Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଖାମେନେଇଙ୍କ ଡାହାଣ ହାତର ରହସ୍ୟ; ୪୫ ବର୍ଷରୁ ପୁରା ଦୁନିଆଠୁ ଲୁଚାଉଥିଲେ...

International

Khamenei Hand Mystery / ଖାମେନେଇଙ୍କ ଡାହାଣ ହାତର ରହସ୍ୟ; ୪୫ ବର୍ଷରୁ ପୁରା ଦୁନିଆଠୁ ଲୁଚାଉଥିଲେ...

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
ଖାମେନେଇଙ୍କ ଡାହାଣ ହାତର ରହସ୍ୟ; ୪୫ ବର୍ଷରୁ ପୁରା ଦୁନିଆଠୁ ଲୁଚାଉଥିଲେ...
Khamenei Hand Mystery

Key Points

ଆମେରିକା ଆକ୍ରମଣରେ ଖାମେନେଇଙ୍କ ଘଟିଛି ମୃତ୍ୟୁ
ଏବେ ଖାମେନେଇଙ୍କୁ ନେଇ ଆସୁଛି ରୋଚକ ତଥ୍ୟ
ସବୁବେଳେ ଡାହାଣ ହାତ ଲୁଚାଇ ରଖୁଥିଲେ ଖାମେନେଇ
କଣ ଇରାନର ସର୍ବୋଚ୍ଚ ନେତାଙ୍କ ଡାହାଣ ହାତର ରହସ୍ୟ ?
ଗତ ଶନିବାର ଇସ୍ରାଏଲ ଓ ଆମେରିକା ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଥିଲେ । ମଧ୍ୟପ୍ରାଚ୍ୟରେ ଏହି ଯୁଦ୍ଧ ଜାରି ଥିବାବେଳେ ଏହାରି ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲାହ ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ଘଟିସାରିଛି । ଏପରିକି ଇରାନର ସୁପ୍ରିମ ଲିଡର ହେବାର ୮ ବର୍ଷ ପୂର୍ବରୁ ଖାମେନେଇଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ଏବେ ତାଙ୍କୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ପ୍ରାୟ ୪୫ ବର୍ଷରୁ ସେ ନିଜ ଡାହାଣ ହାତକୁ ସର୍ବଦା ଲୁଚାଇ ରଖୁଥିଲେ । ତେବେ ଏହା ପଛର ରହସ୍ୟ କଣ ତାହା ଜାଣିବା ଲାଗି ଏବେ ସଭିଙ୍କ ମନରେ ଉତ୍କଣ୍ଠା ଦେଖାଦେଇଛି ।

୮୮ ବର୍ଷୀୟ ଖାମେନେଇ ଗତ ୩୫ ବର୍ଷ ଧରି ଇରାନର ନେତୃତ୍ଵ ନେଇଆସୁଥିଲେ । ଏହାଦ୍ଵାରା ସେ ସାରା ବିଶ୍ଵରେ ସବୁଠୁ ଲମ୍ବା ସମୟ ଧରି ଶାସନ ଗାଦିରେ ବସିଥିବା ଶାସକଙ୍କ ମଧ୍ୟରୁ ଜଣେ ହୋଇପାରିଥିଲେ । ତାଙ୍କ ମୃତ୍ୟୁ ଇରାନ ପାଇଁ ଏକ ଶକ୍ତ ଝଟକାଠୁ କମ ନୁହେଁ । ଆମେରିକାର ଆକ୍ରମଣରେ ଖାମେନେଇଙ୍କ ମୃତ୍ୟୁ ତାଙ୍କ କାର୍ଯ୍ୟାଳୟରେ ହୋଇଛି ।

ପଢନ୍ତୁ ଏହି ଖବର: 'ଯଦି ଜାହାଜ ବାହାରିବ ନିଆଁ ଲଗାଇଦେବୁ'; ଷ୍ଟ୍ରେଟ୍ ହୋର୍ମୁଜ ପଥ ବନ୍ଦ କଲା ଇରାନ

  • କାହିଁକି ଡାହାଣ ହାତ ଲୁଚାନ୍ତି ଖାମେନେଇ ?
୧୯୮୧ ମସିହା ଜୁନ ୨୭ ତାରିଖ । ସେଦିନ ଇରାନ-ଇରାକ ଯୁଦ୍ଧ ମୋର୍ଚ୍ଚାରୁ ଫେରିବା ପରେ ଖାମେନେଇ ଏକ ମସଜିଦକୁ ନମାଜ ପଢିବାକୁ ଯାଇଥିଲେ । ନମାଜ ପରେ ସେ କିଛି ଅନୁଗାମୀଙ୍କ ସହିତ କଥା ହୋଇଥିଲେ ଓ ତାଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଠିକ୍ ସେତିକି ବେଳେ ଜଣେ ବ୍ୟକ୍ତି ଖାମେନେଇଙ୍କ ଆଗକୁ ଆସିଥିଲେ ଓ ସଙ୍ଗେ ସଙ୍ଗେ ଏକ ଟେପ୍ ରେକର୍ଡର ରଖି ଏକ ବଟନ୍ ଚିପି ପଳାଇଥିଲେ । ଏହାର ଠିକ୍ ୧ ମିନିଟ୍ ପରେ ରେକର୍ଡରରୁ ହ୍ଵିସିଲ ବାଜି ଖୁବ ଜୋର ଶବ୍ଦ ସହିତ ବିସ୍ଫୋରଣ ହୋଇଥିଲା ।

  • 'ଫୁରକାନ ଗୋଷ୍ଠୀର ଉପହାର'
ବିସ୍ଫୋରଣ କିଛି ସେକେଣ୍ଡ ପୂର୍ବରୁ ଟେପ୍ ରେକର୍ଡରରୁ ଏକ ବାର୍ତ୍ତା ଶୁଣିବାକୁ ମିଳିଥିଲା, ଯେଉଁଥିରେ କୁହାଯାଇଥିଲା ଯେ 'ଇସଲାମିକ ଗଣରାଜ୍ୟ ଫୁରକାନ ଗୋଷ୍ଠୀର ଉପହାର' । ଏଠାରେ କହିରଖୁଛୁ କି, ଫୁରକାନ ଗୋଷ୍ଠୀ ଏକ ଆତଙ୍କୀ ସଂଗଠନ, ଯିଏକି ଶାସକ ଧର୍ମଗୁରୁ ବ୍ୟବସ୍ଥାର ବିରୋଧ କରନ୍ତି ।

ଏହି ବିସ୍ଫୋରଣରେ ଖାମେନେଇଙ୍କ ଡାହାଣ ହାତ ସହିତ ଭୋକାଲ୍ କର୍ଡ ଓ ଫୁସଫୁସରେ ଆଘାତ ଲାଗିଥିଲା । ଖାମେନେଇଙ୍କୁ ସୁସ୍ଥ ହେବା ଲାଗି ଅନେକ ସମୟ ଲାଗିଥିଲା । ତାଙ୍କର ଅନେକ ଘା' ଭଲ ହୋଇଥିଲା ସତ, ହେଲେ ଡାହାଣ ହାତ ସବୁଦିନ ଲାଗି ଅଚଳ ହୋଇଯାଇଥିଲା । ଏହାପରେ ଖାମେନେଇ ବାମ ହାତରେ ଲେଖିବାଠୁ ସବୁ କାମ କରିବା ଶିଖିଥିଲେ । ସେ ଥରେ କହିଥିଲେ, "ମୋର ହାତର ଆବଶ୍ୟକତା ନାହିଁ । ମୋର କେବଳ ମୁଣ୍ଡ ଓ ଜିଭ କାମ କରୁଥିବା ଦରକାର ।"

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why does Iran Supreme Leader Khamenei hide his right hand | Argus News