Road Safety / ଅମାନିଆଙ୍କ ବିରୋଧରେ କଠୋର ଆଭିମୁଖ୍ୟ; ୨ କୋଟିରୁ ଅଧକ ଟଙ୍କାର ଚାଲାଣ ଜାରି
·4 months ago·2 min read

Key Points
ପରିବହନ ବିଭାଗ ଦ୍ୱାରା ଦ୍ରୁତଗତି ବିରୋଧରେ ଶୂନ ମୃତାହତ ପକ୍ଷର ପ୍ରଥମ ଚାରି ଦିନରେ ୩,୮୫୮ ଇ-ଚାଲାଣ ଜାରି କରାଯାଇଛି । ସେହିଭଳି ବିନା ହେଲମେଟରେ ଦୁଇଚକିଆରେ ଯାଉଥିବାରୁ ୩,୨୧୩ ଇ-ଚାଲାଣ ଜାରି କରାଯାଇଛି ।
କଟକ/ଭୁବନେଶ୍ଵର: ସାବାଡ଼ ହେଉଛନ୍ତି ଅମାନିଆ । ଚାଲାଣ କାଟୁଛି ପରିବହନ ବିଭାଗ । ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ଲକ୍ଷ୍ୟରେ ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ‘ଶୂନ ମୃତାହତ ପକ୍ଷ’ ପାଳନ କରାଯାଉଛି । ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ କରୁଥିବା ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ରାଜ୍ୟବ୍ୟାପୀ ଏନଫୋର୍ସମେଣ୍ଟକୁ ଜୋରଦାର କରାଯାଇଛି ।
ନଭେମ୍ବର ୧୬ରୁ ଆରମ୍ଭ ହୋଇଥିବା ଏହି ପକ୍ଷର ପ୍ରଥମ ଚାରି ଦିନରେ କେବଳ ପରିବହନ ବିଭାଗ ଦ୍ୱାରା ୧୨ ହଜାର ୧୫୫ ଇ-ଚାଲାଣରେ ଦୁଇ କୋଟିରୁ ଅଧିକ ଟଙ୍କାର ଜରିମାନା ଜାରି କରାଯାଇଛି ।
ଏଥିସହ ପଢ଼ନ୍ତୁ: ଟ୍ରେନ୍ରେ ଇଲେକ୍ଟ୍ରିକ୍ କେଟିଲ୍ରେ ମହିଳା ରାନ୍ଧୁଛନ୍ତି ନୁଡଲ୍ସ, ତାଗିଦ୍ କଲା ରେଲୱେ
ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ଦ୍ୱାରା ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରାଯାଇଛି । ଦ୍ରୁତଗତି ଯୋଗୁଁ ଦୁର୍ଘଟଣା ଅଧିକ ଘଟୁଥିବାରୁ ଏହା ଉପରେ ବିଶେଷ ନଜର ରଖାଯାଇଛି । କେବଳ ପରିବହନ ବିଭାଗ ଦ୍ୱାରା ଦ୍ରୁତଗତି ବିରୋଧରେ ଶୂନ ମୃତାହତ ପକ୍ଷର ପ୍ରଥମ ଚାରି ଦିନରେ ୩,୮୫୮ ଇ-ଚାଲାଣ ଜାରି କରାଯାଇଛି ।
ସେହିଭଳି ବିନା ହେଲମେଟରେ ଦୁଇଚକିଆରେ ଯାଉଥିବାରୁ ୩,୨୧୩ ଇ-ଚାଲାଣ ଜାରି କରାଯାଇଛି । ବିନା ସିଟବେଲ୍ଟରେ ୨ ହଜାର ୯୨୧, ଗାଡ଼ି ଚଲାଇବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାରରେ ୪୯୮, ନିଶା ସେବନ କରି ଗାଡ଼ି ଚଲାଉଥିବା ଯୋଗୁଁ ୧୩୫, ଦୁଇ ଚକିଆରେ ଦୁଇରୁ ଅଧିକ ଯାଉଥିବାରୁ ୬୨୮, ବିପରୀତ ଦିଗରେ ଗାଡ଼ି ଚଲାଉଥିବାରୁ ୨୩୬, ବେଆଇନ୍ ପାର୍କିଂ ପାଇଁ ୬୬୬ ଚାଲାଣ ଜାରି କରାଯାଇଛି ।
ଏଥିସହ ପଢ଼ନ୍ତୁ: ଖଣି ପାଇଁ ଅକ୍ସନ୍ ଜାଗାରେ ହେବ ଲଟେରି; SC/ST ଛାତ୍ରଛାତ୍ରୀଙ୍କ ବୃତ୍ତି ରାଶି ବଢ଼ିଲା
ସୁନ୍ଦରଗଡ଼ ଆରଟିଓ ଅଧୀନରେ ମୋଟ୍ ୧୧୮୦ ଚାଲାଣ ଜାରି ହୋଇଥିବା ବେଳେ ଭୁବନେଶ୍ଵର-୧ ଅଧୀନରେ ୮୪୦, କଟକ ଆରଟିଓରେ ୭୯୧, ତାଳଚେର ଆରଟିଓରେ ୭୪୧, ଭଦ୍ରକ ୭୧୯, ଜଗତସିଂହପୁର ୬୩୨, ରାୟଗଡ଼ାରେ ୫୫୫, ଅନୁଗୁଳରେ ୫୨୦, କଳାହାଣ୍ଡିରେ ୪୬୨, ଯାଜପୁର ୩୯୭, ଗଞ୍ଜାମ ୩୩୯ ଓ ବଡ଼ବିଲ ଏଆରଟିଓ ଅଧିନରେ ୨୭୫ ଚାଲାଣ ଜାରି ହୋଇଛି ।

କେବଳ ଏନଫୋର୍ସମେଣ୍ଟ ନୁହେଁ, ସମସ୍ତ ଆରଟିଓଙ୍କ ଦ୍ୱାରା ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରାଯାଇଛି । ସଡ଼କ ଦୁର୍ଘଟଣା ହ୍ରାସର ଏହି ଅଭିଯାନରେ ସାମିଲ ହୋଇ ସର୍ବଦା ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories