Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମଲ୍‌ରେ ବାଉନ୍ସରଙ୍କ ଗୁଣ୍ଡାରାଜ; ଯୁବକଙ୍କୁ ତଳେ ପକାଇ ପିଟିଲେ

National

Brutal Attack / ମଲ୍‌ରେ ବାଉନ୍ସରଙ୍କ ଗୁଣ୍ଡାରାଜ; ଯୁବକଙ୍କୁ ତଳେ ପକାଇ ପିଟିଲେ

Debashree Debasmita Sahoo
Browse all articles by Debashree Debasmita Sahoo
·2 months ago·2 min read
ମଲ୍‌ରେ ବାଉନ୍ସରଙ୍କ ଗୁଣ୍ଡାରାଜ; ଯୁବକଙ୍କୁ ତଳେ ପକାଇ ପିଟିଲେ
Brutal Attack

Key Points

ନୋଏଡା ମଲ୍‌ରୁ ଆସିଲା ବିଚଳିତ କଲା ପରି ଭିଡିଓ
ଯୁବକଙ୍କୁ ତଳେ ପକାଇ ଅତର୍କିତ ଆକ୍ରମଣ
ବାଉନ୍ସର ମାରିଲେ ବିଧା, ଗୋଇଠା
ଉତ୍ତରପ୍ରଦେଶ ନୋଏଡାର ଗାର୍ଡେନ ଗ୍ୟାଲେରିଆ ମଲ୍ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ । ନିକଟରେ ମଲ୍‌ରେ ବାଉନ୍ସରଙ୍କ ଗୁଣ୍ଡାରାଜକୁ ନେଇ ପୁଣି ଏହା ଚର୍ଚ୍ଚାକୁ ଆସିଛି । ଶୁକ୍ରବାର ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାରେ ଯେତେବେଳେ ବାଉନ୍ସରମାନଙ୍କ ଏଣ୍ଟ୍ରି ହୋଇଥିଲା, ସେତେବେଳେ ବାଉନ୍ସରମାନେ ଜଣେ ଯୁବକକୁ ତଳେ ପକାଇ ପିଟିଥିଲେ । ଏହି ମାରପିଟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ମିଳିଥିବା ସୂଚନା ଅନୁସାରେ, ନୋଏଡା ଥାନା ସେକ୍ଟର ୩୯ ଅଧୀନସ୍ଥ ସେକ୍ଟର ୩୮ଠାରେ ଥିବା ଗାର୍ଡେନ ଗ୍ୟାଲେରିଆର ଏକ ବାର୍‌ରେ ଏହି ବିବାଦ ଉପୁଜିଥିଲା । ହଠାତ୍ ଦୁଇ ଗୋଷ୍ଠୀ କୌଣସି ଏକ ଘଟଣାକୁ ନେଇ ପରସ୍ପର ମଧ୍ୟରେ ମାରପିଟ କରିଥିଲେ । ଠିକ୍ ଏହି ସମୟରେ ମଲ୍‌ରେ ବାହାରେ ଜଗିଥିବା ବାଉନ୍ସର ଉକ୍ତ ସ୍ଥାନକୁ ଆସିଥିଲେ ଏବଂ ଜଣେ ଯୁବକଙ୍କୁ ଖୁବ ଜୋରରେ ମାଡ଼ ମାରିଥିଲେ । ଏହି ଘଟଣା ସମ୍ପର୍କରେ ପୋଲିସକୁ ଖବର ମିଳିବା ପରେ ସେଠାରେ ସେକ୍ଟର ୩୯ର ପୋଲିସ କର୍ମଚାରୀମାନେ ପହଞ୍ଚିଥିଲେ । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସଙ୍ଗେ ସଙ୍ଗେ ୭ ଜଣଙ୍କୁ ଗିରଫ କରିଛି ।

ନୋଏଡା ପୋଲିସର ମିଡିଆ ସେଲ୍‌ର କହିବା ମୁତାବକ, ଏକ ଘରୋଇ ବାର୍‌ରେ କିଛି ବ୍ୟକ୍ତି ନାଚଗୀତକୁ ନେଇ ପରସ୍ପର ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ହଠାତ୍ ସେଠାରେ ଏକାଧିକ ବାଉନ୍ସର ପହଞ୍ଚି ଜଣେ ବ୍ୟକ୍ତିଙ୍କୁ ଘେରି ଯାଇଥିଲେ । ଏହାପରେ ତାଙ୍କୁ ପ୍ରଥମେ ଚାପୁଡ଼ା ମାରିବା ସହ ତଳେ ପକାଇ ବିଧା ଗୋଇଠା ମାରିଥିଲେ । ଏହି ସମୟରେ ଆଉ କିଛି ବ୍ୟକ୍ତି ସେଠାରେ ପହଞ୍ଚି ବାଉନ୍ସରମାନଙ୍କୁ ରୋକିବାକୁ ଉଦ୍ୟମ କରିଥିଲେ । ପୋଲିସ ମାମଲାର ତଦନ୍ତ କରି ଉଭୟ ଗୋଷ୍ଠୀର ୭ ଜଣଙ୍କୁ ଗିରଫ କରିଛି । ଆଇନ ଅନୁଯାୟୀ ଆଗାମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୋଲିସ । ସେପଟେ ଏହି ଭିଡିଓଟି ଭାଇରାଲ ହେବା ପରେ ଗ୍ରାହକଙ୍କ ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଏହା ସହିତ ବାଉନ୍ସରମାନଙ୍କ ଏପରି ଅମାନବୀୟ ଭାବେ ଯୁବକଙ୍କୁ ମାଡ଼ ମାରିବାକୁ ମଧ୍ୟ ନିନ୍ଦା କରାଯାଇଛି । 

ଏଥିସହ ପଢନ୍ତୁ: ୨୦ ଟଙ୍କାର ଲାଞ୍ଚ, ୩୦ବର୍ଷର ଆଇନଗତ ଲଢେଇ; ଜେଲରୁ ବାହାରିବାର ଗୋଟିଏ ଦିନ ପରେ ମୃତ୍ୟୁ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Man Brutally kicked punched by Pub Bouncer at Famous Noida Mall | Argus News