|
logo
Live
Argus News App
GET APP

Argus News - ପରିତ୍ୟକ୍ତ ପାଇଖାନାରେ ନବଜାତ; ସାରା ରାତି ଜଗି ରହି ସୁରକ୍ଷା ଦେଲେ କୁକୁର

National

Newborn Saved by Stray Dogs / ପରିତ୍ୟକ୍ତ ପାଇଖାନାରେ ନବଜାତ; ସାରା ରାତି ଜଗି ରହି ସୁରକ୍ଷା ଦେଲେ କୁକୁର

Sushanta Sahoo
Browse all articles by Sushanta Sahoo
·4 months ago·2 min read
ପରିତ୍ୟକ୍ତ ପାଇଖାନାରେ ନବଜାତ; ସାରା ରାତି ଜଗି ରହି ସୁରକ୍ଷା ଦେଲେ କୁକୁର
Stray Dogs’ Heroic Act Saves Newborn in Bengal

Key Points

ପଶୁ ଭିତରେ ନବଜାତକୁ ଅନାବିଳ ପ୍ରେମ, ସ୍ନେହର ଏ ଅନନ୍ୟ ଚିତ୍ର ଦେଖିବାକୁ ମିଳିଛି ପଡ଼ୋଶୀ ପଶ୍ଚିମବଙ୍ଗରେ । ପଶ୍ଚିମ ପଶ୍ଚିମବଙ୍ଗର ନାବାଦ୍ଵୀପରେ ଶୀତୁଆ ରାତିରେ ପଲେ କୁକୁର ବଞ୍ଚାଇ ଦେଇଛନ୍ତି ନବଜାତର ଜୀବନ ।
କୋଲକାତା: ଦେହ ଥରିଯିବ, ଲୋମଟାଙ୍କୁରି ଉଠିବ । ବୁଲା କୁକୁର ଯେବେ ନବଜାତକୁ ନୂଆ ଜୀବନ ଦିଅନ୍ତି, ସେବେ ଦେହ ଶିହରୀ ଉଠେ । ଏମିତି କିଛି ଘଟିଛି, ଯେଉଁଠି ପରିତ୍ୟକ୍ତ ପାଇଖାନା ବାହାରେ କୁକୁରପଲ ଶୀତ ରାତି ସାରା ନବଜାତକୁ ସୁରକ୍ଷା ଦେଇଛନ୍ତି ।

ପଶୁ ଭିତରେ ନବଜାତକୁ ଅନାବିଳ ପ୍ରେମ, ସ୍ନେହର ଏ ଅନନ୍ୟ ଚିତ୍ର ଦେଖିବାକୁ ମିଳିଛି ପଡ଼ୋଶୀ ପଶ୍ଚିମବଙ୍ଗରେ । ପଶ୍ଚିମ ପଶ୍ଚିମବଙ୍ଗର ନାବାଦ୍ଵୀପରେ ଶୀତୁଆ ରାତିରେ ପଲେ କୁକୁର ବଞ୍ଚାଇ ଦେଇଛନ୍ତି ନବଜାତର ଜୀବନ । ନଦିଆ ଜିଲ୍ଲାର ରେଲୱେ ୱାର୍କର କଲୋନୀରୁ ମିଳିଛି ନବଜାତ ।

ଏଥିସହ ପଢ଼ନ୍ତୁ: ଯେବେ ଜଳିଯାଏ ମୁହଁ ଓ ଶରୀର, ସେବେ... ପ୍ରେରଣା ସାଜନ୍ତି ପ୍ରମୋଦିନୀ

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, "ଏକ ପରିତ୍ୟକ୍ତ ପାଇଖାନା ବାହାରେ ନବଜାତ ଛୁଆ ମିଳିଥିଲା । ଦେହରେ କି ନବଜାତ ଶିଶୁର ଶରୀର ତଳେ ଖଣ୍ଡିଏ କପଡ଼ା ନଥିଲା । ଏକାଧିକ କୁକୁର ଘେରି ଯାଇ ନବଜାତକୁ ସୁରକ୍ଷା ଦେଉଥିଲେ ।" ସ୍ଥାନୀୟ ଲୋକ ଏହା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ।

ସ୍ଥାନୀୟ ବାସିନ୍ଦା ସୁକ୍ଲା ମଣ୍ଡଳ କହିଛନ୍ତି, "ସକାଳୁ ଉଠିବା ପରେ ଯାହା ଦେଖିଲି, ଦେହ ଥରାଇ ଦେଲା । କୁକୁରମାନେ ହିଂସ୍ର ନଥିଲେ, ସେମାନେ ପରସ୍ପରକୁ ଚାହୁଁଥିଲେ, ଆଲର୍ଟରେ ରହିଥିଲେ । କୁକୁରମାନେ ବୁଝି ସାରିଥିଲେ ଶିଶୁଟି ଜୀବନ ପାଇଁ ସଂଘର୍ଷ କରୁଛି ।"

ସାରା ରାତି କୁକୁର ସୁରକ୍ଷା ଦେଇଥିବା ନବଜାତକୁ ସକାଳେ ଜଣେ ମହିଳା ଲୁଗାରେ ଧରି ନେବା ସହ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ । ନବଜାତକୁ ମହେଶଗଞ୍ଜ ହସ୍ପିଟାଲ୍ ପରେ ସଦର ହସ୍ପିଟାଲ କ୍ରୀଷ୍ଣାନଗର ସ୍ଥାନାନ୍ତର କରାଯାଇଛି । ନବଜାତ ଦେହରେ କୌଣସି କ୍ଷତ ନଥିବା ଡାକ୍ତର କହିଛନ୍ତି ।

ଏଥିସହ ପଢ଼ନ୍ତୁ: ଘରେ ପଶି ମାଆପୁଅଙ୍କୁ ହତ୍ୟା; ୯ ବର୍ଷ ପରେ ହତ୍ୟାକାରୀକୁ ଧରିବାକୁ FBI ଯାଚୁଛି ୫୦ ହଜାର ଡଲାର

ତେବେ, କିଏ ଓ କାହିଁକି ଜନ୍ମ ପରେ ନବଜାତକୁ ପରିତ୍ୟକ୍ତ ପାଇଖାନା ଘରେ ଛାଡ଼ି ପଳାଇଲା । ସେ ଦିଗରେ ପୋଲିସ ଆରମ୍ଭ କରିଛି ତଦନ୍ତ । ଆଶଙ୍କା କରାଯାଉଛି, ସ୍ଥାନୀୟ ଅଞ୍ଚଳର କେହି ଶିଶୁଟିକୁ ଜନ୍ମ ପରେ ଛାଡ଼ି ଚାଲି ଯାଇଛନ୍ତି । ଏବେ ନବଜାତ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଶିଶୁ କଲ୍ୟାଣ ଅଧିକାରୀ ଶିଶୁଟିର ଦୀର୍ଘ ଅବଧି ଦେଖାଶୁଣା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ତେବେ ନବଜାତକୁ ଶୀତ ରାତି ସାରା ବୁଲା କୁକୁର ସୁରକ୍ଷା ପ୍ରଦାନ କରିବାକୁ ନେଇ ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସକାଳେ କେହି ନବଜାତକୁ କୋଳେଇ ନେବା ପର୍ଯ୍ୟନ୍ତ କୁକୁରପଲ ସେମିତି ନବଜାତକୁ ଘେରି ଜଗି ରହିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Newborn Saved by Stray Dogs: ପରିତ୍ୟକ୍ତ ପାଇଖାନାରେ ନବଜାତ; ସାରା ରାତି ଜଗି ରହି ସୁରକ୍ଷା ଦେଲେ କୁକୁର | Argus News