Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi Blast Update / ଦିଲ୍ଲୀ ବିସ୍ଫୋରଣ: ଆତଙ୍କୀଙ୍କ ପାଖରେ ଥିଲା ଆଉ ଏକ କାର ! ଲାଲ୍ ରଙ୍ଗର Fordକୁ ଖୋଜୁଛି ପୋଲିସ୍

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ଦିଲ୍ଲୀ ବିସ୍ଫୋରଣ: ଆତଙ୍କୀଙ୍କ ପାଖରେ ଥିଲା ଆଉ ଏକ କାର ! ଲାଲ୍ ରଙ୍ଗର Fordକୁ ଖୋଜୁଛି ପୋଲିସ୍

Key Points

ଦିଲ୍ଲୀ ବିସ୍ଫୋରଣ: ଲାଲ ରଙ୍ଗର ଫୋର୍ଡ ଇକୋ ସ୍ପୋର୍ଟ କାର୍‌ ଉପରେ ନଜର
ଦିଲ୍ଲୀର ସବୁ ପୋଲିସ ଷ୍ଟେସନ, ପୋଲିସ ପୋଷ୍ଟ ପକ୍ଷରୁ ଖାନତଲାସୀ
ସନ୍ଦିଗ୍ଧର i20 ସହ ଆଉ ଗୋଟିଏ ଲାଲ୍‌ ରଙ୍ଗର କାର୍‌ ଥିବା ମିଳିଛି ସୂଚନା
ଦିଲ୍ଲୀ ବୋମା ବିସ୍ଫୋରଣ ମାମଲା ତଦନ୍ତ ସମୟରେ ପୋଲିସକୁ ମିଳିଲା ବଡ଼ ସୁରାକ । ତଦନ୍ତରୁ ଜଣାପଡିଛି ଯେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପାଖରେ ଗୋଟିଏ ନୁହେଁ ଦୁଇଟି କାର ଥିଲା । Hyundai i20 ବ୍ୟତୀତ ଆଉ ଏକ ଲାଲ୍ ରଙ୍ଗର ଫୋର୍ଡ ଇକୋ ସ୍ପୋର୍ଟ୍ସ କାର ସନ୍ଦିଗ୍ଧ ପାଖରେ ଥିଲା ବୋଲି ପୋଲିସକୁ ସୂଚନା ମିଳିଛି । ତେବେ ସୁରାକ ମିଳିବା ପରେ ଦିଲ୍ଲୀର ସମସ୍ତ ପୋଲିସ ଷ୍ଟେସନ, ପୋଲିସ ପୋଷ୍ଟ ଏବଂ ବର୍ଡର ଚେକ୍‌ ପୋଷ୍ଟଗୁଡ଼ିକୁ ସତର୍କ କରାଯାଇଛି । ତେବେ ଏହି କାର ନମ୍ବର ହେଉଛି DL10CK0458 । ଯାହାକି ଉମର ଉନ୍ ନବି ନାମକ ଜଣେ ବ୍ୟକ୍ତିଙ୍କ ନାମରେ ରେଜିଷ୍ଟ୍ରେସନ୍‌ ରହିଛି ।

ଦିଲ୍ଲୀ ପୋଲିସ ସମସ୍ତ ଟିମ୍‌କୁ ଏହି କାରକୁ ତୁରନ୍ତ ଖୋଜିବା ପାଇଁ ନିର୍ଦ୍ଦେଶ ଦେଇଛି । ଦିଲ୍ଲୀ ପୋଲିସ୍‌ର ପାଞ୍ଚଟି ଟିମ୍‌ ଏବେ ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ଉତ୍ତର ପ୍ରଦେଶ ଏବଂ ହରିୟାଣା ପୋଲିସକୁ ମଧ୍ୟ ସତର୍କ କରାଯାଇଛି । ନିକଟବର୍ତ୍ତୀ ଟୋଲ୍ ପ୍ଲାଜାରୁ ମଧ୍ୟ କାର ବିଷୟରେ ସୂଚନା ସଂଗ୍ରହ କରାଯାଉଛି ।
ସୂଚନା ଅନୁଯାୟୀ, ପୋଲିସକୁ ତୁରନ୍ତ ଯେ କୌଣସି ନାଲି ଫୋର୍ଡ ଇକୋସ୍ପୋର୍ଟକୁ ଅଟକାଇବା ଏବଂ ଜବତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ପାଟ୍ରୋଲିଂ କିମ୍ବା ପିକେଟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ସଶସ୍ତ୍ର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ବଡ଼ ଖୁଲାସା: ଜାନୁୟାରୀ ୨୬ରେ ହୋଇଥାନ୍ତା ବଡ଼ ଆକ୍ରମଣ

ତେବେ ଏସବୁ ମଧ୍ୟରେ ଅକ୍ଟୋବର ୨୯ ତାରିଖର ଫରିଦାବାଦରୁ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏହି ଫୁଟେଜ୍ ଏକ ପେଟ୍ରୋଲ ପମ୍ପ ନିକଟରୁ ମିଳିଛି । ଭିଡିଓରେ କାରରେ ତିନି ଜଣ ଲୋକ ଥିବା ଦେଖିବାକୁ ମିଳୁଛି । ତଦନ୍ତକାରୀ ସଂସ୍ଥାର ସୂଚନା ଅନୁଯାୟୀଳ ଉମର ଏବଂ ତାରିକ ନିଜେ ପ୍ରଦୂଷଣ ଯାଞ୍ଚ କରିବାକୁ ଆସିଥିଲେ ।
ସେପଟେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପରେ ତଦନ୍ତ ଦାୟିତ୍ବ NIAକୁ ଦିଆଯାଇଛି । NIAର ସ୍ବତନ୍ତ୍ର ଟିମ୍‌ ବିସ୍ଫୋରଣ ସ୍ଥଳକୁ ଟିକନିକ୍‌ ତଦନ୍ତ କରୁଛି ।

ତେବେ ଏହି ବିସ୍ଫୋରଣ ଘଟଣା ପରେ ଦିଲ୍ଲୀକୁ ହାଇ ଆଲର୍ଟରେ ରଖାଯାଇଛି । ଦିଲ୍ଲୀରେ ଏକ ବଡ଼ ସର୍ଚ୍ଚ ଅପରେସନ୍ ଚାଲିଛି । ବିସ୍ଫୋରଣରେ ଏବେ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଦିଲ୍ଲୀର ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ସ୍ଥାନରେ ଅର୍ଦ୍ଧସାମରିକ ବାହିନୀ ସହିତ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ମୁତୟନ ଅଛନ୍ତି । ସହରରେ ପ୍ରବେଶ ଏବଂ ପ୍ରସ୍ଥାନ କରୁଥିବା ଯାନବାହାନଗୁଡ଼ିକର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Delhi Blast Update: Police Hunt for Red Ford Linked to Terror Suspects | Argus News