|
logo
Live
Argus News App
GET APP

Argus News - ଘରେ ପଶି ମାଆପୁଅଙ୍କୁ ହତ୍ୟା; ୯ ବର୍ଷ ପରେ ହତ୍ୟାକାରୀକୁ ଧରିବାକୁ FBI ଯାଚୁଛି ୫୦ ହଜାର ଡଲାର

Crime

Double Murder / ଘରେ ପଶି ମାଆପୁଅଙ୍କୁ ହତ୍ୟା; ୯ ବର୍ଷ ପରେ ହତ୍ୟାକାରୀକୁ ଧରିବାକୁ FBI ଯାଚୁଛି ୫୦ ହଜାର ଡଲାର

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଘରେ ପଶି ମାଆପୁଅଙ୍କୁ ହତ୍ୟା; ୯ ବର୍ଷ ପରେ ହତ୍ୟାକାରୀକୁ ଧରିବାକୁ FBI ଯାଚୁଛି ୫୦ ହଜାର ଡଲାର
FBI Offers $50K for Tip on Indian Killer of Mother and 6-Year-Old

Key Points

ଘର ଭିତରେ ପଶି ଅତି ନୃଶଂସ ଭାବେ ନେଇଗଲା ମାଆପୁଅଙ୍କ ଜୀବନ । ୨୦୧୭ରେ ଘଟିଥିବା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡର ହତ୍ୟାକାରୀକୁ ଧରାଇ ଦେଲେ ବଡ଼ ଅର୍ଥ ରାଶି ଦେବାକୁ ଘୋଷଣା କରିଛି FBI ।
ନୂଆଦିଲ୍ଲୀ: ୬ ବର୍ଷର ଛୁଆ ସହ ମାଆକୁ ହତ୍ୟା । ଘର ଭିତରେ ପଶି ଅତି ନୃଶଂସ ଭାବେ ନେଇଗଲା ମାଆପୁଅଙ୍କ ଜୀବନ । ଆମେରିକାରେ ଭାରତୀୟ ମାଆପୁଅଙ୍କୁ ଅତି ଜଘନ୍ୟ ହତ୍ୟା ପଛରେ ରହିଛି ଭାରତୀୟ ନଜୀର ହମୀଦ ।

୨୦୧୭ରେ ଘଟିଥିବା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡର ହତ୍ୟାକାରୀକୁ ଧରାଇ ଦେଲେ ବଡ଼ ଅର୍ଥ ରାଶି ଦେବାକୁ ଘୋଷଣା କରିଛି FBI । ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (FBI) ୫୦ ହଜାର ଆମେରିକୀୟ ଡଲାଲ୍ ଦେବାକୁ ଘୋଷଣା କରିଛି ।

ଏଥିସହ ପଢ଼ନ୍ତୁ: ISIକୁ ଭାରତର ଗୁପ୍ତ ତଥ୍ୟ ଦେଉଥିଲେ ଓକିଲ; ୱାଘା ବର୍ଡରରୁ ଆଣୁଥିଲେ ବ୍ୟାଗ ଭର୍ତ୍ତି ଟଙ୍କା

FBI କହିଛି, "୨୦୧୭ରେ ଭାରତୀୟ ମହିଳା ଓ ତାଙ୍କ ୬ ବର୍ଷର ଛୁଆକୁ ହତ୍ୟାକାଣ୍ଡର ଦୋଷୀକୁ ଧରାଇଲେ ୫୦ ହଜାର ଆମେରିକୀୟ ଡଲାର ପର୍ଯ୍ୟନ୍ତ ପୁରସ୍କାର ଦିଆଯିବ ।" ଏଥିସହ ହତ୍ୟାକାରୀ ନଜୀର ହମୀଦକୁ ପ୍ରତ୍ୟର୍ପଣ କରିବାକୁ ଆମେରିକା, ଭାରତକୁ ଅନୁରୋଧ କରିଛି ।

ଆମେରିକାର ନିଉ ଜର୍ସିର ମାପଲ୍ ସେଡ୍ ଆପାର୍ଟମେଣ୍ଟରେ ଶଶୀକଳା ନାରା ଓ ତାଙ୍କ ୬ ବର୍ଷର ପୁଅ ଅନୀଶ ନାରାଙ୍କୁ ନଜୀର ହତ୍ୟା କରିଥିଲେ । ୨୦୧୭ ମାର୍ଚ୍ଚରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଏହି ବର୍ଷ ଫେବ୍ରୁଆରୀରେ ହମୀଦକୁ କୋର୍ଟ ହତ୍ୟା ସହ ଅବୈଧ ଭାବେ ଅସ୍ତ୍ରଶସ୍ତ୍ର ରଖିଥିବାରୁ ଦୋଷୀ ସାବ୍ୟସ୍ତ କରିଥିଲେ ।

ତେବେ ମାଆପୁଅଙ୍କୁ ହତ୍ଯାର ୬ ମାସ ପରେ ହମୀଦ ଭାରତ ପଳାଇ ଆସି ଆଉ ଆମେରିକା ଯାଇନାହିଁ । ଏବେ ହମୀଦକୁ ଧରାଇବା ଲାଗି FBI ୫୦ ହଜାର ଆମେରିକୀୟ ଡଲାର୍ ଅର୍ଥ ରାଶି ଘୋଷଣା କରିଛି । FBIର ୱେବସାଇଟ୍‌ ଅନୁସାରେ, ଏବେ ହମୀଦ ମୋଷ୍ଟ ୱାଣ୍ଟେଡ୍ ।

ଏଥିସହ ପଢ଼ନ୍ତୁ: ମହଙ୍ଗା ପଡ଼ିଲା 'ଗୁଳି କରିଦେବି' ମନ୍ତବ୍ୟ; ପ୍ରଦୀପ ମାଝୀଙ୍କ ନାଁରେ ଥାନାରେ ଏତଲା

ତେବେ ମାଆପୁଅଙ୍କୁ ୯ ବର୍ଷ ତଳେ କାହିଁକି ହତ୍ୟା କରିଥିଲା ହମୀଦ ? ହତ୍ୟାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନି । ହମୀଦକୁ ପ୍ରତ୍ୟର୍ପଣ ପାଇଁ ନିଉ ଜର୍ସି ଗଭର୍ଣ୍ଣର ଭାରତୀୟ ଦୂତାବାସଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ମାଆପୁଅଙ୍କ ହତ୍ୟାକୁ ସ୍ଥାନୀୟ ଗଭର୍ଣ୍ଣର ଅତ୍ୟନ୍ତ ଘୃଣ୍ୟ ବୋଲି ବିବେଚନା କରିଛନ୍ତି । ୨୦୧୭ ମାର୍ଚ୍ଚ ୨୩ ସନ୍ଧ୍ୟାରେ ପୋଲିସ ଶଶୀକଳା ଓ ପୁଅ ଅନୀଶଙ୍କ ମୃତଦେହ ଘର ଭିତରୁ ପାଇଥିଲା । ମାଆପୁଅଙ୍କ ଦେହରେ ଥିଲା ଏକାଧିକ ଗଭୀର କ୍ଷତ ଚିହ୍ନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Double Murder: ଘରେ ପଶି ମାଆପୁଅଙ୍କୁ ହତ୍ୟା; ୯ ବର୍ଷ ପରେ ହତ୍ୟାକାରୀକୁ ଧରିବାକୁ FBI ଯାଚୁଛି ୫୦ ହଜାର ଡଲାର | Argus News