Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bihar Politics / Bihar Exit Poll: ବିହାରରେ ପୁଣି ଥରେ କମାଲ କରିବେ ମୋଦୀ-ନୀତୀଶ ସରକାର

Ritu Das
Browse all articles by Ritu Das
·8 months ago·2 min read
Bihar Exit Poll: ବିହାରରେ ପୁଣି ଥରେ କମାଲ କରିବେ ମୋଦୀ-ନୀତୀଶ ସରକାର

Key Points

ପ୍ରଥମ ପର୍ଯ୍ୟାୟରେ ବିହାରରେ ୬୪.୬୬ ପ୍ରତିଶତ ଭୋଟ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ସଂଧ୍ୟା ୫ଟା ସୁଦ୍ଧା ରେକର୍ଡ ୬୭.୧୪ ପ୍ରତିଶତ ଭୋଟିଂ ହୋଇଛି । କିନ୍ତୁ ଏହା ପୂର୍ବରୁ ବୁଥ୍ ବାହୁଡ଼ା ମତରେ ବିହାରରେ କିଏ ମାରୁଛି ବାଜି ଆସନ୍ତୁ ଜାଣିବା ।
ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଭୋଟିଂ ସରିବା ପରେ ଏବେ ଏକଜିଟ୍ ପୋଲର ସମୟ ଆସିଛି । ବିହାରରେ ୨୪୩ ବିଧାନସଭା ଆସନ ପାଇଁ ନଭେମ୍ବର ୬ ଏବଂ ୧୧ରେ ଭୋଟିଂ ହୋଇଥିଲା । ନିର୍ବାଚନ ଫଳାଫଳ ନଭେମ୍ବର ୧୪ରେ ଘୋଷଣା କରାଯିବ । ବିହାର ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ୱର ହେଉଛି ୧୨୨ । ପ୍ରଥମ ପର୍ଯ୍ୟାୟରେ ବିହାରରେ ୬୪.୬୬ ପ୍ରତିଶତ ଭୋଟ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ସଂଧ୍ୟା ୫ଟା ସୁଦ୍ଧା ରେକର୍ଡ ୬୭.୧୪ ପ୍ରତିଶତ ଭୋଟିଂ ହୋଇଛି । କିନ୍ତୁ ଏହା ପୂର୍ବରୁ ବୁଥ୍ ବାହୁଡ଼ା ମତରେ ବିହାରରେ କିଏ ମାରୁଛି ବାଜି ଆସନ୍ତୁ ଜାଣିବା। 

ଏହାସହ ପଢ଼ନ୍ତୁ: ବିହାରରେ ପୁଣି ଥରେ ନୀତିଶ ସରକାର ନା ଜେତସ୍ଵୀ କରିବେ କରିସ୍ମା ?

ପ୍ରମୁଖ ସର୍ଭେ ଏଜେନ୍ସିଗୁଡ଼ିକ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ପାଇଁ ସେମାନଙ୍କର ଏକଜିଟ୍ ପୋଲ ପ୍ରକାଶ କରିଛନ୍ତି । ଏହି ଏକଜିଟ୍ ପୋଲଗୁଡ଼ିକ ଭୋଟରଙ୍କ ମୁଡ୍ ଏବଂ ସମ୍ଭାବ୍ୟ ଫଳାଫଳର ଏକ ଚିତ୍ର ପ୍ରଦାନ କରୁଛି । ଏହାସହ ଏକଜିଟ୍ ପୋଲରେ ବିହାରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ୁଥିବା ଜନ ସୁରାଜ ପାର୍ଟି ଏବଂ ଅସଦୁଦ୍ଦିନ ଓୱେସିଙ୍କ AIMIM ଏବଂ ଅନ୍ୟାନ୍ୟ ଛୋଟ ଦଳ କେତେ ଆସନ ଜିତିବେ ତାର ଏହ ପୂର୍ବାନୁମାନ ସାମନାକୁ ଆସିଛି। 

ଏହାସହ ପଢ଼ନ୍ତୁ: ବିହାରରେ କ'ଣ ହେବ ପ୍ରଶାନ୍ତଙ୍କ ଭାଗ୍ୟ ?

ପିପୁଲ୍ସ ପଲ୍ସ ପକ୍ଷରୁ ଜାରି ଏକଜିଟ୍ ପୋଲ ଅନୁସାରେ ବିହାରରେ ପୁଣି ଥରେ ଏନଡିଏ ସରକାର ଗଠନ କରିବାକୁ ଯାଉଛି । ଏନଡିଏକୁ ସରକାର ଗଢିବା ପାଇଁ ସ୍ପଷ୍ଟ ବହୁମତ ମିଳୁଛି । ଏନଡିଏକୁ ୧୩୩ରୁ ୧୫୯ ମିଳିପାରେ । ସେହିପରି ମହାଗଠବନ୍ଧନକୁ ୭୫ରୁ ୧୦୧ ମିଳିପାରେ । ପ୍ରଥମ ଥର ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଜନ ସୁରାଜ ପାର୍ଟି ୦-୫ ଆସନ ଜିତିପାରେ ।

ସେହିପରି ପିପୁଲ୍ସ ଇନସାଇଟର ଆକଳନରେ ବି ଏନଡିଏ ପୁଣି ଥରେ ସରକାର ଗଢିବାକୁ ଯାଉଛି । ଏନଡିଏକୁ ୧୩୩ରୁ ୧୪୮ ମିଳିପାରେ । ସେହିପରି ମହାଗଠବନ୍ଧନକୁ ୮୭ରୁ ୧୦୨ ମିଳିପାରେ । ଜନ ସୁରାଜ ପାର୍ଟି ୦-୨ ଆସନ ଜିତିପାରେ ।

ମାର୍ଟିଜ୍ ବି ଏନଡିଏ ସରକାର ନେଇ ପୂର୍ବାନୁମାନ କରିଛି । ଏନଡିଏକୁ ୧୪୭ରୁ ୧୬୭ ଏବଂ ମହାମେଣ୍ଟକୁ ୭୦ରୁ ଆସନ ମିଳିପାରେ ।

ଦୈନିକ ଭାସ୍କରର ରିପୋର୍ଟ୍ସ ପୋଲରେ ଏନଡିଏକୁ ୧୪୫-୧୬୦, ଏମଜିବିକୁ ୭୩-୯୧ ଓ ଅନ୍ୟାନ୍ୟଙ୍କୁ ୫ରୁ ୧୦ ଆସନ ମିଳିପାରେ ।
ଜେଭିସି ଏକଜିଟ୍ ପୋଲରେ ଏନଡିଏକୁ ୧୩୫-୧୫୦, ଏମଜିବିକୁ ୮୮-୧୦୩ ଓ ଅନ୍ୟାନ୍ୟଙ୍କୁ ୩ରୁ ୭ ଆସନ ମିଳିପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bihar Exit Poll 2025: Modi-Nitish Alliance Set for Big Win | Argus News