Videos
|
National

Delhi Patna Bullet Train Route / ଦିଲ୍ଲୀରୁ ଅଢେଇ ଘଣ୍ଟାରେ ଲକ୍ଷ୍ନୌ, ସାଢେ ୪ ଘଣ୍ଟାରେ ପାଟନା; ଦେଖନ୍ତୁ ସମ୍ପୂର୍ଣ୍ଣ ରୁଟ୍ ଚାର୍ଟ

Subhramjit Ray
Browse all articles by Subhramjit Ray
·7 hours ago·3 min read
ଦିଲ୍ଲୀରୁ ଅଢେଇ ଘଣ୍ଟାରେ ଲକ୍ଷ୍ନୌ, ସାଢେ ୪ ଘଣ୍ଟାରେ ପାଟନା; ଦେଖନ୍ତୁ ସମ୍ପୂର୍ଣ୍ଣ ରୁଟ୍ ଚାର୍ଟ
High Speed Rail India

Key Points

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦିଲ୍ଲୀ-ୟୁପି-ବିହାର ହାଇ-ସ୍ପିଡ୍ ରେଳ କରିଡର ସମ୍ପର୍କରେ ଏକ ପ୍ରମୁଖ ସୂଚନା ଦେଇଛନ୍ତି। ଏହି କରିଡର ସମ୍ପୂର୍ଣ୍ଣ ହେବା ପରେ, ଦିଲ୍ଲୀରୁ ପାଟନା ଏବଂ ଲକ୍ଷ୍ନୌ ଯାତ୍ରା କରିବା ଲାଗି ବହୁତ କମ ସମୟ ଲାଗିବ।
ପର୍ବପର୍ବାଣୀ ସମୟରେ ଦିଲ୍ଲୀରୁ ଉତ୍ତର ପ୍ରଦେଶ ଏବଂ ବିହାର ଅଭିମୁଖେ ଚଳାଚଳ କରୁଥିହା ଟ୍ରେନ୍ ରେ ହୋଇଥାଏ ପ୍ରବଳ ଭିଡ଼। ହେଲେ ଏବେ ଏହି ସମସ୍ୟାର ହେବାକୁ ଯାଉଛି ସ୍ଥାୟୀ ସମାଧାନ। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶର ପରବର୍ତ୍ତୀ ପ୍ରମୁଖ ହାଇ-ସ୍ପୀଡ୍ ରେଳ କରିଡ଼ର (Bullet Train Corridor) ସମ୍ପର୍କରେ ଏକ ପ୍ରମୁଖ ଅପଡେଟ୍ ପ୍ରଦାନ କରିଛନ୍ତି। ରେଳ ମନ୍ତ୍ରୀଙ୍କ କହିବା ଅନୁଯାୟୀ, ପ୍ରସ୍ତାବିତ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରୁ ବିହାର ରାଜଧାନୀ ପାଟନା ପର୍ଯ୍ୟନ୍ତ ପ୍ରାୟ ୧୧୭୦ କିଲୋମିଟର ଦୂରତା ମାତ୍ର ୪.୫ ଘଣ୍ଟାରେ ଅତିକ୍ରମ କରିହେବ। ଯେଉଁ ଦୂରତାକୁ ଅତିକ୍ରମ କରିବା ବର୍ତ୍ତମାନ ସୁପରଫାଷ୍ଟ ଏବଂ ରାଜଧାନୀ ଏକ୍ସପ୍ରେସ୍ ଭଳି ଟ୍ରେନ୍ ମଧ୍ୟ ପ୍ରାୟ ୧୨ ଘଣ୍ଟା ସମୟ ନେଇଥାଏ।

କେଉଁ ସହରକୁ ଯାତ୍ରା ପାଇଁ କେତେ ହ୍ରାସ ପାଇବ ସମୟ
ପ୍ରସ୍ତାବିତ ଦିଲ୍ଲୀ-ୟୁପି-ବିହାର ବୁଲେଟ ଟ୍ରେନ୍ କରିଡ଼ର (Delhi-UP-Bihar Bullet Train Corridor) ଦେଶର ସବୁଠାରୁ ବ୍ୟସ୍ତବହୁଳ ରେଳମାର୍ଗକୁ (Busiest Railway Route of India) ହାଇ ସ୍ପୀଡ଼୍ ଯୋଗାଯୋଗ ସହ ଯୋଡ଼ିବ। ଏହି ବୁଲେଟ ଟ୍ରେନ୍ ରୁଟ୍ (Bullet Train Route India) ପାଇଁ ରେଳମନ୍ତ୍ରୀଙ୍କ ପାଖରୁ
ଏହାର ଏକ ସମୟ ସାରଣୀର ସମ୍ପୂର୍ଣ୍ଣ ଚାଟ୍ ପ୍ରଦାନ କରାଯାଇଛି।

ଏହା ସହ ପଢନ୍ତୁ: ବୁଲେଟ୍ ଟ୍ରେନ୍‌ରେ କାହିଁକି ନଥାଏ ଇଞ୍ଜିନ୍? ଏହାର ନିର୍ମାଣରେ ହୋଇଥାଏ କେତେ ଖର୍ଚ୍ଚ?

ଷ୍ଟେସନ ଠାରୁ ଷ୍ଟେସନ ଦୂରତା ସମୟ
ଦିଲ୍ଲୀ ଠାରୁ ଆଗ୍ରା: ପ୍ରାୟ ୨୦୦ କିମି, ଯାତ୍ରା ସମୟ ମାତ୍ର ୫୮ ମିନିଟ୍
ଦିଲ୍ଲୀ ଠାରୁ କାନପୁର: ପ୍ରାୟ ୪୫୫ କିମି, ଯାତ୍ରା ସମୟ ୧ ଘଣ୍ଟା ୫୦ ମିନିଟ୍
ଦିଲ୍ଲୀ ଠାରୁ ଲକ୍ଷ୍ନୌ: ପ୍ରାୟ ୪୯୫ କିମି, ଯାତ୍ରା ସମୟ ୨ ଘଣ୍ଟା ୧୨ ମିନିଟ୍
ଦିଲ୍ଲୀ ଠାରୁ ପ୍ରୟାଗରାଜ: ପ୍ରାୟ ୭୫୦ କିମି, ଯାତ୍ରା ସମୟ ୩ ଘଣ୍ଟା
ଦିଲ୍ଲୀ ଠାରୁ ବାରାଣସୀ: ପ୍ରାୟ ୯୪୫ କିମି, ଯାତ୍ରା ସମୟ ୩ ଘଣ୍ଟା ୩୩ ମିନିଟ୍
ଦିଲ୍ଲୀ ଠାରୁ ପାଟନା: ପ୍ରାୟ ୧୧୭୦ କିମି, ୪ ଘଣ୍ଟା ୩୦ ମିନିଟ୍

ମୁମ୍ବାଇ-ଅହମ୍ମଦାବାଦ କରିଡ଼ର ପରେ ଦେଶର ଦ୍ୱିତୀୟ ପ୍ରମୁଖ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ
ଏହି ପ୍ରସ୍ତାବିତ କରିଡ଼ର ହେଉଛି ଭାରତର ହାଇ-ସ୍ପୀଡ୍ ରେଳ ପ୍ରକଳ୍ପର ଏକ ବିସ୍ତାର। ବର୍ତ୍ତମାନ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ, ମୁମ୍ବାଇ-ଅହମ୍ମଦାବାଦ ମଧ୍ୟରେ ୫୦୮ କିମି ହାଇ-ସ୍ପୀଡ୍ ରେଳ କରିଡର ଉପରେ କାମ ଦ୍ରୁତ ଗତିରେ ଚାଲିଛି। ଯାହାକୁ ଘଣ୍ଟା ପ୍ରତି ୩୨୦ କିମି ବେଗରେ ଯାତ୍ରା କରିବା ପାଇଁ ଡିଜାଇନ୍ କରାଯାଇଛି। ସୁରତ-ଭାପି ସେକ୍ସନ ଠାରେ ପ୍ରଥମ ସେବା ୨୦୨୭ ଅଗଷ୍ଟ ମାସରେ ଆରମ୍ଭ ହେବାର ଆଶା କରାଯାଉଛି। ମୁମ୍ବାଇ-ଅହମ୍ମଦାବାଦ ରୁଟ୍ କେବଳ ଦୁଇଟି ପ୍ରମୁଖ ସହରକୁ ସଂଯୋଗ କରିଥାଏ। ଅନ୍ୟପଟେ ଦିଲ୍ଲୀ-ଉତ୍ତରପ୍ରଦେଶ-ବିହାର କରିଡ଼ର ଉତ୍ତର-ପୂର୍ବ ଭାରତର ଅନେକ ପ୍ରମୁଖ ଶିଳ୍ପ, ସାଂସ୍କୃତିକ ଏବଂ ଧାର୍ମିକ କେନ୍ଦ୍ର ଯେପରିକି ଆଗ୍ରା, ପ୍ରୟାଗରାଜ, ବାରାଣସୀ, ପାଟ ଭଳି ପ୍ରମୁଖ ସ୍ଥାନକୁ ସଂଯୋଗ କରିବ। ଏହି ନେଟୱାର୍କ ପର୍ଯ୍ୟଟନ, ବାଣିଜ୍ୟ ଏବଂ ଆଞ୍ଚଳିକ ଆର୍ଥିକ କାର୍ଯ୍ୟକଳାପକୁ ଆଗେଇ ନେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ପଢନ୍ତୁ: ଆସନ୍ତାବର୍ଷ ଦୌଡ଼ିବ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍; କେବେ ଏବଂ କେଉଁ ରୁଟ୍ ରେ ଆରମ୍ଭ ହେବ ସେବା?

ଏହି ବୁଲେଟ୍ ଟ୍ରେନ ବନ୍ଦେ ଭାରତ ଏବଂ ନିୟମିତ ଟ୍ରେନ ଠାରୁ କେତେ ଭିନ୍ନ ହେବ?
ଭାରତୀୟ ରେଳବାଇ ବର୍ତ୍ତମାନ ବନ୍ଦେ ଭାରତ, ରାଜଧାନୀ ଏବଂ ଦୁରନ୍ତୋ ପରି ପ୍ରିମିୟମ୍ ଟ୍ରେନ ପରିଚାଳନା କରୁଛି। ହେଲେ ତଥାପି ବୁଲେଟ୍ ଟ୍ରେନ ଗତି ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଯଥେଷ୍ଟ ଉନ୍ନତ ହେବ। ପ୍ରକୃତରେ, ବନ୍ଦେ ଭାରତ ଏକ୍ସପ୍ରେସ୍ ର ସର୍ବାଧିକ ଗତି ପ୍ରାୟ ୧୮୦ କିଲୋମିଟର/ଘଣ୍ଟା ରହିଛି। ଏହା ହେଉଛି ଏକ ସେମୀ ହାଇସ୍ପୀଡ ଟ୍ରେନ୍। ହେଲେ ବୁଲେଟ୍ ଟ୍ରେନ ଘଣ୍ଟାପ୍ରତି ୩୨୦-୩୫୦ କିମି ବେଗରେ ଚାଲିଥାଏ। ଏହି ବୁଲେଟ୍ ଟ୍ରେନ ପ୍ରକଳ୍ପ ଭବିଷ୍ୟତର ଉପହାର। ହେଲେ ଯଦି ଏହା ବାସ୍ତବରେ ପରିଣତ ହୁଏ, ତାହେଲେ ଆଗାମୀ ବର୍ଷରେ ପର୍ବପର୍ବାଣୀ ସମୟରେ ଘରକୁ ଯାତ୍ରା କରିବା ବହୁତ ସହଜ ହୋଇଯିବ।