SI Paper Leak / ମାଷ୍ଟର ମାଇଣ୍ଡ ମୁନ୍ନା ମହାନ୍ତି ଓ ସହଯୋଗୀକୁ ଲୁଚାଇଥିଲେ ବିଜେଡି ନେତା ଅଭିମନ୍ୟୁ ଦୋରା

Key Points
SI ଚାକିରି କେଳେଙ୍କାରୀରେ ଆଉ ଏକ ମହାଖୁଲାସା । ବିଜେଡି ଶାସନରେ ଶଙ୍ଖ ଦଳ ନେତାଙ୍କ ସମର୍ଥନ, ସହଯୋଗ ଓ ପ୍ରଚ୍ଛନ୍ନ ସମ୍ପୃକ୍ତିରେ କେମିତି ଚାଲିଥିଲା ମହାଘୋଟାଲା ସାମ୍ନାକୁ ଆସିଛି ତାର ପ୍ରମାଣ ।
ଭୁବନେଶ୍ଵର/ନୟାଗଡ଼: ବିଜେଡି ନେତାଙ୍କ ସହଯୋଗ, ସମର୍ଥନ ଓ ପ୍ରଚ୍ଛନ୍ନ ସମ୍ପୃକ୍ତିରେ କେମିତି ଚାଲିଥିଲା SI ଚାକିରି କେଳେଙ୍କାରୀ ତା'ର ପର୍ଦ୍ଦାଫାସ୍ ହୋଇଛି । ମୁନ୍ନା ମହାନ୍ତିକୁ ନିଜ ଫାର୍ମ ହାଉସରେ ଲୁଚାଇଥିଲା ବିଜେଡି ନେତା ଅଭିମନ୍ୟୁ ଦୋରା । ମୁନ୍ନା ଓ ଅଭିମନ୍ୟୁ, ଦୁଇ ବିଜେଡି ନେତା ମିଶି ଚଳାଇଥିଲେ କୋଟି କୋଟି ଟଙ୍କାର କଳା କାରବାର ।
ଅଭିଯୋଗ ଅନୁସାରେ, ବାଲିଘାଟ ନିଲାମରୁ ନେଇ ଚାକିରି ବିକ୍ରି କେଳେଙ୍କାରୀ କରି ଏମାନେ କୋଟି କୋଟି ଟଙ୍କା ଲୁଟ୍ କରୁଥିଲେ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ସ୍କାନରରେ ବିଜେଡି ନେତା ସୁବ୍ରତ ଛାଟୋଇଙ୍କ 'ବଣିକ' କୋଚିଂ ସେଣ୍ଟର ବି ରହିଛି । ବିଜେଡିର ବଡ଼ ବଡ଼ ନେତାଙ୍କ ଏହି ମାମଲାରେ ସମ୍ପୃକ୍ତି ଥିବା କହିଛି ବିଜେପି ।
ଏଥିସହ ପଢ଼ନ୍ତୁ: ଧରାପଡ଼ିଲା ମୋଷ୍ଟ ଓ୍ୱାଣ୍ଟେଡ୍ ମୁନା ମହନ୍ତି, ଲୁକ୍ ଆଉଟ ନୋଟିସ ଜାରି କରିଥିଲା ପୋଲିସ
SI ଚାକିରି କେଳେଙ୍କାରୀରେ ଆଉ ଏକ ମହାଖୁଲାସା । ବିଜେଡି ଶାସନରେ ଶଙ୍ଖ ଦଳ ନେତାଙ୍କ ସମର୍ଥନ, ସହଯୋଗ ଓ ପ୍ରଚ୍ଛନ୍ନ ସମ୍ପୃକ୍ତିରେ କେମିତି ଚାଲିଥିଲା ମହାଘୋଟାଲା ସାମ୍ନାକୁ ଆସିଛି ତାର ପ୍ରମାଣ । 'ବଣିକ' କୋଚିଂ ସେଣ୍ଟରର ମାଲିକ ସୁବ୍ରତ ଛାଟୋଇଙ୍କ ଲିଙ୍କ୍ ଅଭିଯୋଗ ପରେ SI ପରୀକ୍ଷା କେଳେଙ୍କାରୀରେ ଆଉ ଜଣେ ବିଜେଡି ନେତାଙ୍କ ସମ୍ପୃକ୍ତିର ପର୍ଦ୍ଦାଫାସ୍ ହୋଇଛି ।
ଆଉ ସିଏ ହେଲେ ବିଜେଡି ନେତା ଅଭିମନ୍ୟୁ ଦୋରା । ଯିଏ କି ନୟାଗଡ଼ ଦଶପଲ୍ଲା ବ୍ଲକର ପୂର୍ବତନ ବ୍ଲକ୍ ଚେୟାରମ୍ୟାନ୍ । ଅଭିଯୁକ୍ତମାନଙ୍କୁ ସୁରକ୍ଷା ଯୋଗାଇ ଦେଉଥିଲେ ଦଶପଲ୍ଲାର ବିଜେଡି ନେତା ଟି.ଅଭିମନ୍ୟୁ ଦୋରା । ଅଭିମନ୍ୟୁଙ୍କ ଦଶପଲ୍ଲା ବନ୍ଧଖମଣସ୍ଥିତ ଏ ଫାର୍ମ ହାଉସ୍ ପାଲଟିଥିଲା ଚାକିରି କେଳେଙ୍କାରୀର ଏପିକ୍ ସେଣ୍ଟର ।
📱 Get Argus News App
✨
ମୁନ୍ନା ଓ ଦୁଇ ସହଯୋଗୀ ବନ୍ଧା ହେବା ପରେ ପୂରା କେଳେଙ୍କାରୀ ଉପରୁ ଉଠିଛି ପରଦା । ତଥ୍ୟ ଅନୁସାରେ, ବିଜେଡି ନେତା ଅଭିମନ୍ୟୁ ଦୋରା ହେଉଛି ମୁନ୍ନା ମହାନ୍ତିର ବିଜନେସ୍ ପାର୍ଟନର । ଅଭିଯୋଗ, ବାଲିଘାଟ ନିଲାମ ଓ ଚାକିରି ଡିଲରୁ ଏମାନେ ଲୁଟୁଥିଲେ କୋଟି କୋଟି ଟଙ୍କା । ମୁନ୍ନାର କଳାକାରନାମା ସଂପର୍କରେ ଜାଣି ବି ତାକୁ ସୁରକ୍ଷା ଦେଇଥିଲେ ଅଭିମନ୍ୟୁ ।
ଏଥିସହ ପଢ଼ନ୍ତୁ: ମେଡିକାଲ୍ରୁ ଡିସଚାର୍ଜ ହେଲେ ଦୁର୍ଗାପୁର ପୀଡ଼ିତା, ହେଲେ ଓଡ଼ିଶା ଫେରିବେନି ପଶ୍ଚିମବଙ୍ଗରେ ରହିବେ...
SI ଚାକିରି କେଳେଙ୍କାରୀରେ ସ୍କାନରରେ ରହିଛନ୍ତି ବିଜେଡି ନେତା ସୁବ୍ରତ ଛାଟୋଇ । ଯିଏ ଥିଲେ ବିଜେଡି ପାୱାର ସେଣ୍ଟରର ଖୁବ୍ ଘନିଷ୍ଠ । ରାଜଧାନୀର ଛାତି ଉପରେ ଥିବା ସୁବ୍ରତଙ୍କର 'ବଣିକ' କୋଚିଂ ସେଣ୍ଟରରେ କିଛି ଦିନ ତଳେ ଚଢ଼ାଉ କରିଥିଲା କ୍ରାଇମବ୍ରାଞ୍ଚ । ଗିରଫ ୧୧୪ ଆଶାୟୀଙ୍କ ମଧ୍ୟରୁ କେତେକଙ୍କର 'ବଣିକଟ ସହ ଲିଙ୍କ୍ ଥିବା ପ୍ରମାଣ ସାମ୍ନାକୁ ଆସିବା ପରେ ରେଡ୍ କରିଥିଲା କ୍ରାଇମବ୍ରାଞ୍ଚ ।
HRଙ୍କ ଲାପଟପ ଜବତ କରି ତନାଘନା କରିଥିଲା । ପରଦିନ 'ବଣିକ'ର ୩ ଅଧିକାରୀ HR ହେଡ୍, ଆକାଉଣ୍ଟସ୍ ମ୍ୟାନେଜର ଓ ବିଜନେସ୍ ମ୍ୟାନେଜରଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଡକାଇ ପ୍ରାୟ ଅଢ଼େଇ ଘଣ୍ଟା ଧରି ଜେରା କରିଥିଲା ।
ଯାହାକୁ ନେଇ ବିଜେପି କହିଛି, "କେବଳ ଏମାନେ ନୁହନ୍ତି, SI କେଳେଙ୍କାରୀ ପଛରେ ଆହୁରି ବଡ଼ ବିଜେଡି ନେତାଙ୍କର ହାତ ରହିଛି । ପାତାଳରେ ଲୁଚିଥିଲେ ବି ସମସ୍ତଙ୍କୁ ବନ୍ଧାଯିବ ।"
SI ଚାକିରି କେଳେଙ୍କାରୀ ତଦନ୍ତ ଆଗକୁ ବଢୁଥିବା ବେଳେ ଖୋଲୁଛି ବିଜେଡି ସମ୍ପୃକ୍ତିର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ । ସୁବ୍ରତ ଓ ଅଭିମନ୍ୟୁଙ୍କ ପରେ ବିଜେଡିର କେଉଁ ବଡ଼ ନେତାଙ୍କର ଥିଲା ହାତ ଆଗାମୀ ଦିନରେ ତା ଉପରୁ ବି ଉଠିବ ପରଦା ।
Related Topics
Explore more stories