|
logo
Live
Argus News App
GET APP

Argus News - ରିଲିଜ୍ ପୂର୍ବରୁ ବିବାଦରେ 'ହକ୍', ଫିଲ୍ମ ନିର୍ମାତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଲେ ଶାହବାନୋଙ୍କ ଝିଅ

National

Shah Bano Case / ରିଲିଜ୍ ପୂର୍ବରୁ ବିବାଦରେ 'ହକ୍', ଫିଲ୍ମ ନିର୍ମାତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଲେ ଶାହବାନୋଙ୍କ ଝିଅ

Santosh Kumar Sahoo
Browse all articles by Santosh Kumar Sahoo
·5 months ago·3 min read
ରିଲିଜ୍ ପୂର୍ବରୁ ବିବାଦରେ 'ହକ୍', ଫିଲ୍ମ ନିର୍ମାତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଲେ ଶାହବାନୋଙ୍କ ଝିଅ

Key Points

ପୁଣି ଫେରିଲା ଶାହ ବାନୋ ମାମଲା । ଫିଲ୍ମ ରିଲିଜ୍ ପୂର୍ବରୁ ବିବାଦରେ 'ହକ୍' । ଫିଲ୍ମ ନିର୍ମାତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଲେ ଶାହବାନୋଙ୍କ ଝିଅ।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ କାର୍ଯ୍ୟକାଳ ସମୟରେ ଶାହ ବାନୋ ମାମଲା ଏକ ଚର୍ଚ୍ଚିତ ବିଷୟ ଥିଲା । ଏହି ମାମଲାରେ ଛାଡପତ୍ର ପରେ ଶାହ ବାନୋ ନାମକ ଜଣେ ମହିଳା ତାଙ୍କ ସ୍ୱାମୀଙ୍କଠାରୁ ଭରଣପୋଷଣ ପାଇଁ ଦାବି କରିଥିଲେ । ଶେଷରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା ଏବଂ ଶେଷରେ ଶାହବାନୋଙ୍କ ବିଜୟ ହୋଇଥିଲା । କିନ୍ତୁ, ପରେ ନିଷ୍ପତ୍ତିକୁ ବଦଳାଇ ଦିଆଯାଇଥିଲା । ଯାହାକୁ ନେଇ ସେ ସମୟରେ ଅନେକ ବିବାଦ ଦେଖିବାକୁ ମିଳିଥିଲା ।

ଆଉ ଏବେ ଏହି ମାମଲାକୁ ନେଇ ବଡ଼ ପରଦାରେ ଏକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ୟାମୀ ଗୌତମ ଏବଂ ଇମ୍ରାନ ହାଶମୀ ମହମ୍ମଦ ଅହମ୍ମଦ ଖାନ ଏବଂ ଶାହବାନୋ ବେଗମ ମାମଲା ଉପରେ ଏକ ନୂଆ ଫିଲ୍ମ ଆଣିବାକୁ ଯାଉଛନ୍ତି । ଯାହାର ନାଁ ରହିଛି 'ହକ୍' । କିନ୍ତୁ ଏହି ଫିଲ୍ମ ବଡ଼ ପରଦାରେ ମୁକ୍ତିଲାଭ କରିବା ପୂର୍ବରୁ ବିବାଦ ଘେରକୁ ଆସିଛି । ଶାହ ବାନୋଙ୍କ ପରିବାର କହିଛନ୍ତି ଯେ, ଏହି ଚଳଚ୍ଚିତ୍ରଟି ସେମାନଙ୍କ ବିନା ଅନୁମତିରେ ନିର୍ମାଣ ହୋଇଛି । ଯାହା ସମ୍ପୂର୍ଣ୍ଣ ଭୁଲ ।

ଅଧିକ ପଢ଼ନ୍ତୁ: ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର, ଟ୍ରମ୍ପଙ୍କୁ ନୁହେଁ ଏହି ବ୍ୟକ୍ତି ହେଲେ ବିଜେତା

ତେବେ ଏହି ମାମଲା ଉପରେ ଓକିଲ କହିଛନ୍ତି, "ଶାହା ବାନୋଙ୍କ ଉପରେ ନିର୍ମିତ ଚଳଚ୍ଚିତ୍ରଟି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବିବରଣୀ ପ୍ରକାଶ କରୁଛି । କିନ୍ତୁ ଏହି ଫିଲ୍ମ କରିବାକୁ ଶାହ ବାନୋଙ୍କ ପରିବାରର କାହାଠାରୁ ମଧ୍ୟ କୌଣସି ଅନୁମତି ନେଇନଥିଲେ । ନିର୍ଦ୍ଦେଶକ କିମ୍ବା ପ୍ରଯୋଜକ କେହି ବି ଏହା କରି ନଥିଲେ । ଆଇନ ଅନୁଯାୟୀ, ତାଙ୍କ ପରିବାରର ବିନା ସମ୍ମତିରେ ଶାହ ବାନୋଙ୍କ ବ୍ୟକ୍ତିଗତ ଜୀବନ ପ୍ରଚାର କରାଯାଇପାରିବ ନାହିଁ । ଯଦି କାହାର ବ୍ୟକ୍ତିଗତ ଜୀବନକୁ ନେଇ ଏକ ଚଳଚ୍ଚିତ୍ରରେ ତିଆରି କରାଯାଏ, ତେବେ ଲିଖିତ ସମ୍ମତି ଆବଶ୍ୟକ । କେବଳ ଲିଖିତ ଅନୁମତି ମିଳିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇପାରିବ । ଏହି ସମ୍ପର୍କରେ ଏକ ନୋଟିସ ଜାରି କରାଯାଇଛି, ଯେଉଁଥିରେ ଲିଖିତ ସମ୍ମତି ବିନା ଏହି ଚଳଚ୍ଚିତ୍ରକୁ ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଛି। ଯେହେତୁ ଶାହବାନୋଙ୍କ ଦୁଇ ଝିଅ ଏବେ ବି ଜୀବିତ ଅଛନ୍ତି, ତେଣୁ ଏହି ଚଳଚ୍ଚିତ୍ର ନିର୍ମାଣ କରିବା ପୂର୍ବରୁ କାହିଁକି ସେମାନଙ୍କ ସମ୍ମତି ନିଆଯାଇ ନଥିଲା ? ଶାହା ବାନୋଙ୍କ ମାମଲାକୁ ଆଧାର କରି ସେମାନେ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେମାନେ କାହାର ବୃକ୍ତିଗତ ଜୀବନକୁ ବିନା ଅନୁମତିରେ ପ୍ରଚାର କରିବେ ।"

ଶାହ ବାନୋ ବେଗମ କିଏ ?

ଶାହ ବାନୋଙ୍କ କାହାଣୀ ଜଣେ ୬୨ ବର୍ଷୀୟ ମୁସଲିମ ମହିଳାଙ୍କର । ଯାହାଙ୍କୁ ତାଙ୍କ ସ୍ୱାମୀ ଘରୁ ବାହାର କରିଦେଇଥିଲେ । ତାଙ୍କ ସ୍ୱାମୀଙ୍କ ନାମ ଥିଲା ମହମ୍ମଦ ଅହମ୍ମଦ ଖାନ, ବୃତ୍ତିରେ ସେ ଜଣେ ପ୍ରସିଦ୍ଧ ଓକିଲ ଥିଲେ । ଯେତେବେଳେ ଅହମ୍ମଦ ଖାନ ଶାହ ବାନୋଙ୍କୁ ଛାଡପତ୍ର ଦେଇଥିଲେ, ସେତେବେଳେକୁ ତାଙ୍କ ବିବାହକୁ ୪୩ ବର୍ଷ ହୋଇଯାଇଥିଲା । କେବଳ ଏତିକି ନୁହେଁ ସେମାନଙ୍କର ୫ଟି ସନ୍ତାନ ମଧ୍ୟ ଥିଲା । ଏଭଳି ସ୍ଥିତିରେ ଶାହ ବାନୋ ତାଙ୍କ ଅଧିକାର ପାଇବା ପାଇଁ ଶେଷରେ ଆଇନର ଆଶ୍ରୟ ନେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦୀର୍ଘ ଲଢ଼େଇ ପରେ ଶାହ ବାନୋଙ୍କ ସପକ୍ଷରେ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ । ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ଖଣ୍ଡପୀଠ ମୁସଲିମ ମହିଳାଙ୍କ ସପକ୍ଷରେ ରାୟ ଦେଇଥିଲେ । ସେତେବେଳେ କେନ୍ଦ୍ରରେ କଂଗ୍ରେସ ସରକାର କ୍ଷମତାରେ ଥିଲା ଏବଂ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ । ଆଉ ଶାହ ବାନୋଙ୍କ ସପକ୍ଷରେ ସବୋର୍ଚ୍ଚ ଅଦାଲତଙ୍କ ରାୟ ଆସିବା ପରେ ମୁସଲିମ ସଂପ୍ରଦାୟର ଅନେକ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ । ପ୍ରବଳ ବିରୋଧ ହେବା ପରେ ରାଜୀବ ଗାନ୍ଧୀ ଏହି ମାମଲାରେ ହସ୍ତକ୍ଷେପ କରି ଶେଷରେ ଏହି ରାୟକୁ ସଂସଦ ଜରିଆରେ ଏକ ସଂଶୋଧନ ପ୍ରସ୍ତାବ ଜରିଆରେ ବଦଳାଇ ଦେଇଥିଲେ । ଆଉ ଏବେ ଏହି ମାମଲା ଉପରେ ଇମ୍ରାନ ହାଶମୀ ଓ ୟାମୀ ଗୌତମ ଏକ ଫିଲ୍ମ ନିର୍ମାଣ କରୁଛନ୍ତି ।

Related Topics

Explore more stories

Sponsored
Shah Bano Case : ରିଲିଜ୍ ପୂର୍ବରୁ ବିବାଦରେ 'ହକ୍', ଫିଲ୍ମ ନିର୍ମାତାଙ୍କୁ ଲିଗାଲ୍ ନୋଟିସ୍ ପଠାଇଲେ ଶାହବାନୋଙ୍କ ଝିଅ | Argus News