Delhi Air Pollution / ବାୟୁ ପ୍ରଦୂଷଣ ରୋକିବା ପାଇଁ କଠୋର ହେଲା ନିୟମ, ଆଜିଠୁ ଦିଲ୍ଲୀକୁ ପଶିପାରିବନି ପୁରୁଣା ଗାଡ଼ି
·8 months ago·2 min read

Key Points
ଆଜିଠାରୁ ଦିଲ୍ଲୀରେ BS-3 ଓ ପୁରୁଣା ବାଣିଜ୍ୟିକ ଯାନ ପ୍ରବେଶ ନିଷେଧ । ପ୍ରଦୂଷଣକୁ ଦୃଷ୍ଟିରେ ରଖି ଲାଗୁ ହେଲା କଟକଣା । ପ୍ରତ୍ୟେକ ପ୍ରବେଶ ସ୍ଥାନରେ କଡାକଡ଼ି ହେବ ଯାଞ୍ଚ ।
ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଆଉ ଏହି ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଆଜିଠାରୁ ଦିଲ୍ଲୀରେ BS-3 ଓ ପୁରୁଣା ବାଣିଜ୍ୟିକ ଯାନ ପ୍ରବେଶ ଉପରେ ନିଷେଧ । ପ୍ରଦୂଷଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନଭେମ୍ବର ୧ରୁ କଟକଣା ଲାଗୁ କରିବାକୁ ଚଳିତବର୍ଷ ଜୁଲାଇରେ ଘୋଷଣା କରିଥିଲେ ଦିଲ୍ଲୀ ସରକାର। ଦିଲ୍ଲୀରେ ପଞ୍ଜିକୃତ BS-IV କିମ୍ବା ତା'ଠାରୁ କମ୍ ପ୍ରଦୂଷଣ କରୁଥିବା ଯାନ ଗୁଡ଼ିକୁ ସହର ମଧ୍ୟରେ ପ୍ରବେଶ ପାଇଁ ଅନୁମତି ମିଳିବ ।
ଜାତୀୟ ରାଜଧାନୀ ଅଞ୍ଚଳରେ ବଢ଼ୁଥିବା ବାୟୁ ପ୍ରଦୂଷଣର ମୁକାବିଲା କରିବା ପାଇଁ, ବାୟୁ ଗୁଣବତ୍ତା ପରିଚାଳନା କମିଶନ ପ୍ରଦୂଷଣକାରୀ ମାଲ ପରିବହନକାରୀ ଯାନ ଉପରେ କଟକଣା ଘୋଷଣା କରିଛି। ଦିଲ୍ଲୀରେ ପଞ୍ଜିକୃତ ହୋଇନଥିବା ବାଣିଜ୍ୟିକ ଯାନ ଯାହା BS-3 କିମ୍ବା ତା’ଠାରୁ କମ୍, ସେଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ । ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ ଅଧୀନରେ ଏହି କଟକଣା ଜାରି ହୋଇଛି । ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ, ଦିଲ୍ଲୀ ଟ୍ରାଫିକ୍ ପୋଲିସ, ପରିବହନ ବିଭାଗ ଓ ଏନସିଆର ରାଜ୍ୟ କର୍ତ୍ତୃପକ୍ଷଙ୍କୁ ସହରର ପ୍ରତ୍ୟେକ ପ୍ରବେଶ ସ୍ଥାନରେ କଡ଼ା ଯାଞ୍ଚ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିୟମ ଉଲ୍ଲଂଘନ କଲେ ମୋଟର ଯାନ ଆଇନ ଓ ବାୟୁ ପ୍ରଦୁଷଣ ନିବାରଣ ଓ ନିୟନ୍ତ୍ରଣ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ।
ସୂଚନା ଅନୁସାରେ, ଅକ୍ଟୋବର ଶେଷ ସପ୍ତାହରୁ ଦିଲ୍ଲୀର ବାୟୁ ଗୁଣବତ୍ତା କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି । SAFAR ଇଣ୍ଡିଆ ତଥ୍ୟ ଅନୁଯାୟୀ, ଦିଲ୍ଲୀର AQI (ବାୟୁ ଗୁଣବତ୍ତା ସୂଚକାଙ୍କ) ଅନେକ ଅଞ୍ଚଳରେ ୪୦୦ରୁ ୯୦୦ ମଧ୍ୟରେ ରେକର୍ଡ କରାଯାଇଛି । ଯାହା "ଗମ୍ଭୀର ଏବଂ ଅତ୍ୟନ୍ତ ବିପଜ୍ଜନକ" ବର୍ଗରେ ପଡ଼ିଛି। ସବୁଠାରୁ ପ୍ରଦୂଷିତ ଅଞ୍ଚଳ ମଧ୍ୟରେ ଆନନ୍ଦ ବିହାର, ଚାନ୍ଦନୀ ଚୌକ, ଅଶୋକ ବିହାର ଏବଂ ITO ଅନ୍ତର୍ଭୁକ୍ତ ।
ଜାତୀୟ ରାଜଧାନୀ ଅଞ୍ଚଳରେ ବଢ଼ୁଥିବା ବାୟୁ ପ୍ରଦୂଷଣର ମୁକାବିଲା କରିବା ପାଇଁ, ବାୟୁ ଗୁଣବତ୍ତା ପରିଚାଳନା କମିଶନ ପ୍ରଦୂଷଣକାରୀ ମାଲ ପରିବହନକାରୀ ଯାନ ଉପରେ କଟକଣା ଘୋଷଣା କରିଛି। ଦିଲ୍ଲୀରେ ପଞ୍ଜିକୃତ ହୋଇନଥିବା ବାଣିଜ୍ୟିକ ଯାନ ଯାହା BS-3 କିମ୍ବା ତା’ଠାରୁ କମ୍, ସେଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ । ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ ଅଧୀନରେ ଏହି କଟକଣା ଜାରି ହୋଇଛି । ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ, ଦିଲ୍ଲୀ ଟ୍ରାଫିକ୍ ପୋଲିସ, ପରିବହନ ବିଭାଗ ଓ ଏନସିଆର ରାଜ୍ୟ କର୍ତ୍ତୃପକ୍ଷଙ୍କୁ ସହରର ପ୍ରତ୍ୟେକ ପ୍ରବେଶ ସ୍ଥାନରେ କଡ଼ା ଯାଞ୍ଚ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିୟମ ଉଲ୍ଲଂଘନ କଲେ ମୋଟର ଯାନ ଆଇନ ଓ ବାୟୁ ପ୍ରଦୁଷଣ ନିବାରଣ ଓ ନିୟନ୍ତ୍ରଣ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ।
ଅଧିକ ପଢ଼ନ୍ତୁ: 'RSS ଉପରେ ପ୍ରତିବନ୍ଧକ ଲଗାଇବା ବୟାନ ଗଣତନ୍ତ୍ର ବିରୋଧୀ, ଏହା କଂଗ୍ରେସର ମୌଳିକ ଚରିତ୍ର'
ତେବେ ଏହି ନିୟମ ପରେ ବ୍ୟକ୍ତିଗତ ଯାନ ଚାଳକମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ବର୍ତ୍ତମାନ ବ୍ୟକ୍ତିଗତ ଯାନବାହନ ସମ୍ପର୍କରେ କୌଣସି ନିର୍ଦ୍ଦେଶାବଳୀ ଜାରି କରାଯାଇ ନାହିଁ । ଏହାର ଅର୍ଥ ହେଉଛି BS-VI ମାନଦଣ୍ଡ ତଳେ ଥିବା ଯାନଗୁଡ଼ିକ ଦିଲ୍ଲୀରେ ପ୍ରବେଶ କରିବା ଜାରି ରହିବ । ଏହା ବ୍ୟତୀତ ଟ୍ୟାକ୍ସି, ଓଲା, ଉବର ଇତ୍ୟାଦି ବାଣିଜ୍ୟିକ ଯାତ୍ରୀବାହୀ ଯାନଗୁଡ଼ିକ ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ ।ସୂଚନା ଅନୁସାରେ, ଅକ୍ଟୋବର ଶେଷ ସପ୍ତାହରୁ ଦିଲ୍ଲୀର ବାୟୁ ଗୁଣବତ୍ତା କ୍ରମାଗତ ଭାବରେ ଖରାପ ହେବାରେ ଲାଗିଛି । SAFAR ଇଣ୍ଡିଆ ତଥ୍ୟ ଅନୁଯାୟୀ, ଦିଲ୍ଲୀର AQI (ବାୟୁ ଗୁଣବତ୍ତା ସୂଚକାଙ୍କ) ଅନେକ ଅଞ୍ଚଳରେ ୪୦୦ରୁ ୯୦୦ ମଧ୍ୟରେ ରେକର୍ଡ କରାଯାଇଛି । ଯାହା "ଗମ୍ଭୀର ଏବଂ ଅତ୍ୟନ୍ତ ବିପଜ୍ଜନକ" ବର୍ଗରେ ପଡ଼ିଛି। ସବୁଠାରୁ ପ୍ରଦୂଷିତ ଅଞ୍ଚଳ ମଧ୍ୟରେ ଆନନ୍ଦ ବିହାର, ଚାନ୍ଦନୀ ଚୌକ, ଅଶୋକ ବିହାର ଏବଂ ITO ଅନ୍ତର୍ଭୁକ୍ତ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories