|
logo
Live
Argus News App
GET APP

Argus News - 'ପ୍ରଥମେ ଇରାନକୁ ଶେଷ କରିବା, ତା' ପରେ...'; ନୂଆ ଯୁଦ୍ଧର ସଂକେତ ଦେଲେ ଆମେରିକା ରାଷ୍ଟ୍ରପତି

International

Trump Warns Iran / 'ପ୍ରଥମେ ଇରାନକୁ ଶେଷ କରିବା, ତା' ପରେ...'; ନୂଆ ଯୁଦ୍ଧର ସଂକେତ ଦେଲେ ଆମେରିକା ରାଷ୍ଟ୍ରପତି

Sushanta Sahoo
Browse all articles by Sushanta Sahoo
·3 weeks ago·2 min read
'ପ୍ରଥମେ ଇରାନକୁ ଶେଷ କରିବା, ତା' ପରେ...'; ନୂଆ ଯୁଦ୍ଧର ସଂକେତ ଦେଲେ ଆମେରିକା ରାଷ୍ଟ୍ରପତି
Trump Warns Iran of Serious Consequences Amid War

Key Points

ବର୍ତ୍ତମାନ ଆମେରିକାର ପ୍ରଥମ ପ୍ରାଥମିକତା ହେଉଛି ଇରାନ ସହ ଚାଲିଥିବା ସଂଘର୍ଷ ଶେଷ କରିବା । ଇରାନ ସହ ସଂଘର୍ଷ ସରିବା ପରେ ଆମେରିକା ତାର ବିଦେଶୀ ନୀତିର ଧ୍ୟାନ କ୍ୟୁବା ଉପରେ କରିବ ବୋଲି ସଂକେତ ଦେଇଛନ୍ତି ଟ୍ରମ୍ପ ।
ନୂଆଦିଲ୍ଲୀ: ଇରାନ ସହିତ ଚାଲିଥିବା ଯୁଦ୍ଧ ଭିତରେ ବଡ଼ ମନ୍ତବ୍ୟ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, "ବର୍ତ୍ତମାନ ଆମେରିକାର ପ୍ରଥମ ପ୍ରାଥମିକତା ହେଉଛି ଇରାନ ସହ ଚାଲିଥିବା ସଂଘର୍ଷ ଶେଷ କରିବା ।" ଇରାନ ସହ ସଂଘର୍ଷ ସରିବା ପରେ ଆମେରିକା ତାର ବିଦେଶୀ ନୀତିର ଧ୍ୟାନ କ୍ୟୁବା ଉପରେ କରିବ ବୋଲି ସଂକେତ ଦେଇଛନ୍ତି ଟ୍ରମ୍ପ ।

ହ୍ଵାଇଟ୍ ହାଉସ୍‌ରେ ଏକ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ କଥା କହିଛନ୍ତି । ଫୁଟବଲ୍ କ୍ଲବ ଇଣ୍ଟର ମାୟାମୀ ସିଏଫ୍ ବିଜୟ ଉତ୍ସବ ପାଳନ ପାଇଁ ରଖା ଯାଇଥିବା କାର୍ଯ୍ୟକ୍ରମରେ ଟ୍ରମ୍ପ ଏ ଦାବି କରିଛନ୍ତି । କହିଛନ୍ତି, "ଏବେ ଆମେରିକାର ସମ୍ପୂର୍ଣ୍ଣ ଧ୍ୟାନ ଇରାନ ବିରୋଧରେ ଚାଲିଥିବା ଯୁଦ୍ଧ ଉପରେ ରହିଛି ।"

ଏଥିସହ ପଢ଼ନ୍ତୁ: କାହିଁକି ଯୁଦ୍ଧ ବେଳେ ଇରାନ ପାଖରୁ ଦୂରେଇଗଲେ ଋଷିଆ-ଚୀନ୍

ଡୋନାଲ୍ଡ ଟ୍ରମ୍ପ ଆହୁରି କହିଛନ୍ତି, "ଆମେ ପ୍ରଥମେ ଯୁଦ୍ଧ ଶେଷ କରିବାକୁ ଚାହୁଁଛୁ । କିନ୍ତୁ ତା ପରେ ଆମେରିକା ଧ୍ୟାନ କ୍ୟୁବା ଆଡ଼କୁ ଯିବା ଲାଗି ଅଧିକ ସମୟ ଲାଗିବ ନାହିଁ । ଆମେରିକା ସହ କ୍ୟୁବା ବୁଝାମଣା କରିବାକୁ ଚାହୁଁଛି ଏବଂ ଏଠାରେ ରହୁଥିବା ଅନେକ ଲୋକ ଭବିଷ୍ୟତରେ ସେମାନଙ୍କୁ ଦେଶକୁ ଫେରି ପାରିବେ ।"

ଇରାନ ସହ ଚାଲିଥିବା ଲଢ଼େଇକୁ ନେଇ ଟ୍ରମ୍ପ ଗଭୀର ଆତ୍ମବିଶ୍ଵାସ ଦେଖାଇଛନ୍ତି । ସେ ଦାବି କରିଛନ୍ତି ଯେ, ଆମେରିକା ଓ ତାର ସହଯୋଗୀ ଇସ୍ରାଏଲ୍ ମିଶି ଶତ୍ରୁଙ୍କୁ ଦୁର୍ବଳ କରୁଛନ୍ତି । ଆମେରିକା ଓ ଇସ୍ରାଏଲ୍ ସେନା ମିଳିତ ଭାବେ ଯୁଦ୍ଧ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ଟାର୍ଗେଟ୍ ହାସଲ କରି ନେଇଛନ୍ତି ।

ଟ୍ରମ୍ପ ଆହୁରି କହିଛନ୍ତି ଯେ, ଇରାନର ସୈନ୍ୟ ଶକ୍ତିକୁ ଆମେ ବିପୁଳ କ୍ଷତି ପହଞ୍ଚାଇଛୁ । ଇରାନର ବାୟୁ ସେନାର ଶକ୍ତି ପ୍ରାୟ ସରି ଯାଇଛି । ଇରାନର ଏୟାର ଡିଫେନ୍ସ ସିଷ୍ଟମକୁ ଦୁର୍ବଳ କରି ଦିଆଯାଇଛି । ଏଥିସହ ଇରାନର ନୌସେନା ବିପୁଳ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି ୟ

ଇରାନର ୨୪ ଜାହାଜ ନଷ୍ଟ

ଇସ୍ରାଏଲ୍‍, ଆମେରିକା ଯୁଦ୍ଧରେ ମାତ୍ର ୩ ଦିନରେ ଇରାନର ୨୪ଟି ଜାହାଜ ନଷ୍ଟ ହୋଇଥିବା ଟ୍ରମ୍ପ କହିଛନ୍ତି । ତେବେ ସୈନ୍ୟ ଅଭିଯାନ ନେଇ ଅଧିକ ତଥ୍ୟ ଦେଇନାହାନ୍ତି ଟ୍ରମ୍ପ । ଆମେରିକା କରିଥିବା ଦାବିକୁ ଇରାନ ମଧ୍ୟ ଏଯାଏଁ ସ୍ଵୀକାର କରି ନାହିଁ ।

ଏଥିସହ ପଢ଼ନ୍ତୁ: ଇରାନ ଯୁଦ୍ଧ ଭିତରେ 'ଡୁମ୍ସଡେ' ମିସାଇଲ୍‌ର ପରୀକ୍ଷଣ କଲା ଆମେରିକା; ପୃଥିବୀର କେଉଁଠି ବି କରି ପାରିବ ପ୍ରହାର

ଟ୍ରମ୍ପ ଆହୁରି କହିଛନ୍ତି ଯେ, ଇରାନ ଏବେ ଆଲୋଚନା ପାଇଁ ଆଗଭର ହେଉଥିବା ଦେଖା ଯାଉଛି । ଟ୍ରମ୍ପଙ୍କ ଅନୁସାରେ, ଇରାନର ନେତା ଏବେ ଆମେରିକା ସହ ବୁଝାମଣା ନେଇ କଥା ହେଉଛନ୍ତି । ଇରାନ ପଟୁ ବାର୍ତ୍ତା ଆସୁଛି ଯେ ସେମାନ ଯୁଦ୍ଧ ଶେଷ କରି ଚୁକ୍ତି କରିବାକୁ ଚାହୁଁଛନ୍ତି ।

ଯୁଦ୍ଧ ବନ୍ଦ କରି ଶାନ୍ତି ପାଇଁ ନୋବେଲ ଚାହୁଁଥିବା ଟ୍ରମ୍ପ କହିଛନ୍ତି, "ଆମେରିକା ଏବେ ଯୁଦ୍ଧ କରିବା ମୁ଼ଡ୍‌ରେ ଅଛି । ଯଦି ସଂଘର୍ଷ ଆଗକୁ ଜାରି ରୁହେ ତାହେଲେ ଇରାନକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିପାରେ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Trump Warns Iran: 'ପ୍ରଥମେ ଇରାନକୁ ଶେଷ କରିବା, ତା' ପରେ...'; ନୂଆ ଯୁଦ୍ଧର ସଂକେତ ଦେଲେ ଆମେରିକା ରାଷ୍ଟ୍ରପତି | Argus News