|
logo
Live
Argus News App
GET APP

Argus News - କାହିଁକି ଯୁଦ୍ଧ ବେଳେ ଇରାନ ପାଖରୁ ଦୂରେଇଗଲେ ଋଷିଆ-ଚୀନ୍

International

Russia China Iran Nexus Breakdown / କାହିଁକି ଯୁଦ୍ଧ ବେଳେ ଇରାନ ପାଖରୁ ଦୂରେଇଗଲେ ଋଷିଆ-ଚୀନ୍

Subhramjit ray
Browse all articles by Subhramjit ray
·3 weeks ago·4 min read
କାହିଁକି ଯୁଦ୍ଧ ବେଳେ ଇରାନ ପାଖରୁ ଦୂରେଇଗଲେ ଋଷିଆ-ଚୀନ୍
Middle East Crisis

Key Points

ଘନିଷ୍ଠ ସହଯୋଗୀ ହୋଇଥିବା ସତ୍ତ୍ୱେ ଯୁଦ୍ଧ ବେଳେ ଋଷିଆ-ଚୀନ ସାମରିକ ଦୃଷ୍ଟିକୋଣରୁ ଇରାନ ସହ ନାହାଁନ୍ତି।
Russia China nexus with Iran breaks down: ବିଗତ କିଛି ଦିନ ମଧ୍ୟ ଏସିୟାରେ ଉଠିଥିବା ତାତି ଏବେ ସମଗ୍ର ବିଶ୍ୱରେ ଅନୁଭୂତ ହେବାରେ ଲାଗିଛି। ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମଧ୍ୟ ଏସିୟାରେ ଜାରି ରହିଥିବା ସଂକଟ ମଧ୍ୟରେ ଇରାନ ସହ କାହିଁକି ଏହାର ଘନିଷ୍ଠ ସହଯୋଗୀ ଛିଡ଼ା ହୋଇନାହାଁନ୍ତି। ଏହି ପ୍ରସଙ୍ଗ ଏବେ ବିଶ୍ୱ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।

କୁହାଯାଏ ଯେ ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ହେଲେ ଏବେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପ୍ରାୟ ୫ ଦିନରୁ ଉର୍ଦ୍ଧ୍ୱ ସମୟ ଧରି ଇରାନ, ଆମେରିକା-ଇସ୍ରାଏଲ ସମେତ ସାଉଦି ଆରବ, ସଂଯୁକ୍ତ ଆରବ ଅମିରାତ, ଜୋର୍ଡାନ୍, ଓମାନ୍, ଇରାକ୍, କାତାର ବାହାରୀନ୍ ଆଦି ପଡ଼ୋଶୀ ଦେଶଙ୍କ ବିରୋଧରେ ଲଢେଇ ଜାରି ରଖିଛି। ହେଲେ ସାମରିକ ଦୃଷ୍ଟି କୋଣରୁ ଯୁଦ୍ଧ ଭଳି ଏକ ବିପଦ ସମୟରେ ଇରାନ ପାଖରେ ଏହାର ଘନିଷ୍ଠ କୂଟନୈତିକ ସହଯୋଗୀ ଋଷିଆ-ଚୀନ୍ ଛିଡ଼ା ହୋଇନାହାଁନ୍ତି।

ଯଦିଓ ଉଭୟ ଋଷିଆ-ଚୀନ୍, ଇରାନ ବିରୋଧରେ ଯୁଦ୍ଧ ଆରମ୍ଭ କରିବା ଏବଂ ଏହାର ସର୍ବୋଚ୍ଚ ନେତା ଅଲ୍ଲୀ ଖୋମେନେଇଙ୍କ ହତ୍ୟା ଘଟଣାକୁ ସମାଲୋଚନା କରିଛନ୍ତି। ଏନେଇ ପ୍ରତିକ୍ରିୟା ରଖି ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ କହିଛନ୍ତି ଯେ ଇରାନର ସର୍ବୋଚ୍ଚ ନେତାଙ୍କ ହତ୍ୟା ମାନବାଧିକାର ଏବଂ ଅନ୍ତର୍ଜାତୀୟ ଆଇନର ସମସ୍ତ ମାନଦଣ୍ଡକୁ ଉଲ୍ଲଂଘନ କରିଛି। ଅନ୍ୟପକ୍ଷରେ ଚୀନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ୱାଙ୍ଗ ୟି ତାଙ୍କ ଇସ୍ରାଏଲୀ ପ୍ରତିପକ୍ଷ ଗିଡିଓନ ସାରଙ୍କୁ କହିଥିଲେ ଯେ, ସାମରିକ ବଳ କୌଣସି ସମସ୍ୟାର ପ୍ରକୃତ ସମାଧାନ ହୋଇପାରିବ ନାହିଁ। ବରଂ ଏହା ଦ୍ୱାରା ନୂତନ ସମସ୍ୟା ସୃଷ୍ଟି କରିବ। ଯାହାର ଦୀର୍ଘକାଳୀନ ପରିଣାମ ଅନୁଭୂତ ହେବ।

ମଧ୍ୟ ପ୍ରାଚ୍ୟ ସଂକଟକୁ ନେଇ ଉଭୟ ଋଷିଆ-ଚୀନ୍ ଜାତିସଂଘ ସୁରକ୍ଷା ପରିଷଦର ଏକ ଜରୁରୀକାଳୀନ ବୈଠକ ଆୟୋଜତି ପାଇଁ ଅନୁରୋଧ ଜଣାଇଛନ୍ତି। ଯଦିଓ ଇଭୟେ କୂଟନୈତିକ ପଦକ୍ଷେପ ଦ୍ୱାରା ଏହଂ ସଂକଟର ସମାଧାନ କରିବାକୁ ଆଗେଇ ଆସିଛନ୍ତି। ହେଲେ ସେମାନେ ସାମରିକ ଦୃଷ୍ଟିକୋଣରୁ ଇରାନ ସମର୍ଥନରେ ଆଗକୁ ଆସିନାହାଁନ୍ତି।

ଏହା ସହ ପଢନ୍ତୁ: ଇରାନ ଡ୍ରୋନ ଆକ୍ରମଣରେ କମ୍ପିଉଠିଲା ବିମାନ ବନ୍ଦର; ପ୍ରତିଶୋଧ ନେବାକୁ ଧମକ ଦେଲା ଆଜରବୈଜାନ୍ 

ଅନ୍ୟ ଏକ ଯୁଦ୍ଧ ଲଢିବାକୁ ଚାହୁଁନାହିଁ ଋଷିଆ
ପ୍ରାୟ ୪ ବର୍ଷ ଧରି ୟୁକ୍ରେନ ସହ ଲଢେଇ ଜାରି ରଖିଛି ଋଷିଆ। ଏହି କାରଣରୁ ମଧ୍ୟପ୍ରାଚ୍ୟରେ ଆଉ ଏକ ଯୁଦ୍ଧରେ ଫସିବାକୁ ଚାହୁଁନାହିଁ। ଯୁଦ୍ଧ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ବର୍ଷ ଜାନୁଆରୀ ମାସରେ ଋଷିଆ-ଇରାନ ମଧ୍ୟରେ ରଣନୈତିକ ସହଭାଗୀତାକୁ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ ଗୁପ୍ତଚର ଏବଂ ପ୍ରତିରକ୍ଷା କ୍ଷେତ୍ରରେ ସମନ୍ୱୟକୁ ଆହୁରି ଗଭୀର କରିବା ନେଇ ଗୁରୁତ୍ୱ ଦିଆଯାଇଥିଲା।

ଗତ ବର୍ଷ ସ୍ୱାକ୍ଷରିତ ହୋଇଥିବା ଇରାନ ସହ ସ୍ୱାକ୍ଷରିତ ହୋଇଥିବା ଋଷିଆ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁନାହିଁ। କାରଣ ଏହି ଚୁକ୍ତି ଏକ ଆନୁଷ୍ଠାନିକ ସାମରିକ ଗଠ ବନ୍ଧନଠାରୁ କମ୍। ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଣ୍ଡ୍ରେ କୋର୍ଟୁନୋଭ୍। ଯିଏ ଋଷିଆର ବୈଦେଶିକ ବ୍ୟାପାର ପରିଷଦର ପୂର୍ବତନ ଡାଇରେକ୍ଟର ଜେନେରାଲ୍ ଭାବେ କାର୍ଯ୍ୟ କରିଥିଲେ। ସେ ଏବେ ଦେଶର ବୈଦେଶିକ ନୀତି ଉପରେ ଗବେଷଣା କରୁଥିବା ଥିଙ୍କ ଟ୍ୟାଙ୍କ ଭାଲଡାଇ ଡିସକସନ୍ କ୍ଲବ୍ ର ସଦସ୍ୟ ଅଛନ୍ତି।

ଏ ସମ୍ପର୍କରେ ଆରବ ଗଣମାଧ୍ୟମ ଅଲ-ଜଜୀରା ସହ କଥାବାର୍ତ୍ତା କରିବା ବେଳେ ସେ କହିଥିଲେ ଯେ ଗତ ୨୦୨୪ ରେ ଉତ୍ତର କୋରିଆ ସହ ଋଷିଆର ହୋଇଥିବା ଚୁକ୍ତି ବାଧ୍ୟତାମୂଳକ ସାମରିକ ସମର୍ଥନ ଉପରେ ପର୍ଯ୍ୟବେସିତ। ଏହି ଚୁକ୍ତି ଯୁଦ୍ଧ କିମ୍ବା ସାମରିକ ସଂଘର୍ଷ ଭଳି ପରିସ୍ଥିତି ସମୟରେ ଉଭୟ ଋଷିଆ-ଉତ୍ତର କୋରିଆ ପରସ୍ପରକୁ ସହଯୋଗ କରିବେ। ହେଲେ ଇରାନ ସହ ହୋଇଥିବା ଚୁକ୍ତିରେ ବ୍ୟତିକ୍ରମ ହେଉଛି ଯେ ଅପରପକ୍ଷରୁ ଲଢେଇ ହୁଏ, ତାହାଲେ ଉଭୟେ ଶତ୍ରୁତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଦୂରେଇ ରହିବେ। ଋଷିଆ, ୟୁକ୍ରେନ ସହ ଚାଲିଥିୀବା ସଂଘର୍ଷରେ ଆମେରିକାର ମଧ୍ୟସ୍ଥତାକୁ ପ୍ରାଥମିକତା ଦେଉଥିବାର ମନେ ହେଉଛି।

ଅନ୍ୟପକ୍ଷରେ ଋଷୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କ୍ରେମଲିନ୍ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ ସାମରିକ ସହାୟତା ଯୋଗାଇ ଦେବା ପାଇଁ ଋଷିଆ, ଇରାନ ପାଖରୁ କୌଣସି ଅନୁରୋଧ ପାଇନାହିଁ।

ଯୁଦ୍ଧ ବେଳେ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି ଚୀନ୍
ରିପୋର୍ଟ ଅନୁଯାୟୀ, ଇରାନର ଅନ୍ୟତମ ଘନିଷ୍ଠ ସହଯୋଗୀ ଚୀନ୍ ଏହାର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି। ଆମେରିକା ସହ ମୁକାବିଲା କରିବା ଏବଂ ଇରାନ ଭଳି ଏକ ଘନିଷ୍ଠ ସହଯୋଗୀକୁ ସାହାଯ୍ୟ କରି ନିଜର ସ୍ୱାର୍ଥକୁ ବିପଦରେ ପକାଇବାର ସମ୍ଭାବନା କମ୍।

ଏନେଇ ପ୍ରତିକ୍ରିୟା ରଖିଛନ୍ତି ଚୀନ୍‌ ସିଂଘୁଆ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ସୁରକ୍ଷା ଏବଂ ରଣନୀତି କେନ୍ଦ୍ରର ପୋଷ୍ଟଡକ୍ଟରାଲ୍ ଫେଲୋ ଜୋଡି ୱେନ୍। ଏହି ପ୍ରସଙ୍ଗରେ ଅଲ୍ ଜଜୀରା ସହ କଥାବାର୍ତ୍ତା କରିବା ବେଳେ ସେ କହିଥିଲେ ଯେ, ରାଜନୈତିକ ଦିଗରୁ ଉଭୟ ଦେଶ ମଧ୍ୟରେ ନିୟମିତ ଆଦାନପ୍ରଦାନ ଚାଲିଛି। ଅର୍ଥନୈତିକ ଦୃଷ୍ଟିକୋଣରୁ ଚୀନ-ଇରାନ ମଧ୍ୟରେ ଗଭୀର ସହଯୋଗ ରହିଛି। ଅନେକ ଚୀନୀ ଉଦ୍ୟୋଗୀ ଇରାନରେ ନିବେଶ କରିଛନ୍ତି। ବେଜିଂ ସହଭାଗୀତା ପାଇଁ ସ୍ପଷ୍ଟ ସୀମା ଟାଣିଛି। ଚୀନ ସରକାର ସର୍ବଦା ଅନ୍ୟ ଦେଶର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଚାହାଁନ୍ତି ନାହିଁ। ମୁଁ ଭାବୁନାହିଁ ଯେ ଯୁଦ୍ଧ ଭଳି ସମୟରେ ଚୀନ୍ ସରକାର ଇରାନ ପାଖକୁ ଅସ୍ତ୍ରଶସ୍ତ୍ର ପଠାଇବେ।

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ଚୀନ୍ ର ଅର୍ଥନୈତିକ ସ୍ୱାର୍ଥ ବିପଦରେ ରହିଛି। ଇରାନ ଦ୍ୱାରା ଧମକ କାରଣରୁ ହର୍ମୁଜ ପ୍ରଣାଳୀରେ ସାମୁଦ୍ରିକ ଯାତାୟତ ହ୍ରାସ ପାଇଛି। ହର୍ମୁଜ ପ୍ରଣାଳୀରୁ ଆରବ ସାଗରରେ ପହଞ୍ଚିବା ପାଇଁ ପାରସ୍ୟ ଉପସାଗର ହେଉଛି ଏକମାତ୍ର ପ୍ରବେଶ ପଥ। ଅନ୍ୟାନ୍ୟ ଏସୀୟ ଦେଶଙ୍କ ଭଳି ଚୀନ୍ ମଧ୍ୟପ୍ରାଚ୍ୟରୁ ତେଲ ଆମଦାନୀ କରିଥାଏ। ହେଲେ ହର୍ମୁଜ ପ୍ରଣାଳୀ ଅବରୋଧିତ ହେବା ଦ୍ୱାରା ଏହାର ଯୋଗାଣ ବୃଦ୍ଧି ପାଇବ।

ଅନ୍ୟପକ୍ଷରେ ଚୀନ୍ ରାଷ୍ଟ୍ରାଧ୍ୟକ୍ଷ ସି ଜିନପିଙ୍ଗ ଏବଂ ତାଙ୍କର ଆମେରିକୀୟ ପ୍ରତିପକ୍ଷ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଗାମୀ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଇରାନ ସହ ଜାରି ରହିଥିବା ଯୁଦ୍ଧ କାରଣରୁ ଚୀନ୍-ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ହେବାକୁ ଯାଉଥିବା ଶିଖର ସମ୍ମିଳନୀ ପଥ ଭ୍ରଷ୍ଟ ହେବାର ସମ୍ଭାବନା କମ୍। ଯଦିଓ ଆମେରିକୀୟ ସାମରିକ କାର୍ଯ୍ୟନୁଷ୍ଠାନ କାରଣରୁ ଇରାନ-ଚୀନ୍ ତୈଳ କାରବାର ଅନେକାଂଶରେ ପ୍ରଭାବିତ ହୋଇଛି।

ୟୁରେସିଆ ଗ୍ରୁପ୍ ପକ୍ଷରୁ ଚୀନ୍ ନିର୍ଦ୍ଦେଶକ ଡାନ୍ ୱାଙ୍ଗ ନ୍ୟୁଜ ଏଜେନ୍ସି ଏଏଫପି ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ, ବେଜିଂ ତେହେରାନ୍କୁ ଏକ ସାମରିକ ସହଯୋଗୀ ନୁହେଁ ବରଂ ଏକ ରଣନୈତିକ ଅଂଶୀଦାର ଭାବରେ ଦେଖେ। ଚୀନ୍ ଅନ୍ୟ ଉପସାଗରୀୟ ରାଷ୍ଟ୍ର ସହ ରହିଥିବା ଏହାର ସମ୍ପର୍କକୁ ମଧ୍ୟ ଗୁରୁତ୍ୱ ଦେଇଥାଏ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Russia China Iran Nexus Breakdown: କାହିଁକି ଯୁଦ୍ଧ ବେଳେ ଇରାନ ପାଖରୁ ଦୂରେଇଗଲେ ଋଷିଆ-ଚୀନ୍ | Argus News