Donald Trump / ଶାନ୍ତି ପାଇଁ ଟ୍ରମ୍ପଙ୍କ ଆଉ ଏକ ପ୍ରୟାସ; ଋଷ-ୟୁକ୍ରେନ୍ ଯୁଦ୍ଧରେ ପଡ଼ିବ ଯବନିକା !
·5 months ago·2 min read

Key Points
ଗାଜାରେ ଯୁଦ୍ଧବିରତିର ସଫଳତା ପରେ ଋଷ-ୟୁକ୍ରେନ୍ ଯୁଦ୍ଧ ସମାପ୍ତ କରିବା ପାଇଁ ଟ୍ରମ୍ପଙ୍କର ଉତ୍ସାହ ବଢ଼ିଛି । ବହୁ ଶୀଘ୍ର ଯୁଦ୍ଧ ବନ୍ଦ ଏବଂ ଶାନ୍ତି ଆଲୋଚନା ପାଇଁ ପୁଟିନଙ୍କୁ ଭେଟିବେ ଟ୍ରମ୍ପ ।
ନୂଆଦିଲ୍ଲୀ: ଗାଜା ପରେ ଋଷ-ୟୁକ୍ରେନ୍ ଯୁଦ୍ଧ ଶେଷ କରିବାକୁ ଟ୍ରମ୍ପଙ୍କ ବଡ଼ ପଦକ୍ଷେପ । ହଙ୍ଗେରୀରେ ପୁଟିନଙ୍କ ସହ ସାକ୍ଷାତ ପୂର୍ବରୁ ଜେଲେନସ୍କିଙ୍କ ସହ ଆଲୋଚନା । ରୁଷିଆ ସହ ଶାନ୍ତି ଆଲୋଚନାର ନେତୃତ୍ୱ ନେବେ ବୈଦେଶିକ ସଚିବ ମାର୍କୋ ରୁବିଓ ।
ଗାଜାରେ ଯୁଦ୍ଧବିରତିର ସଫଳତା ପରେ ଋଷ-ୟୁକ୍ରେନ୍ ଯୁଦ୍ଧ ସମାପ୍ତ କରିବା ପାଇଁ ଟ୍ରମ୍ପଙ୍କର ଉତ୍ସାହ ବଢ଼ିଛି । ବହୁ ଶୀଘ୍ର ଯୁଦ୍ଧ ବନ୍ଦ ଏବଂ ଶାନ୍ତି ଆଲୋଚନା ପାଇଁ ପୁଟିନଙ୍କୁ ଭେଟିବେ ଟ୍ରମ୍ପ । ପୂର୍ବରୁ ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ସାକ୍ଷାତ ପରେ ଏଥର ଦୁଇ ନେତା ହଙ୍ଗେରୀର ବୁଡାପେଷ୍ଟରେ ସାକ୍ଷାତ କରିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି ।
ଏଥିସହ ପଢ଼ନ୍ତୁ: ମାଷ୍ଟର ମାଇଣ୍ଡ ମୁନ୍ନା ମହାନ୍ତି ଓ ସହଯୋଗୀକୁ ଲୁଚାଇଥିଲେ ବିଜେଡି ନେତା ଅଭିମନ୍ୟୁ ଦୋରା
ତେବେ ଏହି ସାକ୍ଷାତ ପୂର୍ବରୁ ଅକ୍ଟୋବର ୧୬ରେ ଦୁଇ ନେତା ଫୋନ୍ରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଋଷ୍-ୟୁକ୍ରେନ୍ ଯୁଦ୍ଧ ବିରତି ଏବଂ ଯୁଦ୍ଧ ପରେ ଋଷ, ଆମେରିକା ମଧ୍ୟରେ ବ୍ୟବସାୟିକ ସ୍ଥିତିକୁ ସୁଦୃଢ କରିବା ନେଇ ଆଲୋଚନା ହୋଇଛି ।
ଏହି ଆଲୋଚନାର ଗୋଟିଏ ଦିନ ପରେ ଅକ୍ଟୋବର ୧୭ ତାରିଖରେ ଟ୍ରମ୍ପ ପୁନର୍ବାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସାକ୍ଷାତ କରିଛନ୍ତି । ୟୁକ୍ରେନ୍ ଉପରେ ଋଷର ଆକ୍ରମଣକୁ ନେଇ ଆଲୋଚନା କରିଛନ୍ତି ଦୁଇ ନେତା । ପୁଟିନଙ୍କ ସହ ଦ୍ଵିତୀୟ ଥର ପାଇଁ ଯୁଦ୍ଧ ବିରତିକୁ ନେଇ ହେବାକୁ ଥିବା ଆଲୋଚନା ସଫଳ ହେବ ବୋଲି ଆଶା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ।
ଏଥିସହ ପଢ଼ନ୍ତୁ: ମେଡିକାଲ୍ରୁ ଡିସଚାର୍ଜ ହେଲେ ଦୁର୍ଗାପୁର ପୀଡ଼ିତା, ହେଲେ ଓଡ଼ିଶା ଫେରିବେନି ପଶ୍ଚିମବଙ୍ଗରେ ରହିବେ..
ଆଲାସ୍କାରେ ଟ୍ରମ୍ପ-ପୁଟିନ୍ ଆଲୋଚନା ବିଫଳ ହେବା ପରେ ଏଥର ହଙ୍ଗେରୀର ବୁଡ଼ାପେଷ୍ଟରେ ଦୁଇ ନେତାଙ୍କ ଶାନ୍ତି ଆଲୋଚନା ଉପରେ ରହିଛି ବିଶ୍ଵର ନଜର । ତେବେ ଟ୍ରମ୍ପ ଏବଂ ପୁଟିନ୍ଙ୍କ ଭେଟ ପୂର୍ବରୁ ଋଷ ଯିବେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ । ସେଠରେ ଋଷର ବୈଦେଶିକ ମନ୍ତ୍ରୀ ସର୍ଜି ଲାଭରୋଭଙ୍କ ଭେଟି ପ୍ରାଥମିକ ଆଲୋଚନା କରିବେ ।
ଗାଜାରେ ୨ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ସମାପ୍ତ କରିବାକୁ ଟ୍ରମ୍ପ ଉଦ୍ୟମ କରୁଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ୟମରେ ହିଁ ଇସ୍ରାଏଲ ଏବଂ ହମାସ ଯୁଦ୍ଧ ବିରତି ପାଇଁ ରାଜି ହୋଇଛନ୍ତି । ଏବେ ଋଷ-ୟୁକ୍ରେନ୍ ସଂଘର୍ଷର ଅନ୍ତ ଘଟାଇ ଶାନ୍ତି ଆଣିବା ଦିଗରେ ପ୍ରୟାସ କରୁଛନ୍ତି ଆମେରିକା ରାଷ୍ଟ୍ରପତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories