Bullet Train Facts / ବୁଲେଟ୍ ଟ୍ରେନ୍ରେ କାହିଁକି ନଥାଏ ଇଞ୍ଜିନ୍? ଏହାର ନିର୍ମାଣରେ ହୋଇଥାଏ କେତେ ଖର୍ଚ୍ଚ?
·50 mins ago·3 min read

Key Points
ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ୧୫ ଅଗଷ୍ଟ, ୨୦୨୭ ରୁ ସୁରଟ-ଭିଲିମୋରା ମଧ୍ୟରେ ଚାଲିବାକୁ ସ୍ଥିର ହୋଇଛି। ତଥାପି ଏହି ହାଇ-ସ୍ପିଡ୍ ରେଳ କରିଡର ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି। ବିଶେଷକରି ଏହାର ଗତି, ଡିଜାଇନ୍ ଏବଂ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଲୋକ ଜାଣିବାକୁ ଚାହୁଁଛନ୍ତ।
Bullet Train Project India: ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଜାରି ରହିଛି। ଯାହା ଆସନ୍ତ ବର୍ଷ ୧୫ ଅଗଷ୍ଟ ସୁଦ୍ଧା ସୁରତ ଠାରୁ ଭିଲିମୋରା ପର୍ଯ୍ୟନ୍ତ ଦୌଡ଼ିବ। ହେଲେ କ'ଣ ଆପଣ ଜାଣନ୍ତି ଯେ ଗୋଟି ବୁଲେଟ୍ ଟ୍ରେନ୍ ନିର୍ମାଣ ପାଇଁ କେତେ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ? ଗୋଟିଏ କୋଚ୍ ନିର୍ମାଣ କରିବାକୁ କେତେ ଖର୍ଚ୍ଚ ହୁଏ? ଆକଳନ ଅନୁସାରେ ପ୍ରତି କୋଚ୍ ପାଇଁ ପ୍ରାୟ ୩୦-୩୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଜାପାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ୧୦-୧୬ କୋଚ୍ ବିଶିଷ୍ଟ ଏକ ଜାପାନୀ ଶିଙ୍କାନସେନ୍ ବୁଲେଟ୍ ଟ୍ରେନ୍ (Japanese Shinkansen Bullet Train) ନିର୍ମାଣ ପ୍ରାୟ ୩୫୦ ରୁ ୪୬୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଏହି ସମୟରେ, ଭାରତରେ ବ୍ୟବହୃତ ହେବାକୁ ଯାଉଥିବା B-28 ବୁଲେଟ୍ ଟ୍ରେନ୍ ର ପ୍ରତି କୋଚ୍ ର ମୂଲ୍ୟ ୩୦୦ ରୁ ୩୨୦ କୋଟି ଟଙ୍କା ହେବା ନେଇ ଆକଳନ କରାଯାଇଛି।
ବୁଲେଟ୍ ଟ୍ରେନ୍ରେ ବ୍ୟବହୃତ ହୋଇଥାଏ ଏରୋଡାୟନାମିକ ବଡ଼ି
ବୁଲେଟ୍ ଟ୍ରେନ୍ ଘଣ୍ଟାପ୍ରତି ପ୍ରାୟ ୩୨୦ କିଲୋମିଟର ବେଗରେ ଦୌଡ଼ି ଥାଏ। ଏହି ଦ୍ରୁତ ବେଗ କାରଣରୁ ପଡୁଥିବା ଚାପକୁ ସହ୍ୟ କରିବା ପାଇଁ ଏକ ଏରୋଡାୟନାମିକ ବଡ଼ି (Bullet Train Aerodynamic Body) ଏବଂ ଉନ୍ନତ ସୁରକ୍ଷା ଜନିତ ବ୍ୟବସ୍ଥା (Advanced Safety Technology) ରହିଛି। ବୁଲେଟ୍ ଟ୍ରେନ୍ ସୁଡ଼ଙ୍ଗ ମଧ୍ୟରେ ଯାତ୍ରା କରିବା ସମୟରେ ବାୟୁ ଚାପରୁ ରକ୍ଷା ପାଇବା ପାଇଁ ସ୍ୱୟଂଚାଳିତ ସିଗନାଲ ଏବଂ ପ୍ରେସର-ସିଲ୍ ହୋଇଥିବା କ୍ୟାବ୍ (Pressure Sealed Cab) ବ୍ୟବହାର କରିଥାଏ। ହେଲେ ତଥାପି, ବୁଲେଟ୍ ଟ୍ରେନ୍ ସେଟ୍ ଏକ ବହୁତ କମ୍ ଖର୍ଚ୍ଚ। ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ Elevated Tracks, ସମୁଦ୍ର/ପାହାଡ଼ି ସୁଡ଼ଙ୍ଗ, High Voltage OHE Cables ଏବଂ ରେଳ ଷ୍ଟେସନ୍ ନିର୍ମାଣ ମଧ୍ୟ ଅନ୍ତର୍ଭୂକ୍ତ ହୋଇଥାଏ। ମୁମ୍ବାଇ-ଅହମ୍ମଦାବାଦ ହାଇ-ସ୍ପୀଡ୍ ରେଳ କରିଡର୍ ର ମୋଟ ମୂଲ୍ୟ ୧.୯୮ ଲକ୍ଷ କୋଟିରୁ ୨.୨୫ ଲକ୍ଷ କୋଟି ମଧ୍ୟରେ ଆକଳନ କରାଯାଇଛି। ଅର୍ଥାତ୍ ପ୍ରତି କିଲୋମିଟର୍ ପିଛା ମୂଲ୍ୟ ପ୍ରାୟ ୩୯୦ କୋଟି ଟଙ୍କା ହେବ।
ଏହା ସହ ପଢନ୍ତୁ: ଆସନ୍ତାବର୍ଷ ଦୌଡ଼ିବ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍; କେବେ ଏବଂ କେଉଁ ରୁଟ୍ ରେ ଆରମ୍ଭ ହେବ ସେବା?
ବୁଲେଟ୍ ଟ୍ରେନ୍ ପାଇଁ ବ୍ୟବହୃତ ହୋଇଥାଏ Elevated Route
ଚୀନ୍, ଜାପାନ ସମେତ ଅଧିକାଂଶ ଦେଶରେ, ୯୦ ପ୍ରତିଶତରୁ ଅଧିକ ବୁଲେଟ୍ ଟ୍ରେନ୍ ରୁଟ୍ (Bullet Train Elevated Route) ଭୂମି ଉପରେ ନିର୍ମିତ ହେଉଛି। ସ୍ୱତନ୍ତ୍ର ସୁଡ଼ଙ୍ଗ (Bullet Train Tunnels) ସମୁଦ୍ର ତଳେ ଏବଂ ପର୍ବତରେ ମଧ୍ୟ ନିର୍ମିତ ହୋଇଥାଏ। ଜାପାନୀ ଶିଙ୍କାନସେନ୍ ବୁଲେଟ୍ ଟ୍ରେନ୍ ରେ ସିଗନାଲ ବ୍ୟବସ୍ଥା (Signal System), ଟ୍ରାକ୍ବେଡ୍ (Track Bed), ଟ୍ରେନ୍ ନିୟନ୍ତ୍ରଣ ପ୍ରଣାଳୀ (Bullet Train Control System), ଜମି ଅଧିଗ୍ରହଣ ଏବଂ ଷ୍ଟେସନ୍ ନିର୍ମାଣ ପାଇଁ ଯଥେଷ୍ଟ ଖର୍ଚ୍ଚ ହୋଇଥାଏ।
ବୁଲେଟ୍ ଟ୍ରେନ୍ ରେ କାହିଁକି ନଥାଏ ଇଞ୍ଜିନ୍?
ବୁଲେଟ୍ ଟ୍ରେନ୍ରେ ପୃଥକ ଲୋକୋମୋଟିଭ୍ ଇଞ୍ଜିନ୍ (Locomotive Engine) ନଥାଏ। ପାରମ୍ପରିକ ଟ୍ରେନ୍ରେ ଏକ ଭାରୀ ଇଞ୍ଜିନ୍ ଏହାର ପଛ ଭାଗରୁ ସମସ୍ତ କୋଚ୍କୁ ଟାଣିଥାଏ। ହେଲେ ବୁଲେଟ୍ ଟ୍ରେନ୍, Electric Multiple Unit Technology ବ୍ୟବହାର ହୋଇଥାଏ। ଏକ ପୃଥକ ଇଞ୍ଜିନ ପରିବର୍ତ୍ତେ, ବୁଲେଟ୍ ଟ୍ରେନ୍ ରେ ଏହାର କୋଚ୍ ତଳେ ସିଧାସଳଖ ଛୋଟ ଏବଂ ଶକ୍ତିଶାଳୀ ବୈଦ୍ୟୁତିକ ମୋଟର (Electric Motors) ଲଗାଯାଇଥାଏ। ଉଦାହରଣ ସ୍ୱରୂପ, ଜାପାନୀ ଶିଙ୍କାନସେନ୍ ବୁଲେଟ୍ ଟ୍ରେନ୍ ର ପ୍ରତ୍ୟେକ କୋଚ୍ ତଳେ ନିଜସ୍ୱ ମୋଟର ଲଗାଯାଇଥାଏ।
ଦୌଡ଼ିବା ପାଇଁ କେଉଁଠୁ ଶକ୍ତି ପାଇଥାଏ ବୁଲେଟ ଟ୍ରେନ?
ଟ୍ରେନ୍ ଛାତରେ ଗୋଟିଏ କିମ୍ବା ଦୁଇଟି ପାଣ୍ଟୋଗ୍ରାଫ୍ ଲଗାଯାଇଥାଏ। ଯିଏ ଏହାର ଉପରେ ଭାଗରେ ରହିଥିବା ଉଚ୍ଚ-ଭୋଲଟେଜ୍ ବିଦ୍ୟୁତ୍ ଲାଇନ୍ରୁ ସିଧାସଳଖ ବିବ୍ୟୁତ ଶକ୍ତି ଟାଣିଥାଏ। ଏହି ଶକ୍ତି ସମଗ୍ର ଟ୍ରେନ୍ ରେ ସ୍ଥାପିତ ହୋଇଥିବା ଟ୍ରାନ୍ସଫର୍ମର ଏବଂ ଇନଭର୍ଟର ମାଧ୍ୟମରେ କ୍ୟାରେଜ୍ ମୋଟର ପାଖକୁ ସ୍ଥାନାନ୍ତରିତ ହୋଇଥାଏ। ଏହି ମୋଟର ମଧ୍ୟରୁ ପୃଥକ ପୃଥକ ଭାବରେ ଏହାର କୋଚ୍କୁ ମିଳୁଥିବା ଶକ୍ତି ଯୋଗୁଁ, ବୁଲେଟ୍ ଟ୍ରେନ କିଛି ସେକେଣ୍ଡ ମଧ୍ୟରେ ଘଣ୍ଟାପ୍ରତି ୩୦୦ କିଲୋମିଟର ବେଗରେ ଦୌଡ଼ିବା ଆରମ୍ଭ କରିଥାଏ। ଟ୍ରେନର ସାମ୍ନାରେ ରହହିଥିବା ଭାରୀ ଇଞ୍ଜିନ ସମଗ୍ର ରେଲୱେ ଟ୍ରାକ୍ ଉପରେ ଏକ ଘନୀଭୂତ ଓଜନ ରଖିଥାଏ। ଯାହା ଫଳରେ ଟ୍ରାକ୍ ଶୀଘ୍ର ଖରାପ ହୋଇଯାଏ। ହେଲେ ଅନ୍ୟପଟେ ବୁଲେଟ ଟ୍ରେନ୍ ରେ ପୃଥକ ପୃଥକ କୋଚ୍ ମଧ୍ୟରେ ମୋଟର ସ୍ଥାପିତ ହେବା ଦ୍ୱାରା ଓଜନ ସମାନ ଭାବରେ ବାଣ୍ଟି ହୋଇଯାଏ। ବ୍ରେକ୍ ମାରିବା ସମୟରେ, ଟ୍ରେନ୍ ରେ ଲାଗିଥିବା ମୋଟର ବ୍ରେକ୍ ଦ୍ୱାରା ନିର୍ଗତ ଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ରୂପାନ୍ତରିତ କରେ ଏବଂ ଏହାକୁ ଗ୍ରୀଡ ପାଖକୁ ଫେରାଇ ଦେଇଥାଏ।
ଏହା ସହ ପଢନ୍ତୁ: ଭାରତକୁ E10 ସିରିଜ ହାଇ-ସ୍ପୀଡ୍ ଟ୍ରେନ ଯୋଗାଇବାକୁ ରାଜି ଜାପାନ; ୨୦୩୦ ରେ ହେବ ପ୍ରଥମ ଯୋଗାଣ
ବତକ ଆକୃତିର ହୋଇଥାଏ ପ୍ରଥମ କୋଚ୍
ବୁଲେଟ୍ ଟ୍ରେନ୍ର ପ୍ରଥମ କୋଚ୍ ସାମ୍ନା ଭାଗରୁ ଲମ୍ବା ହେବା ସହ ଏଥିରେ ବତକ ଆକୃତିର ଥଣ୍ଟ (Duck Bill) ରହିଥାଏ। ଏଥିରେ କେବଳ ଡ୍ରାଇଭର୍ ସିଟ୍ ରହିଥାଏ। ଏଥିରେ କୌଣସି ବିଶାଳ ଇଞ୍ଜିନ୍ ନଥାଏ। ପୁରା ଟ୍ରେନ୍ ଏହାର ନିଜସ୍ୱ ଚକ ଏବଂ ମୋଟର ସହାୟତାରେ ଦୌଡ଼ିଥାଏ। ବୁଲେଟ୍ ଟ୍ରେନ୍ ହାଇ-ସ୍ପୀଡ୍ ରେଳ (Bullet Train High Speed Rail) ପାରମ୍ପରିକ ଟ୍ରେନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଜ୍ଞାନକୌଶଳ ଏବଂ ଡିଜାଇନ୍ ବ୍ୟବହାର କରିଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories