Delhi Blast Update / ଦିଲ୍ଲୀ ବିସ୍ଫୋରଣ: ମିଳିଲା ଆତଙ୍କୀଙ୍କ ଲାଲ୍ ରଙ୍ଗର Ford କାର୍
·8 months ago·2 min read

Key Points
ମିଳିଲା ଆତଙ୍କୀଙ୍କ ଲାଲ ରଙ୍ଗର କାର୍
ଫରିଦାବାଦରୁ ମିଳିଲା ଆତଙ୍କୀ ଲାଲ ରଙ୍ଗର କାର୍
ଇକୋସ୍ପୋର୍ଟ DL 10 CK 0458 ନଂ ଥିବା କାର୍ ଜବତ
ଫରିଦାବାଦରୁ ମିଳିଲା ଆତଙ୍କୀ ଲାଲ ରଙ୍ଗର କାର୍
ଇକୋସ୍ପୋର୍ଟ DL 10 CK 0458 ନଂ ଥିବା କାର୍ ଜବତ
ଦିଲ୍ଲୀ ବିସ୍ଫୋରଣ ମାମଲାରେ ତଦନ୍ତକାରୀ ସଂସ୍ଥାକୁ ଏକ ବଡ଼ ସଫଳତା ମିଳିଛି । ଫରିଦାବାଦ ପୋଲିସ ଖଣ୍ଡାୱାଲି ଗ୍ରାମ ନିକଟରୁ ଏକ ଲାଲ ଫୋର୍ଡ ଇକୋସ୍ପୋର୍ଟ କାର ଜବତ କରାଯାଇଛି । ଯାହାର ରେଜିଷ୍ଟ୍ରେସନ୍ ନମ୍ବର ହେଉଛି DL10CK0458 । ଦିଲ୍ଲୀ ବିସ୍ଫୋରଣ ପରେ ଯେଉଁ କାରକୁ ନେଇ ପୋଲିସ୍ ଆଲର୍ଟରେ ଥିଲା ସେହି କାର ଜବତ ହୋଇଛି ବୋଲି ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।
ତେବେ ଏହି କାରକୁ କରି ଫୋରେନସିକ୍ ଯାଞ୍ଚ କରାଯାଉଛି । ଦିଲ୍ଲୀ ପୋଲିସ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ସୂଚନା ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଆଖପାଖ ଅଞ୍ଚଳକୁ ଖାଲି କରାଯାଇଛି ।
ସୂଚନା ଅନୁସାରେ, କାରଟି ୨୦୧୭ ନଭେମ୍ବର ୨୨ରେ ଦିଲ୍ଲୀର ରାଜୌରୀ ଗାର୍ଡେନ୍ RTOରେ ପଞ୍ଜିକୃତ ହୋଇଥିଲା। ତଦନ୍ତରୁ ଜଣାପଡିଛି ଯେ କାରଟି ଉମର ଉନ୍ ନବି ଓରଫ ଉମର ମହମ୍ମଦଙ୍କ ନାମରେ କିଣାଯାଇଥିଲା । ଯିଏ ଦିଲ୍ଲୀ ବିସ୍ଫୋରଣ ମାମଲାର ପ୍ରମୁଖ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ।
ଦିଲ୍ଲୀ ବୋମା ବିସ୍ଫୋରଣ ମାମଲା ତଦନ୍ତ ସମୟରେ ପୋଲିସକୁ ମିଳିଥିଲା ବଡ଼ ସୁରାକ । ତଦନ୍ତରୁ ଜଣାପଡିଥିଲା ଯେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପାଖରେ ଗୋଟିଏ ନୁହେଁ ଦୁଇଟି କାର ଥିଲା । Hyundai i20 ବ୍ୟତୀତ ଆଉ ଏକ ଲାଲ୍ ରଙ୍ଗର ଫୋର୍ଡ ଇକୋ ସ୍ପୋର୍ଟ୍ସ କାର ସନ୍ଦିଗ୍ଧ ପାଖରେ ଥିଲା ବୋଲି ପୋଲିସକୁ ସୂଚନା ମିଳିଥିଲା । ତେବେ ସୁରାକ ମିଳିବା ପରେ ଦିଲ୍ଲୀର ସମସ୍ତ ପୋଲିସ ଷ୍ଟେସନ, ପୋଲିସ ପୋଷ୍ଟ ଏବଂ ବର୍ଡର ଚେକ୍ ପୋଷ୍ଟଗୁଡ଼ିକୁ ସତର୍କ କରାଯାଇଥିଲା । ତେବେ ଏହି କାର ନମ୍ବର ହେଉଛି DL10CK0458 । ଯାହାକି ଉମର ଉନ୍ ନବି ନାମକ ଜଣେ ବ୍ୟକ୍ତିଙ୍କ ନାମରେ ରେଜିଷ୍ଟ୍ରେସନ୍ ରହିଛି ।
ଦିଲ୍ଲୀ ପୋଲିସ ସମସ୍ତ ଟିମ୍କୁ ଏହି କାରକୁ ତୁରନ୍ତ ଖୋଜିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଦିଲ୍ଲୀ ପୋଲିସ୍ର ପାଞ୍ଚଟି ଟିମ୍ ଏବେ ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଥିଲେ । ଉତ୍ତର ପ୍ରଦେଶ ଏବଂ ହରିୟାଣା ପୋଲିସକୁ ମଧ୍ୟ ସତର୍କ କରାଯାଇଥିଲା । ନିକଟବର୍ତ୍ତୀ ଟୋଲ୍ ପ୍ଲାଜାରୁ ମଧ୍ୟ କାର ବିଷୟରେ ସୂଚନା ସଂଗ୍ରହ କରାଯାଉଛି ।
ଏମିତିକି ପୋଲିସକୁ ତୁରନ୍ତ ଯେ କୌଣସି ନାଲି ଫୋର୍ଡ ଇକୋସ୍ପୋର୍ଟକୁ ଅଟକାଇବା ଏବଂ ଜବତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ସହ ପାଟ୍ରୋଲିଂ କିମ୍ବା ପିକେଟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ସଶସ୍ତ୍ର ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ତେବେ ଏହି କାରକୁ କରି ଫୋରେନସିକ୍ ଯାଞ୍ଚ କରାଯାଉଛି । ଦିଲ୍ଲୀ ପୋଲିସ ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ସୂଚନା ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ଆଖପାଖ ଅଞ୍ଚଳକୁ ଖାଲି କରାଯାଇଛି ।
ସୂଚନା ଅନୁସାରେ, କାରଟି ୨୦୧୭ ନଭେମ୍ବର ୨୨ରେ ଦିଲ୍ଲୀର ରାଜୌରୀ ଗାର୍ଡେନ୍ RTOରେ ପଞ୍ଜିକୃତ ହୋଇଥିଲା। ତଦନ୍ତରୁ ଜଣାପଡିଛି ଯେ କାରଟି ଉମର ଉନ୍ ନବି ଓରଫ ଉମର ମହମ୍ମଦଙ୍କ ନାମରେ କିଣାଯାଇଥିଲା । ଯିଏ ଦିଲ୍ଲୀ ବିସ୍ଫୋରଣ ମାମଲାର ପ୍ରମୁଖ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ।
ଅଧିକ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ: ଆତଙ୍କୀଙ୍କ ପାଖରେ ଥିଲା ଆଉ ଏକ କାର ! ଲାଲ୍ ରଙ୍ଗର Fordକୁ ଖୋଜୁଛି ପୋଲିସ୍
ପୋଲିସ ଅନୁଯାୟୀ, କାର କିଣିବା ସମୟରେ ଉମର ମହମ୍ମଦ ଏକ ନକଲି ଠିକଣା ବ୍ୟବହାର କରିଥିଲେ । ସେ କାଗଜପତ୍ରରେ ଉତ୍ତର-ପୂର୍ବ ଦିଲ୍ଲୀର ଏକ ଘରର ଠିକଣା ଦେଇଥିଲେ । ଦିଲ୍ଲୀ ପୋଲିସ ଗତକାଲି ବିଳମ୍ବିତ ରାତିରେ ସେହି ଠିକଣାରେ ଚଢାଉ କରିଥିଲା, କିନ୍ତୁ ସେଠାରେ କାହାକୁ ପାଇନଥିଲା । ତେବେ ଏହି କାର ଖଣ୍ଡାଓ୍ବାଲି ଅଞ୍ଚଳକୁ କିଏ ଓ କେବେ ନେଇଥିଲା ସେନେଇ ତଦନ୍ତକାରୀ ସଂସ୍ଥା ଏବେ ତଦନ୍ତ ଜାରି ରଖିଛି ।ଦିଲ୍ଲୀ ବୋମା ବିସ୍ଫୋରଣ ମାମଲା ତଦନ୍ତ ସମୟରେ ପୋଲିସକୁ ମିଳିଥିଲା ବଡ଼ ସୁରାକ । ତଦନ୍ତରୁ ଜଣାପଡିଥିଲା ଯେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପାଖରେ ଗୋଟିଏ ନୁହେଁ ଦୁଇଟି କାର ଥିଲା । Hyundai i20 ବ୍ୟତୀତ ଆଉ ଏକ ଲାଲ୍ ରଙ୍ଗର ଫୋର୍ଡ ଇକୋ ସ୍ପୋର୍ଟ୍ସ କାର ସନ୍ଦିଗ୍ଧ ପାଖରେ ଥିଲା ବୋଲି ପୋଲିସକୁ ସୂଚନା ମିଳିଥିଲା । ତେବେ ସୁରାକ ମିଳିବା ପରେ ଦିଲ୍ଲୀର ସମସ୍ତ ପୋଲିସ ଷ୍ଟେସନ, ପୋଲିସ ପୋଷ୍ଟ ଏବଂ ବର୍ଡର ଚେକ୍ ପୋଷ୍ଟଗୁଡ଼ିକୁ ସତର୍କ କରାଯାଇଥିଲା । ତେବେ ଏହି କାର ନମ୍ବର ହେଉଛି DL10CK0458 । ଯାହାକି ଉମର ଉନ୍ ନବି ନାମକ ଜଣେ ବ୍ୟକ୍ତିଙ୍କ ନାମରେ ରେଜିଷ୍ଟ୍ରେସନ୍ ରହିଛି ।
ଦିଲ୍ଲୀ ପୋଲିସ ସମସ୍ତ ଟିମ୍କୁ ଏହି କାରକୁ ତୁରନ୍ତ ଖୋଜିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଦିଲ୍ଲୀ ପୋଲିସ୍ର ପାଞ୍ଚଟି ଟିମ୍ ଏବେ ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଥିଲେ । ଉତ୍ତର ପ୍ରଦେଶ ଏବଂ ହରିୟାଣା ପୋଲିସକୁ ମଧ୍ୟ ସତର୍କ କରାଯାଇଥିଲା । ନିକଟବର୍ତ୍ତୀ ଟୋଲ୍ ପ୍ଲାଜାରୁ ମଧ୍ୟ କାର ବିଷୟରେ ସୂଚନା ସଂଗ୍ରହ କରାଯାଉଛି ।
ଏମିତିକି ପୋଲିସକୁ ତୁରନ୍ତ ଯେ କୌଣସି ନାଲି ଫୋର୍ଡ ଇକୋସ୍ପୋର୍ଟକୁ ଅଟକାଇବା ଏବଂ ଜବତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ସହ ପାଟ୍ରୋଲିଂ କିମ୍ବା ପିକେଟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ସଶସ୍ତ୍ର ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories