Love trap allegations / ଲଭ୍ ଟ୍ରାପ୍, ହ୍ବାଟ୍ସଆପ୍ ଚାଟ୍, କୋଟି କୋଟି ଟଙ୍କାର ଖେଳ; କିଏ DSP କଳ୍ପନା ବର୍ମା ?
·5 months ago·2 min read

Key Points
ଚର୍ଚ୍ଚାରେ ଡିଏସପି କଳ୍ପନା ବର୍ମା
ମୋବାଇଲରେ ସେୟାର କରିଥିଲେ ସମ୍ବେଦନଶୀଳ ତଥ୍ୟ
ଯାଞ୍ଚ ପରେ ନିଲମ୍ବନ କଲା ବିଭାଗ
ମୋବାଇଲରେ ସେୟାର କରିଥିଲେ ସମ୍ବେଦନଶୀଳ ତଥ୍ୟ
ଯାଞ୍ଚ ପରେ ନିଲମ୍ବନ କଲା ବିଭାଗ
ଛତିଶଗଡ଼ରେ ନିୟୋଜିତ ଡିଏସପି କଳ୍ପନା ବର୍ମାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ । ରାଜ୍ୟ ସରକାରଙ୍କ ଟଙ୍କା ହଡ଼ପ, ପଦବୀର ଦୁରୂପଯୋଗ ଓ ସମ୍ବେଦନଶୀଳ ସୂଚନା ଲିକ୍ କରିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟରେ ଏପରି ତଥ୍ୟ ସାମ୍ନାକୁ ଆସିଛି, ଯାହାପରେ ପୋଲିସ ବିଭାଗ ତାଙ୍କ ବିରୋଧରେ ବଡ଼ ନିଷ୍ପତ୍ତି ନେଇଛି । ମହିଳା ପୋଲିସ ଅଧିକାରିଣୀ ଜଣକ ଲଭ୍ ଟ୍ରାପ୍, କୋଟି କୋଟି ଟଙ୍କା ନେଣଦେଣ ଓ ହ୍ବାଟ୍ସଆପ୍ ଚାଟ୍ ଜରିଆରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସେୟାର କରିବା ଭଳି ତାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ରହିଛି ।
ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ପ୍ରାଥମିକ ତଦନ୍ତରେ ଆର୍ଥିକ କାରବାର, ରେକର୍ଡ ହୋଇଥିବା ବୟାନ ଏବଂ ଡିଜିଟାଲ୍ ଚାଟ୍ ରେକର୍ଡରେ ଗୁରୁତର ଅସଙ୍ଗତି ପ୍ରକାଶ ପାଇଛି । ତଦନ୍ତରେ ଅବୈଧ ଉପାୟରେ ଅର୍ଥ ହଡ଼ପ କରିବା ଓ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଭଳି ଅଭିଯୋଗ ରହିଛି । ଏହାକୁ ଛତିଶଗଡ଼ ସିଭିଲ ସେଭା ଆଚରଣ ବିଭାଗ, ୧୯୬୫ର ସିଧାସଳଖ ଉଲ୍ଲଙ୍ଘନ ବୋଲି କୁହାଯାଉଛି । ଡିଏସପି କଳ୍ପନା ବର୍ମା ଦନ୍ତେୱାଡା ଜିଲ୍ଲାରେ କାମ କରୁଥିଲେ । କିନ୍ତୁ ନିଲମ୍ବନ ପରେ ତାଙ୍କ ପୋଲିସ ମୁଖ୍ୟାଳୟକୁ ନୱା ରାୟପୁରକୁ ପରିବର୍ତ୍ତନ କରାଯାଇଛି ।
ଏହି ଘଟଣାରେ ଛତିଶଗଡ଼ ପୋଲିସଙ୍କ ନିର୍ଦ୍ଦେଶନୁସାରେ, ଅତିରିକ୍ତ ପୋଲିସ ଅଧିକ୍ଷକ ସ୍ତର ପର୍ଯ୍ୟନ୍ତ ଯାଞ୍ଚ କରାଯାଉଛି । ପ୍ରାୟ ୧୪୭୫ ପୃଷ୍ଠାର ରିପୋର୍ଟରେ ଅନେକ ଗମ୍ଭୀର କଥା ଜଣାପଡ଼ିଛି । ରିପୋର୍ଟକୁ ମାମଲାରେ ଜଡ଼ିତ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି, ଏହାପରେ ରାଜ୍ୟ ପୋଲିସ ନିଲମ୍ବନ ନିଷ୍ପତ୍ତି ନେଇଥିବା କହିଛି ।
ଅଧିକାରୀମାନେ କହିଛନ୍ତି ଯେ ଅଭିଯୋଗର ସତ୍ୟତା ଯାଞ୍ଚ କରିବା ପାଇଁ ସମସ୍ତ ଆର୍ଥିକ କାରବାର, ସମ୍ପତ୍ତି ବିବରଣୀ, ଡିଜିଟାଲ୍ ପ୍ରମାଣ ଏବଂ କଲ୍/ଚାଟ୍ ରେକର୍ଡର ଫରେନସିକ୍ ଯାଞ୍ଚ କରାଯାଉଛି । ଅନ୍ୟପଟେ ଏହି ସମଗ୍ର ଘଟଣା ପୋଲିସ ବିଭାଗ ମଧ୍ୟରେ ହଇଚଇ ସୃଷ୍ଟି କରିଛି । ଜଣେ ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ ଏପରି ଅଭିଯୋଗ ଏବଂ ଡିଜିଟାଲ୍ ପ୍ରମାଣ ପ୍ରକାଶ ପାଇବା ପ୍ରଶାସନିକ ସ୍ୱଚ୍ଛତା ଏବଂ ଆଚରଣ ଉପରେ ନୂତନ ପ୍ରଶ୍ନ ଉଠାଇବାରେ ଲାଗିଛି ।
ଏଥିସହ ପଢନ୍ତୁ: ରିଲ୍ କରୁଥିଲେ; ଭୁଲରେ ଚାଲିଗଲା ମହିଳାଙ୍କ ଜୀବନ

- କଣ ପୁରା ଘଟଣା ?

- ସାମ୍ନାକୁ ଆସିଲା ହ୍ବାଟ୍ସଆପ୍ ଚାଟ୍
ଅଧିକାରୀମାନେ କହିଛନ୍ତି ଯେ ଅଭିଯୋଗର ସତ୍ୟତା ଯାଞ୍ଚ କରିବା ପାଇଁ ସମସ୍ତ ଆର୍ଥିକ କାରବାର, ସମ୍ପତ୍ତି ବିବରଣୀ, ଡିଜିଟାଲ୍ ପ୍ରମାଣ ଏବଂ କଲ୍/ଚାଟ୍ ରେକର୍ଡର ଫରେନସିକ୍ ଯାଞ୍ଚ କରାଯାଉଛି । ଅନ୍ୟପଟେ ଏହି ସମଗ୍ର ଘଟଣା ପୋଲିସ ବିଭାଗ ମଧ୍ୟରେ ହଇଚଇ ସୃଷ୍ଟି କରିଛି । ଜଣେ ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ ଏପରି ଅଭିଯୋଗ ଏବଂ ଡିଜିଟାଲ୍ ପ୍ରମାଣ ପ୍ରକାଶ ପାଇବା ପ୍ରଶାସନିକ ସ୍ୱଚ୍ଛତା ଏବଂ ଆଚରଣ ଉପରେ ନୂତନ ପ୍ରଶ୍ନ ଉଠାଇବାରେ ଲାଗିଛି ।
ଏଥିସହ ପଢନ୍ତୁ: ରିଲ୍ କରୁଥିଲେ; ଭୁଲରେ ଚାଲିଗଲା ମହିଳାଙ୍କ ଜୀବନ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories