|
logo
Live
Argus News App
GET APP

Argus News - ମେଡିକାଲ୍‌ରୁ ଡିସଚାର୍ଜ ହେଲେ ଦୁର୍ଗାପୁର ପୀଡ଼ିତା, ହେଲେ ଓଡ଼ିଶା ଫେରିବେନି ପଶ୍ଚିମବଙ୍ଗରେ ରହିବେ...

Odisha

West Bengal Case / ମେଡିକାଲ୍‌ରୁ ଡିସଚାର୍ଜ ହେଲେ ଦୁର୍ଗାପୁର ପୀଡ଼ିତା, ହେଲେ ଓଡ଼ିଶା ଫେରିବେନି ପଶ୍ଚିମବଙ୍ଗରେ ରହିବେ...

Sushanta Sahoo
Browse all articles by Sushanta Sahoo
·5 months ago·2 min read
ମେଡିକାଲ୍‌ରୁ ଡିସଚାର୍ଜ ହେଲେ ଦୁର୍ଗାପୁର ପୀଡ଼ିତା, ହେଲେ ଓଡ଼ିଶା ଫେରିବେନି ପଶ୍ଚିମବଙ୍ଗରେ ରହିବେ...

Key Points

ଗଣଦୁଷ୍କର୍ମ ପର ଠାରୁ ଦୁର୍ଗାପୁରର IQ ମେଡିକାଲ୍‌ରେ ପୀଡ଼ିତାଙ୍କ ଚିକିତ୍ସା ଚାଲିଥିଲା । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ମେଡିକାଲ୍‌ରୁ ତାଙ୍କୁ ଶୁକ୍ରବାର ଡିସଚାର୍ଜ କରାଯାଇଛି । ମେଡିକାଲ୍‌ରୁ ଆସିଥିଲେ ମଧ୍ୟ ପୀଡ଼ିତା ଏବେ ଓଡ଼ିଶା ଆସିବେ ନାହିଁ ।

ବାଲେଶ୍ଵର: ସପ୍ତାହକ ପରେ ସୁସ୍ଥ ହେଲେ ଦୁର୍ଗାପୁର ପୀଡ଼ିତା । ମେଡିକାଲ୍‌ରୁ କରାଗଲା ଡିସଚାର୍ଜ । ହେଲେ ଏବେ ଫେରିବେ ନାହିଁ ଓଡ଼ିଶା । ପୀଡ଼ିତାଙ୍କ ମାନସିକ ସ୍ଥିତି ଓ ସ୍ଵାସ୍ଥ୍ୟରେ ଉନ୍ନତି ଆସିବା ପରେ ତାଙ୍କୁ ମେଡିକାଲ୍‌ରୁ ଡିସଚାର୍ଜ କରାଯାଇଛି । ଏନେଇ IQ ମେଡିକାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।


ଗଣଦୁଷ୍କର୍ମ ପର ଠାରୁ ଦୁର୍ଗାପୁରର IQ ମେଡିକାଲ୍‌ରେ ପୀଡ଼ିତାଙ୍କ ଚିକିତ୍ସା ଚାଲିଥିଲା । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ମେଡିକାଲ୍‌ରୁ ତାଙ୍କୁ ଶୁକ୍ରବାର ଡିସଚାର୍ଜ କରାଯାଇଛି । ମେଡିକାଲ୍‌ରୁ ଆସିଥିଲେ ମଧ୍ୟ ପୀଡ଼ିତା ଏବେ ଓଡ଼ିଶା ଆସିବେ ନାହିଁ । ପୀଡ଼ିତାଙ୍କ ବାପା କହିଛନ୍ତି, "ଆଇନଗତ ଦିଗରେ ତଦନ୍ତରେ ସହାୟତା ପାଇଁ ଝିଅ ଏବେ ପରିବାର ସହ ସେଠାରେ ରହିବ ।"


ଏଥିସହ ପଢ଼ନ୍ତୁ: ଶୁଣାଣିକୁ ଆସିଲେନି କି ସହଯୋଗ କଲେନି ପୋଲିସ ବାବୁ, ଗିରଫ ନିର୍ଦ୍ଦେଶ ଦେଲେ OHRC


ସେପଟେ ପୀଡିତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ ପରେ ରିମାଣ୍ଡରେ ନେଇଛି ପୋଲିସ । ୭ ଦିନିଆ ରିମାଣ୍ଡରେ ନେଇ ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କୁ ପୋଲିସ ଜେରା କରୁଛି । ପୋଲିସ ୧୦ ଦିନିଆ ରିମାଣ୍ଡ ଆବେଦନ କରିଥିବା ବେଳେ ୭ ଦିନ ପାଇଁ କୋର୍ଟ ଅନୁମତି ଦେଇଥିଲେ ।

ଗଣଦୁଷ୍କର୍ମ ଘଟଣାରେ ପୁରୁଷବନ୍ଧୁଙ୍କ ସମେତ ୬ ଜଣଙ୍କୁ ରିମାଣ୍ଡରେ ନେଇ ଖୋଳତାଡ଼ କରୁଛି ଦୁର୍ଗାପୁର ପୋଲିସ । ଅକ୍ଟୋବର ୧୦ ଶୁକ୍ରବାର ରାତିରେ ପ୍ରକୃତରେ କଣ ଘଟିଥିଲା ତାର ସମ୍ପୂର୍ଣ୍ଣ ତଥ୍ୟ ହାସଲ ପାଇଁ ପୋଲିସ ପଚରାଉଚରା କରୁଛି । ଏଥିସହ ଅଭିଯୁକ୍ତ ଓ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କର ମଧ୍ୟ ମିଛ ଧରା ପରୀକ୍ଷା କରିବାକୁ ଯୋଜନା କରିଛି ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିସହ ପଢ଼ନ୍ତୁ: ଘରକୁ ସ୍ଵାମୀ ଆସିଥିବା ବେଳେ ହାଇଦ୍ରାବାଦରେ ମିଳିଲା ସ୍ତ୍ରୀର ଝୁଲନ୍ତା ମୃତଦେହ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ


ସୂଚନା ଅନୁଯାୟୀ, ଗତ ୧୦ ତାରିଖ ରାତି ସାଢ଼େ ୮ ସମୟରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ପୁରୁଷବନ୍ଧୁ ତାଙ୍କୁ କଲେଜ ଫାଟକ ନିକଟରେ ଥିବା ଷ୍ଟଲ୍‌କୁ ଗୁପ୍ ଚୁପ୍ ଖାଇବାକୁ ଡାକିଥିଲେ । ଏହାପରେ, ପୁରୁଷବନ୍ଧୁ ଜଣକ ତାଙ୍କୁ ଆଗକୁ ଆଉ କିଛି ବାଟ ଯିବା ପାଇଁ କହିଥିଲେ । ଉଭୟ କଲେଜକୁ ସଂଯୋଗ କରୁଥିବା ଜଙ୍ଗଲ ରାସ୍ତାରେ ୩ଶହ ମିଟର ଚାଲିଚାଲି ଯାଇଥିଲେ । ଏହି ସମୟରେ କିଛି ଯୁବକ ସେମାନଙ୍କ ପିଛା କରୁଥିଲେ ।

ହଠାତ୍ ପୁରୁଷବନ୍ଧୁ ଜଣକ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ । ଏହି ସମୟରେ ପିଛା କରୁଥିବା ଯୁବକମାନେ ପୀଡ଼ିତାଙ୍କୁ ଘଞ୍ଚ ଜଙ୍ଗଲ ଭିତରକୁ ଟେକିନେଇ ଦୁଷ୍କର୍ମ କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ପୀଡ଼ିତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏବେ ପୀଡ଼ିତା ସୁସ୍ଥ ହେବା ପରେ ମେଡିକାଲ୍‌ରୁ ଡିସଚାର୍ଜ କରାଯାଇଛି ।

Related Topics

Explore more stories

Sponsored
West Bengal Case: ମେଡିକାଲ୍‌ରୁ ଡିସଚାର୍ଜ ହେଲେ ଦୁର୍ଗାପୁର ପୀଡ଼ିତା, ହେଲେ ଓଡ଼ିଶା ଫେରିବେନି ପଶ୍ଚିମବଙ୍ଗରେ ରହିବେ... | Argus News