Delhi Blast Case / ଦିଲ୍ଲୀ ବିସ୍ଫୋରଣ ମାମଲାରେ ବଡ଼ ଖୁଲାସା, ବିସ୍ଫୋରଣ ବେଳେ କାରରେ ଥିଲା ଆତଙ୍କବଦୀ ଉମର
·8 months ago·2 min read

Key Points
ଦିଲ୍ଲୀ ବିସ୍ଫୋରଣ । ଉମର କରିଥିଲା କାର୍ ବିସ୍ଫୋରଣ । ଉମର ବିସ୍ଫୋରଣ କରିଥିବା ନେଇ DNA ଟେଷ୍ଟରୁ ଜଣାପଡ଼ିଲା ସତ ।
୨୦୨୫ ନଭେମ୍ବର ୧୦ । ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଘଟଣାର ତଦନ୍ତରେ ଏକ ବଡ଼ ଖୁଲାସା । ପୋଲିସ ଏବଂ ଫୋରେନସିକ୍ ଦଳ ବୁଧବାର ବିଳମ୍ବିତ ରାତିରେ ନିଶ୍ଚିତ କରିଛନ୍ତି ଯେ ବିସ୍ଫୋରକ ଭର୍ତ୍ତି ହୁଣ୍ଡାଇ i20 କାରରେ ଥିବା ବ୍ୟକ୍ତି ଅନ୍ୟ କେହି ନୁହଁନ୍ତି ବରଂ ଆତଙ୍କବାଦୀ ଡକ୍ଟର ଉମର ନବି (ଉମର ମହମ୍ମଦ) ଥିଲେ । ଘଟଣାସ୍ଥଳରୁ କାରର ଭଗ୍ନାବଶେଷରୁ ଉଦ୍ଧାର କରାଯାଇଥିବା ପୋଡ଼ା ଶରୀରର DNA ପରୀକ୍ଷା ଉମରଙ୍କ ପରିବାର ସଦସ୍ୟଙ୍କ ନମୁନା ସହିତ ୧୦୦ ପ୍ରତିଶତ ମେଳ ଖାଉଛି । ଆଉ ଏହା ପରେ ତଦନ୍ତକାରୀ ଟିମ୍ ନିଶ୍ଚିତ କରିଛନ୍ତି ଆତଙ୍କବାଦୀ ଉମର ହିଁ ଦିଲ୍ଲୀ କାର ବୋମା ବିସ୍ଫୋରଣ ଘଟାଇଥିଲେ । ଯେଉଁ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଗୁରୁତର ଭାବେ ଆହତ ହୋଇଥିଲେ ।
ଏହି ଘଟଣାରେ ତଦନ୍ତ କରୁଥିବା ସଂସ୍ଥାଗୁଡ଼ିକ ଆରମ୍ଭରୁ ସନ୍ଦେହ କରୁଥିଲେ ଯେ ଏହି ଆକ୍ରମଣ ପଛରେ ମାଷ୍ଟରମାଇଣ୍ଡ ହେଉଛି ଡକ୍ଟର ଉମର । ଯିଏ ବିସ୍ଫୋରଣର ମାତ୍ର ୧୧ ଦିନ ପୂର୍ବରୁ ଆକ୍ରମଣରେ ବ୍ୟବହୃତ ଧଳା ରଙ୍ଗର ହୁଣ୍ଡାଇ i20 କାର କିଣିଥିଲେ। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ପୁଲୱାମାର ସାମ୍ବୁରାରେ ରହୁଥିବା ଉମରଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିଲେ। ଉମରଙ୍କ ମାଆ ଏବଂ ଭାଇ DNA ନମୁନା ପ୍ରଦାନ କରିଥିଲେ, ଯାହା ବିସ୍ଫୋରଣରେ ବ୍ୟବହୃତ କାରର ଭଗ୍ନାବଶେଷରେ ମିଳିଥିବା ଅବଶେଷ ସହିତ ମେଳ ଖାଉଥିଲା । ଆଉ ଏହା ପରେ ସ୍ପଷ୍ଟ ହୋଇଥିଲା ଯେ ଅନ୍ୟ କେହି ନୁହେଁ ବରଂ ନିଜେ ଉମର ହିଁ ସେହି ବିସ୍ଫୋଟକ ଭର୍ତ୍ତି କାର ଚଳାଉଥିଲା ।
ମିଳିଥିବା ସୂଚନା ଅନୁସାରେ, କିଛି ବ୍ୟକ୍ତି ମାର୍ଚ୍ଚ ୨୦୨୨ ରେ ଭାରତରୁ ଅଙ୍କାରା ଯାତ୍ରା କରିଥିଲେ । ସନ୍ଦେହ କରାଯାଉଛି ଯେ ଉମର ଏବଂ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲରେ ଗିରଫ ହୋଇଥିବା ଅନ୍ୟ ସନ୍ଦିଗ୍ଧ ବ୍ୟକ୍ତି ସେଠାକୁ ଯାଇଥିଲେ । ଆଉ ସେଠାରେ ହିଁ ସମସ୍ତଙ୍କର ବ୍ରେନ୍ ଓ୍ବାଶ୍ ହୋଇଥିଲା । ଜାତୀୟ ତଦନ୍ତ ଏଜେନ୍ସି ଏହା ନିଶ୍ଚିତ କରିବା ପାଇଁ ନୂଆଦିଲ୍ଲୀରେ ଅବସ୍ଥିତ ତୁର୍କୀ ଦୂତାବାସ ସହିତ ଯୋଗାଯୋଗରେ ଅଛି ଏବଂ ସହଯୋଗ ଲୋଡିଛି ।
ସେପଟେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା କ୍ୟାବିନେଟ କମିଟି (ସିସିଏସ୍) ବୈଠକରେ ସରକାର ଦିଲ୍ଲୀ କାର ବୋମା ବିସ୍ଫୋରଣକୁ "ଆତଙ୍କବାଦୀ ଆକ୍ରମଣ" ଘୋଷଣା କରିଛନ୍ତି । ଏହାର ତଦନ୍ତ ଦାୟିତ୍ବ NIAକୁ ଦିଆଯାଇଛି । ଏହା ଏକ "ହ୍ୱାଇଟ୍ କଲର ଆତଙ୍କୀ ମଡ୍ୟୁଲ୍"ର ଏକ ଚାଞ୍ଚଲ୍ୟକର ମାମଲା । ଯେଉଁଥିରେ ଡାକ୍ତର ଏବଂ ଶିକ୍ଷିତ ଯୁବକଙ୍କ ଭଳି ସମ୍ମାନଜନକ ବୃତ୍ତିର ଲୋକମାନେ ସାମିଲ ଅଛନ୍ତି। ଏହି ମାମଲାରେ ଗିରଫଦାରୀ ଜମ୍ମୁ-କାଶ୍ମୀରରୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଛି ।
ଏହି ଘଟଣାରେ ତଦନ୍ତ କରୁଥିବା ସଂସ୍ଥାଗୁଡ଼ିକ ଆରମ୍ଭରୁ ସନ୍ଦେହ କରୁଥିଲେ ଯେ ଏହି ଆକ୍ରମଣ ପଛରେ ମାଷ୍ଟରମାଇଣ୍ଡ ହେଉଛି ଡକ୍ଟର ଉମର । ଯିଏ ବିସ୍ଫୋରଣର ମାତ୍ର ୧୧ ଦିନ ପୂର୍ବରୁ ଆକ୍ରମଣରେ ବ୍ୟବହୃତ ଧଳା ରଙ୍ଗର ହୁଣ୍ଡାଇ i20 କାର କିଣିଥିଲେ। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ପୁଲୱାମାର ସାମ୍ବୁରାରେ ରହୁଥିବା ଉମରଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଥିଲେ। ଉମରଙ୍କ ମାଆ ଏବଂ ଭାଇ DNA ନମୁନା ପ୍ରଦାନ କରିଥିଲେ, ଯାହା ବିସ୍ଫୋରଣରେ ବ୍ୟବହୃତ କାରର ଭଗ୍ନାବଶେଷରେ ମିଳିଥିବା ଅବଶେଷ ସହିତ ମେଳ ଖାଉଥିଲା । ଆଉ ଏହା ପରେ ସ୍ପଷ୍ଟ ହୋଇଥିଲା ଯେ ଅନ୍ୟ କେହି ନୁହେଁ ବରଂ ନିଜେ ଉମର ହିଁ ସେହି ବିସ୍ଫୋଟକ ଭର୍ତ୍ତି କାର ଚଳାଉଥିଲା ।
ଅଧିକ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ମାନିଲେ ସରକାର, ଦୋଷୀଙ୍କୁ ଦିଆଯିବ କଠୋର ଦଣ୍ଡ
ସୁରକ୍ଷା ଏଜେନ୍ସିଗୁଡ଼ିକର ଚଢାଉରେ ଭୟଭୀତ ହୋଇ ଉମର କାର ସହିତ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲା । ମିଳିଥିବା ଅନୁଯାୟୀ, ପରିବାର ଲୋକେ ପୂର୍ବରୁ ଉମରଙ୍କ ବିଷୟରେ ଜାଣିଥିଲେ, କିନ୍ତୁ ସେମାନ ସୁରକ୍ଷା ଏଜେନ୍ସିକୁ ଏନେଇ ସୂଚନା ଦେଇନଥିଲେ । ଉମର ସେଶନ୍ ଆପ୍ ମାଧ୍ୟମରେ ତୁର୍କୀର ଅଙ୍କାରାରେ ଅବସ୍ଥିତ ତାଙ୍କ ହ୍ୟାଣ୍ଡଲର 'ଉକାସା' (ଯାହାକି ଏକ କୋଡନାମ ହୋଇପାରେ) ସହିତ ନିରନ୍ତର ଯୋଗାଯୋଗରେ ଥିଲେ ।ମିଳିଥିବା ସୂଚନା ଅନୁସାରେ, କିଛି ବ୍ୟକ୍ତି ମାର୍ଚ୍ଚ ୨୦୨୨ ରେ ଭାରତରୁ ଅଙ୍କାରା ଯାତ୍ରା କରିଥିଲେ । ସନ୍ଦେହ କରାଯାଉଛି ଯେ ଉମର ଏବଂ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲରେ ଗିରଫ ହୋଇଥିବା ଅନ୍ୟ ସନ୍ଦିଗ୍ଧ ବ୍ୟକ୍ତି ସେଠାକୁ ଯାଇଥିଲେ । ଆଉ ସେଠାରେ ହିଁ ସମସ୍ତଙ୍କର ବ୍ରେନ୍ ଓ୍ବାଶ୍ ହୋଇଥିଲା । ଜାତୀୟ ତଦନ୍ତ ଏଜେନ୍ସି ଏହା ନିଶ୍ଚିତ କରିବା ପାଇଁ ନୂଆଦିଲ୍ଲୀରେ ଅବସ୍ଥିତ ତୁର୍କୀ ଦୂତାବାସ ସହିତ ଯୋଗାଯୋଗରେ ଅଛି ଏବଂ ସହଯୋଗ ଲୋଡିଛି ।
ସେପଟେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା କ୍ୟାବିନେଟ କମିଟି (ସିସିଏସ୍) ବୈଠକରେ ସରକାର ଦିଲ୍ଲୀ କାର ବୋମା ବିସ୍ଫୋରଣକୁ "ଆତଙ୍କବାଦୀ ଆକ୍ରମଣ" ଘୋଷଣା କରିଛନ୍ତି । ଏହାର ତଦନ୍ତ ଦାୟିତ୍ବ NIAକୁ ଦିଆଯାଇଛି । ଏହା ଏକ "ହ୍ୱାଇଟ୍ କଲର ଆତଙ୍କୀ ମଡ୍ୟୁଲ୍"ର ଏକ ଚାଞ୍ଚଲ୍ୟକର ମାମଲା । ଯେଉଁଥିରେ ଡାକ୍ତର ଏବଂ ଶିକ୍ଷିତ ଯୁବକଙ୍କ ଭଳି ସମ୍ମାନଜନକ ବୃତ୍ତିର ଲୋକମାନେ ସାମିଲ ଅଛନ୍ତି। ଏହି ମାମଲାରେ ଗିରଫଦାରୀ ଜମ୍ମୁ-କାଶ୍ମୀରରୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories