|
logo
Live
Argus News App
GET APP

Argus News - ଆକାଶରେ ଫେଲ୍ ହୋଇଗଲା ସେନା ବିମାନର ଇଞ୍ଜିନ୍; ପ୍ରୟାଗରାଜର ପୋଖରୀରେ ଖସିପଡ଼ିଲା

National

Flight Crashed / ଆକାଶରେ ଫେଲ୍ ହୋଇଗଲା ସେନା ବିମାନର ଇଞ୍ଜିନ୍; ପ୍ରୟାଗରାଜର ପୋଖରୀରେ ଖସିପଡ଼ିଲା

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଆକାଶରେ ଫେଲ୍ ହୋଇଗଲା ସେନା ବିମାନର ଇଞ୍ଜିନ୍; ପ୍ରୟାଗରାଜର ପୋଖରୀରେ ଖସିପଡ଼ିଲା
Indian Air Force aircraft crash

Key Points

ପ୍ରୟାଗରାଜର ଆକାଶରେ ପ୍ରଶିକ୍ଷଣ ବେଳେ ବାୟୁ ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଡ଼ୁଥିବା ବେଳେ ବିମାନ ଇଞ୍ଜିନ୍ ଫେଲ୍ ହେବାରୁ ତାହା ପୋଖରୀରେ ଖସି ପଡ଼ିଛି ।
ନୂଆଦିଲ୍ଲୀ: ବାୟୁ ସେନାର ବିମାନ କ୍ରାସ୍ । ଟ୍ରେନିଂ ବେଳେ ପୋଖରୀରେ ଖସିପଡ଼ିଲା ଏୟାରକ୍ରାଫ୍ଟ । ପ୍ରୟାଗରାଜର ଆକାଶରେ ପ୍ରଶିକ୍ଷଣ ବେଳେ ବାୟୁ ସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଡ଼ୁଥିବା ବେଳେ ବିମାନ ଇଞ୍ଜିନ୍ ଫେଲ୍ ହେବାରୁ ତାହା ପୋଖରୀରେ ଖସି ପଡ଼ିଛି ।

ପ୍ରୟାଗରାଜ ସହର ମଧ୍ୟରେ ଥିବା କେପି କଲେଜ ପଛ ପାର୍ଶ୍ଵରେ ଥିବା ପୋଖରୀକୁ ଅଚାନକ ଏୟାରକ୍ରାଫ୍ଟଟି ଖସି ପଡ଼ିଥିଲା । ବିମାନ ଖସିବା ଦେଖି ସ୍ଥାନୀୟ ଲୋକ ପ୍ରଶାସନ ଓ ପୋଲିସକୁ ଅବଗତ କରାଇଥିଲେ ।

ଏଥିସହ ପଢ଼ନ୍ତୁ: ଥଟ୍ଟା ମଜାରୁ ଭୁବନେଶ୍ଵରରେ ଭଣଜାକୁ ହତ୍ୟା; ବଲାଙ୍ଗିରରେ କୋଦାଳ ଆକ୍ରମଣରେ ମାମୁ ମୃତ

ଖବର ପାଇଁ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରଶାସନ ସମଗ୍ର ଅଞ୍ଚଳକୁ କର୍ଡନ କରି ବ୍ୟାରିକେଡ୍ ଲଗାଇଛି । ବିମାନରେ ଥିବା ଦୁଇଜଣ କ୍ରିଉ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।


ତେବେ ଏୟାରକ୍ରାଫ୍ଟଟି କେଉଁ ପରିସ୍ଥିତିରେ ଓ କିଭଳି ଖସି ପଡ଼ିଲା ସେନେଇ ଔପଚାରିକ ତଥ୍ୟ ସାମ୍ନାକୁ ଆସି ନାହିଁ । ଖସି ପଡ଼ିଥିବା ବିମାନଟି ଏୟାର ଫୋର୍ସର ମାଇକ୍ରୋଲାଇଟ୍ ଏୟାରକ୍ରାଫ୍ଟ ଥିଲା ।

ଏଥିସହ ପଢ଼ନ୍ତୁ: ଦିନେ ମିଳୁ ନଥିଲା ଚାକିରି; ଏବେ ବଦଳାଉଛନ୍ତି ହଜାର ହଜାର ଦୃଷ୍ଟି ବାଧିତଙ୍କ ଜୀବନ

ଯାହାର ଇଞ୍ଜିନ୍ ଫେଲ୍ ହୋଇଯିବାରୁ ପୋଖରୀକୁ ଖସି ପଡ଼ିଛି । ସୂଚନା ଅନୁସାରେ, ଇଞ୍ଜିନ୍ ଫେଲ୍ ପରେ ବିମାନଟି ଦୀର୍ଘ ସମୟ ଧରି ଆକାଶରେ ଚକ୍କର କାଟି ଶେଷରେ ପୋଖରୀକୁ ଖସି ପଡ଼ିଥିଲା । ସେନା ପକ୍ଷରୁ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ଖବର ଅନୁସାରେ, ବିମାନଟି ପ୍ରୟାଗରାଜ ବମରୌଲି ବିମାନବନ୍ଦରରୁ ପ୍ରଶିକ୍ଷଣ ପାଇଁ ଉଡ଼ାଣ ଭରିଥିଲା । ଉକ୍ତ ବିମାନରେ ସର୍ବାଧିକ ୨ ଜଣ ବସି ପାରିବେ । ପ୍ରୟାଗରାଜର ବିମାନବନ୍ଦର ହେଉଛି କେନ୍ଦ୍ରୀୟ ଏୟାର କମାନର ମୁଖ୍ୟାଳୟ । ଏବେ ବିମାନ ଖସି ପଡ଼ିଥିବା ସ୍ଥାନ ଠାରୁ ବିମାନବନ୍ଦରର ଦୂରତା ପ୍ରାୟ ୧୦ କିଲୋମିଟର ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Flight Crashed: ଆକାଶରେ ଫେଲ୍ ହୋଇଗଲା ସେନା ବିମାନର ଇଞ୍ଜିନ୍; ପ୍ରୟାଗରାଜର ପୋଖରୀରେ ଖସିପଡ଼ିଲା | Argus News