|
logo
Live
Argus News App
GET APP

Argus News - Video ଦେଖିଲେ ଲୋମଟାଙ୍କୁରି ଉଠିବ; ୧୦ ମହଲାରୁ ଗଳି ପଡ଼ିଲେ...

National

Terrifying Video / Video ଦେଖିଲେ ଲୋମଟାଙ୍କୁରି ଉଠିବ; ୧୦ ମହଲାରୁ ଗଳି ପଡ଼ିଲେ...

Sushanta Sahoo
Browse all articles by Sushanta Sahoo
·3 months ago·2 min read
Video ଦେଖିଲେ ଲୋମଟାଙ୍କୁରି ଉଠିବ; ୧୦ ମହଲାରୁ ଗଳି ପଡ଼ିଲେ...
One Slip, One Miracle

Key Points

ମୁହୂର୍ତ୍ତକ ପାଇଁ ବନ୍ଦ ହୋଇଗଲା ଆଖି, ରୁନ୍ଧି ହୋଇଗଲା ନିଶ୍ଵାସ । ଲାଗୁଥିଲା ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଅଷ୍ଟମ ମହଲାର ଝରକା ଗ୍ରୀଲ୍ କଲା ବଡ଼ ଚମତ୍କାର ।
ନୂଆଦିଲ୍ଲୀ: ୧୦ ମହଲାରେ ଛିଡ଼ା ହୋଇଥିଲେ । ଆଉ ହଠାତ୍ ଝରକା ଦେଇ ଖସି ପଡ଼ିଲେ । ମୁହୂର୍ତ୍ତକ ପାଇଁ ବନ୍ଦ ହୋଇଗଲା ଆଖି, ରୁନ୍ଧି ହୋଇଗଲା ନିଶ୍ଵାସ । ଲାଗୁଥିଲା ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଅଷ୍ଟମ ମହଲାର ଝରକା ଗ୍ରୀଲ୍ କଲା ବଡ଼ ଚମତ୍କାର ।

ଆକ୍ସନ୍ ଚଳଚ୍ଚିତ୍ରର କାହାଣୀ ଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟର ସୁରତରେ । ଏକ ସୁଉଚ୍ଚ ଅଟ୍ଟାଳିକାର ୧୦ ମହଲାରେ ଥିବା ୫୭ ବର୍ଷୀୟ ବୃଦ୍ଧଙ୍କ ଗୋଡ଼ କୌଣସି କାରଣରୁ ଝରକା ଦେଇ ଖସି ଯାଇଥିଲା । ଆଉ ବୃଦ୍ଧ ଜଣଙ୍କ ଅଷ୍ଟମ ମହଲାର ଝରକା ଗ୍ରୀଲ୍‌ରେ ଅଟକି ଯାଇଥିଲେ ।

ଏଥିସହ ପଢ଼ନ୍ତୁ: ୧୧ ଦିନ ତଳେ ହୋଇଥିଲା ବିବାହ; ଖେଳ ବେଳେ ସେଲ୍ଫି ପାଇଁ କହି ଗୁଳି ମାରିଦେଲେ

ମଙ୍ଗଳବାର ଏଭଳି ଘଟଣା ଘଟିଥିବା ବେଳେ ସ୍ତବ୍ଧ ହୋଇ ଯାଇଥିଲେ ସମସ୍ତେ । ଆପାର୍ଟମେଣ୍ଟ ତଳେ ଲାଗିଥିଲା ଲୋକଙ୍କ ଗହଳି । ବୃଦ୍ଧଙ୍କୁ ଉଦ୍ଧାର ପାଇଁ ସମସ୍ତେ ଆଗଭର ହେଉଥିଲେ ହେଁ ସାହସ ପାଉ ନଥିଲା । ଶେଷରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ।


ସୁରତ ଜାହାଙ୍ଗିରବାଦ ଅଞ୍ଚଳରେ ଥିବା ଗାଲାକ୍ସି-ଏ ଆପାର୍ଟମେଣ୍ଟରେ ଏ ଘଟଣା ଘଟିଛି । ଅଗ୍ନିଶମ ଅଧିକାରୀଙ୍କ ଅନୁସାରେ, "ବୃଦ୍ଧ ଜଣଙ୍କ ନାଁ ନୀତିନ ଅଦିୟା । ସେ ଝରକା କଡ଼ରେ ଶୋଇଥିବା ବେଳେ କୌଣସି କାରଣରୁ ଖସି ପଡ଼ିଥିଲେ । ୧୦ ମହଲାରୁ ଖସି ପଡିବା ବେଳେ ତାଙ୍କ ଗୋଡ଼ ଅଷ୍ଟମ ମହଲାର ଗ୍ରୀଲ୍‌ରେ ଲାଖି ଯାଇଥିଲା ।"

ଏନେଇ ଅଗ୍ନିଶମ ବାହିନୀ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ । ଅଗ୍ନିଶମ କର୍ମଚାରୀ ପ୍ରଥମେ ଅଷ୍ଟମ ମହଲା ଝରକା ଗ୍ରୀଲ୍‌ କାଟିଥିଲେ । ୧୦ ମହଲାରୁ ଦଉଡ଼ି ଓ ସୁରକ୍ଷା ବେଲ୍ଟ ପକାଇ ବୃଦ୍ଧ ଜଣଙ୍କୁ ଉଦ୍ଧାର କରି ତଳକୁ ଆଣିଥିଲେ ।

ଏଥିସହ ପଢ଼ନ୍ତୁ: ଗହମ ଅମଳ ଯୋଗୁଁ ଉଜୁଡ଼ିଗଲା କ୍ଷେତ; ୧୦୦ ଫୁଟ୍‌ର ୬୮୪ଟି ଗଭୀର ଗାତ ଚିହ୍ନଟ

ପ୍ରାୟ ଘଣ୍ଟାଏ ଧରି ଅଷ୍ଟମ ମହଲାର ଝରକାରେ ଫସି ରହିଥିଲେ ବୃଦ୍ଧ । ମୁଣ୍ଡ ତଳକୁ ଝୁଲି ରହିଥିବା ବେଳେ ଗୋଡ଼ ରହିଥିଲା ଉପରକୁ । ସେହି ଘଣ୍ଟାଏ ସମୟ ବୃଦ୍ଧଙ୍କ ପାଇଁ ଥିଲା ବେଶ୍ ଆତଙ୍କମୟ । ନୀତିନ ଅଦିୟାଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି ।

ତେବେ କେଉଁ ପରିସ୍ଥିତିରେ ବୃଦ୍ଧ ଜଣଙ୍କ ଝରକା ବାଟେ ତଳକୁ ଖସି ପଡ଼ିଲେ ତାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ । ତେବେ ଅଷ୍ଟମ ମହଲାର ଝରକା ଗ୍ରୀଲ୍‌ରେ ଫସିବା ଯୋଗୁଁ କୌଣସି ମତେ ବୃଦ୍ଧଙ୍କୁ ଉଦ୍ଧାର କରି ବଞ୍ଚାଇ ପାରିଛି ଅଗ୍ନିଶମ ବାହିନୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Terrifying Video: Video ଦେଖିଲେ ଲୋମଟାଙ୍କୁରି ଉଠିବ; ୧୦ ମହଲାରୁ ଗଳି ପଡ଼ିଲେ... | Argus News