|
logo
Live
Argus News App
GET APP

Argus News - କାହିଁକି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଲାଗିଛି ଯୁଦ୍ଧ ? ଜାଣନ୍ତୁ ଅସଲ କାରଣ...

International

Pakistan Afghan War / କାହିଁକି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଲାଗିଛି ଯୁଦ୍ଧ ? ଜାଣନ୍ତୁ ଅସଲ କାରଣ...

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
କାହିଁକି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଲାଗିଛି ଯୁଦ୍ଧ ? ଜାଣନ୍ତୁ ଅସଲ କାରଣ...
Pakistan Afghan War

Key Points

ଆଫଗାନିସ୍ତାନ-ପାକିସ୍ତାନ ମଧ୍ୟରେ ଘମାଘୋଟ ଯୁଦ୍ଧ
ଉଭୟ ଦେଶର ଆକାଶରୁ ଖସୁଛି ନିଆଁ
କାହିଁକି ହଠାତ୍ ଦୁଇ ଦେଶ ମଧ୍ୟରେ ହେଉଛି ଯୁଦ୍ଧ ?
ଜାଣନ୍ତୁ ଅସଲ କାରଣ....
ବିଶ୍ଵରେ ପୁଣି ଥରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏଥର ଦୁଇଟି ମୁସଲିମ ଦେଶ ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇଛନ୍ତି । ନିକଟରେ ଦୁଇ ଦେଶ ମଧ୍ୟରେ ସୀମାରେ ଉତ୍ତେଜନା ଦେଖିବାକୁ ମିଳିଥିଲା, ଯାହାକି ଏବେ ଯୁଦ୍ଧରେ ପରିଣତ ହୋଇଛି । ପାକିସ୍ତାନ ଆଫଗାନିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରିଛି । ଏଥିଲାଗି ଉଭୟ ଦେଶ ପରସ୍ପରକୁ ଦାୟୀ କରୁଛନ୍ତି । ଏବେ ପ୍ରଶ୍ନ ଉଠୁଛି ପଡ଼ୋଶୀ ଦେଶରେ କାହିଁକି ଯୁଦ୍ଧ ପରିସ୍ଥିତି ଉପୁଜିଛି ? ଏହା ପଛର ଅସଲ କାରଣ କଣ ?

  • ଯୁଦ୍ଧ କିପରି ଆରମ୍ଭ ହେଲା ?
ପାକିସ୍ତାନ ଅଭିଯୋଗ କରିଛି ଯେ ଆଫଗାନିସ୍ତାନ ସ୍ଥିତ ଆତଙ୍କୀ ସଂଗଠନ ତହରିକ୍-ଏ-ତାଲିବାନ (ଟିଟିପି) ପାକିସ୍ତାନରେ ଲଗାତାର ଭାବେ ବାରମ୍ବାର ଆତଙ୍କୀ ଆକ୍ରମଣ କରୁଛି । ଏହି ଆକ୍ରମଣରେ ପାକିସ୍ତାନ ସୈନ୍ୟଙ୍କ ସହିତ ଅନେକ ସାଧାରଣ ଜନତାଙ୍କ ଜୀବନ ଯାଇଛି । ପାକିସ୍ତାନ ଏହା ମଧ୍ୟ ଅଭିଯୋଗ କରିଛି ଯେ ଏ ସମ୍ପର୍କରେ ଦେଶ ଅନେକ ଥର ଆଫଗାନିସ୍ତାନ ସରକାରକୁ ଅବଗତ କରିଛି, କିନ୍ତୁ ଉକ୍ତ ଆତଙ୍କବାଦୀଙ୍କ ବିରୋଧରେ ସେପରି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହାପରେ ପାକିସ୍ତାନ ଆଫଗାନିସ୍ତାନର ଅନେକ ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ କରିଥିଲା । ତେବେ ପାକିସ୍ତାନ କେବଳ ଆତଙ୍କୀ ଆଡ୍ଡାସ୍ଥଳୀରେ ଆକ୍ରମଣ କରିଥିଲା ବୋଲି ଦାବି କରିଛି ।

ପଢନ୍ତୁ ଏହି ଖବର: ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଫିସ୍‌ ପାଖରେ ଆଫଗାନିସ୍ତାନର ଏୟାରଷ୍ଟ୍ରାଇକ୍‌ !

  • କଣ କହୁଛି ଆଫଗାନର ତାଲିବାନୀ ସରକାର ?
ସେପଟେ ଆଫଗାନିସ୍ତାନରେ ରାଜ୍ କରୁଥିବା ତାଲିବାନୀ ସରକାର ପାକିସ୍ତାନ ଆକ୍ରମଣର କଡ଼ା ଜବାବ ଦେଇଛି । ତାଲିବାନୀ ସରକାର କହିଛି ଯେ ପାକିସ୍ତାନ ତାର ସୀମା ଉଲ୍ଲଙ୍ଘନ କରିଛି । ଆଫଗାନ ଜମିରୁ କୌଣସି ବି ଆତଙ୍କୀ ଆକ୍ରମଣକୁ ଅନୁମତି ଦିଆଯାଏ ନାହିଁ । ଆଫଗାନିସ୍ତାନ ଏହା ମଧ୍ୟ ଅଭିଯୋଗ କରିଛି ଯେ ପାକିସ୍ତାନ ଆକ୍ରମଣରେ ନିର୍ଦ୍ଦୋଷ ଲୋକ, ମହିଳା ଓ ଅନେକ ଶିଶୁଙ୍କ ମୃତ୍ୟୁ ଘଟିଛି ।

  • ଡୁରଣ୍ଡ ଲାଇନକୁ ନେଇ ବିବାଦ କାହିଁକି ?
ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଥିବା ସୀମାକୁ 'ଡୁରଣ୍ଡ ଲାଇନ୍' କୁହାଯାଏ । ଏହି ସୀମା ବ୍ରିଟିଶ ଶାସନ ସମୟରେ ନିର୍ଦ୍ଧାରଣ କରାଯାଇଥିଲା । ଆଫଗାନିସ୍ତାନ ଏବେ ବି ଏହି ସୀମାକୁ ସମ୍ପୂର୍ଣ୍ଣ ଭାବରେ ଚିହ୍ନିତ କରିନାହିଁ, ଯାହା ଫଳରେ ସୀମାରେ ବାରମ୍ବାର ସଂଘର୍ଷ ଘଟୁଛି । ଉଭୟ ଦେଶର ଜନଜାତି ଏହି ସୀମାବର୍ତ୍ତୀ ଅଞ୍ଚଳରେ ବାସ କରନ୍ତି ଏବଂ ସେମାନେ ପ୍ରାୟତଃ ଉଭୟ ଦେଶକୁ ଯାତାୟାତ କରନ୍ତି । ଆତଙ୍କବାଦୀ ସଂଗଠନଗୁଡ଼ିକ ଏହାର ସୁଯୋଗ ନିଅନ୍ତି ବୋଲି ପାକିସ୍ତାନ ଦାବି କରିଛି । ୨୦୨୧ ମସିହାରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ, ପାକିସ୍ତାନ ଆଶା କରିଥିଲା ​​ଯେ ପରିସ୍ଥିତିରେ ଉନ୍ନତି ହେବ, କିନ୍ତୁ ଏହା ବଦଳରେ TTP ଆକ୍ରମଣ ବୃଦ୍ଧି ପାଇଥିବା କୁହାଯାଉଛି । ଏହା ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କକୁ ଆହୁରି ବିଗାଡ଼ି ଦେଇଛି ।

ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ଉଭୟ ଦେଶ ସଂଯମତା ଅବଲମ୍ବନ ନ କରନ୍ତି ଓ କୌଣସି ସମାଧାନରେ ନ ପହଞ୍ଚନ୍ତି, ତେବେ ପରିସ୍ଥିତି ଆଗକୁ ଆହୁରି ଖରାପ ହେବ । ଦୁଇ ଦେଶ ମଧ୍ୟରେ ଯୁଦ୍ଧର ପ୍ରଭାବ କେବଳ ସେମାନଙ୍କ ନିଜସ୍ୱ ଅଞ୍ଚଳରେ ସୀମିତ ରହିବ ନାହିଁ, ବରଂ ସମଗ୍ର ଦକ୍ଷିଣ ଏସିଆର ସୁରକ୍ଷା ଉପରେ ପ୍ରଭାବ ପକାଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pakistan Afghan War: କାହିଁକି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଲାଗିଛି ଯୁଦ୍ଧ ? ଜାଣନ୍ତୁ ଅସଲ କାରଣ... | Argus News