇରାନର ଆକ୍ରମଣ | Argus News