|
logo
Live
Argus News App
GET APP

Argus News - ଇରାନ ଯୁଦ୍ଧ ଭିତରେ 'ଡୁମ୍ସଡେ' ମିସାଇଲ୍‌ର ପରୀକ୍ଷଣ କଲା ଆମେରିକା; ପୃଥିବୀର କେଉଁଠି ବି କରି ପାରିବ ପ୍ରହାର

International

US Tests Missile / ଇରାନ ଯୁଦ୍ଧ ଭିତରେ 'ଡୁମ୍ସଡେ' ମିସାଇଲ୍‌ର ପରୀକ୍ଷଣ କଲା ଆମେରିକା; ପୃଥିବୀର କେଉଁଠି ବି କରି ପାରିବ ପ୍ରହାର

Sushanta Sahoo
Browse all articles by Sushanta Sahoo
·1 month ago·2 min read
ଇରାନ ଯୁଦ୍ଧ ଭିତରେ 'ଡୁମ୍ସଡେ' ମିସାଇଲ୍‌ର ପରୀକ୍ଷଣ କଲା ଆମେରିକା; ପୃଥିବୀର କେଉଁଠି ବି କରି ପାରିବ ପ୍ରହାର
Global Tensions Rise

Key Points

ପରମାଣୁ କ୍ଷମତା ସମ୍ପନ୍ନ ମିସାଇଲ୍‌ର ପରୀକ୍ଷଣ କରି ଆମେରିକା, ଇରାନକୁ ବଡ଼ ଚେତାବନୀ ଦେଇଛି । ଇରାନ ସହ ଯୁଦ୍ଧର ଷଷ୍ଠ ଦିନରେ ଆମେରିକା ମିନିଟମ୍ୟାନ-୩ 'ଡୁମ୍ସଡେ' ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲ୍‌ର ପରୀକ୍ଷଣ କରିଛି ।
ନୂଆଦିଲ୍ଲୀ: ଆମେରିକା ଓ ଇରାନ ମଧ୍ୟରେ ଭୟଙ୍କର ସଂଘର୍ଷ ଭିତରେ ପରମାଣୁ ଯୁଦ୍ଧାସ୍ତ୍ରକୁ ନେଇ ଆସିଲା ବଡ଼ ଖବର । ପରମାଣୁ କ୍ଷମତା ସମ୍ପନ୍ନ ମିସାଇଲ୍‌ର ପରୀକ୍ଷଣ କରି ଆମେରିକା, ଇରାନକୁ ବଡ଼ ଚେତାବନୀ ଦେଇଛି । ଇରାନ ସହ ଯୁଦ୍ଧର ଷଷ୍ଠ ଦିନରେ ଆମେରିକା ମିନିଟମ୍ୟାନ-୩ 'ଡୁମ୍ସଡେ' ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲ୍ (ICBM)ର ପରୀକ୍ଷଣ କରିଛି ।


ଏହି ମିସାଇଲ୍ ହିରୋସୀମାରେ ପକା ଯାଇଥିବା ପରମାଣୁ ବୋମା ଠାରୁ ପ୍ରାୟ ୨୦ ଗୁଣ ଅଧିକ ଶକ୍ତିଶାଳୀ ବୋଲି କୁହାଯାଉଛି । ଏକ ରିପୋର୍ଟ ଅନୁସାରେ, ମଙ୍ଗଳବାର ରାତିରେ କାର୍ଲିଫର୍ଣିଆର ବେଣ୍ଡେନବର୍ଗ ସ୍ପେସ୍ ଫୋର୍ସ ବେସରୁ ଏୟାର ଫୋର୍ସ ଗ୍ଲୋବାଲ ଷ୍ଟ୍ରାଇକ୍ କମାଣ୍ଡ ମିନିଟମ୍ୟାନ-୩ ମିସାଇଲ୍‌ ପରୀକ୍ଷଣ କରିଛି । ଏଥିସହ ଏହି ମିସାଇଲ୍ ଭୂ-ପୃଷ୍ଠରେ ହିଟ୍ କରିବା ପୂର୍ବରୁ ସ୍ଵୟଂ ତିନି ପାର୍ଶ୍ଵକୁ ଉଡ଼ି ପାରିବ ।

ଏଥିସହ ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନେଇଲା ମହାଯୁଦ୍ଧ, ଦୁବାଇରେ ଆମେରିକା ଦୂତାବାସ ନିକଟରେ ଇରାନର ଡ୍ରୋନ୍ ଆଟାକ୍

ଯେଉଁଥିରେ ଦୁଇଟି ଟେଷ୍ଟ ରି-ଏଣ୍ଟି ଭେଇକିଲ୍ ଯୋଡ଼ା ଯାଇଥିଲା । ଆମେରିକା ସ୍ପେସ୍ ଫୋର୍ସ ଅନୁସାରେ, "ଏହି ପରୀକ୍ଷଣ ଦୀର୍ଘ ଦିନର ଚାଲୁଛି, ଯାହାକି ନିୟମିତ ମୂଲ୍ୟାଙ୍କନ କାର୍ଯ୍ୟକ୍ରମର ଅଂଶ ବିଶେଷ ଅଟେ ।"

ସ୍ପିଡ୍ ଉଡ଼ାଇବ ହୋଶ୍

ମିନିଟମ୍ୟାନ-୩ ଆମେରିକା ରଣନୀତିର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ । ଯାହା ପ୍ରାୟ ୬ ହଜାର ମାଇଲ୍ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ପାରିବ । ଏହା ଘଣ୍ଟାପ୍ରତି ୧୫ ହଜାର ମାଇଲ୍ ସ୍ପିଡ୍‌ରେ ଉଡ଼ି ପାରିବ । ଫଳରେ ଏହା କିଛି ମିନିଟ୍‌ରେ ଗୋଟିଏ ମହାଦ୍ଵୀପରୁ ଅନ୍ୟ ମହାଦ୍ଵୀପକୁ ଯାଇ ପାରିବ । ପୃଥିବାର ଯେ କୌଣସି ସ୍ଥାନରେ ପ୍ରହାର ପାଇଁ ସକ୍ଷମ ଅଟେ ।

ଏଥିସହ ପଢ଼ନ୍ତୁ: ଇରାନର ଶାସନ ଗାଦିରେ ଖାମେନେଇଙ୍କ ସାନପୁଅ; କେମିତି ସର୍ବୋଚ୍ଚ ନେତା ବାଛେ ଦେଶ ?

ଆମେରିକା ସ୍ପେସ୍ ଫୋର୍ସ ଅନୁସାରେ, "ବିଗତ କିଛି ଦଶନ୍ଧି ଧରି ଏଭଳି ୩୦୦ରୁ ଅଧିକ ପରୀକ୍ଷଣ ସରିଛି । ଫଳରେ ଭୂ-ପୃଷ୍ଠ ଆଧାରିତ ପରମାଣୁ ପ୍ରତିରୋଧକ କ୍ଷମତାର ବିଶ୍ଵସନୀୟତା, ସଠିକତା ଓ ପ୍ରସ୍ତୁତି ଯାଞ୍ଚ କରାଯାଇ ପାରିବ । ଏହି ପରୀକ୍ଷଣ ଅନେକ ବର୍ଷ ପୂର୍ବରୁ ନିର୍ଦ୍ଧାରିତ ଥିଲା ।"

ଫେବ୍ରୁଆରୀ ୨୮ରେ ଆମେରିକା ଓ ଇସ୍ରାଏଲ୍ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରି ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇ ନିହତ ହୋଇଛନ୍ତି । ଯାହାପରେ ଇରାନ ରକ୍ତମୁଖା ହୋଇ ଉଠିଛି । ଏହି ସମୟରେ ଆମେରିକା ପରମାଣୁ ମିସାଇଲ୍ ପରୀକ୍ଷଣ କରିବା ଯୁଦ୍ଧକୁ ନୂଆ ଇନ୍ଧନ ଦେଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
US Tests Missile: ଇରାନ ଯୁଦ୍ଧ ଭିତରେ 'ଡୁମ୍ସଡେ' ମିସାଇଲ୍‌ର ପରୀକ୍ଷଣ କଲା ଆମେରିକା; ପୃଥିବୀର କେଉଁଠି ବି କରି ପାରିବ ପ୍ରହାର | Argus News