West Bengal Case / ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ଧରାପଡ଼ିଲେଣି ୩ ଅଭିଯୁକ୍ତ ଏବେ ବି ଦୁଇ ଫେରାର

Key Points
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଜଣେ ଡିଏସପିଙ୍କୁ ନେଇ ଗଠିତ ୪ ଜଣିଆ ଟିମ୍ ଡାକ୍ତରଖାନା ଯାଇ ପୀଡ଼ିତା ଏବଂ ତାଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି ।
ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ୩ ଜଣଙ୍କୁ ଗିରଫ କଲା ଦୁର୍ଗାପୁର ପୋଲିସ । ଆଉ ଦୁଇ ଅଭିଯୁକ୍ତ ଫେରାର୍ ଥିବାବେଳେ ପୋଲିସ୍ ସେମାନଙ୍କୁ ଖୋଜୁଛି । ବର୍ତ୍ତମାନ କୋଲକାତା ଆଇକ୍ୟୁ ମେଡିକାଲରେ ପୀଡ଼ିତାଙ୍କ ଚିକିତ୍ସା ଚାଲିଥିବାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ସୂଚନା ମିଳିଛି । ମେଡିକାଲରେ ପହଞ୍ଚି ବାଲେଶ୍ବର ପ୍ରଶାସନର ସ୍ବତନ୍ତ୍ର ଟିମ୍ ପୀଡିତା ଓ ତାଙ୍କ ପରିବାରକୁ ଭେଟିଛନ୍ତି ।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଜଣେ ଡିଏସପିଙ୍କୁ ନେଇ ଗଠିତ ୪ ଜଣିଆ ଟିମ୍ ଡାକ୍ତରଖାନା ଯାଇ ପୀଡ଼ିତା ଏବଂ ତାଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି ।
ଏହା ସହ ପଢ଼ନ୍ତୁ:- ୪ ଦିନ ବର୍ଷିବ ! ତାପରେ ଶୀତ ଆସିବ...
ଏଭଳି ସ୍ଥିତିରେ ରାଜ୍ୟରେ ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜନୀତି ସରଗରମ ହୋଇଥିବା ବେଳେ ଏହି ଘଟଣା ନେଇ ଦୁର୍ଗାପୁରରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଛି। ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ନେଇ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି, ମମତା ବାନାର୍ଜୀ ସରକାରକୁ ନିଶାନା କରିଛି। ରାଜ୍ୟକୁ ‘ଦୁଷ୍କର୍ମକାରୀଙ୍କ ନିରାପଦ ଆଶ୍ରୟସ୍ଥଳ’ ବୋଲି ଅଭିହିତ କରିଛି ବିଜେପି । କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଏକ୍ସରେ ଲେଖିଛନ୍ତି, ଆର୍ଜି କର୍ ହସ୍ପିଟାଲରେ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ପରେ ଆଉ ଏକ ଭୟଙ୍କର ଅପରାଧ । ମମତାଙ୍କ ବିଫଳ ଏବଂ ଆଇନହୀନ ଶାସନରେ ମହିଳାମାନଙ୍କ ସୁରକ୍ଷା ଏକ ଦୁଃସ୍ୱପ୍ନ ହୋଇପଡ଼ିଛି।
📱 Get Argus News App
✨ଏହା ସହ ପଢ଼ନ୍ତୁ:- ବାଇକରେ ଯାଉଥିବା ବେଳେ ଟାର୍ଗେଟ କରି ଦଳିଦେଲା ହାତୀ
'ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍ ମାଲବୀୟ କହିଛନ୍ତି, ପଶ୍ଚିମବଙ୍ଗ ମହିଳାମାନଙ୍କ ପାଇଁ ନିରାପଦ ନୁହେଁ। ଟିଏମ୍ସି ସରକାର ନ ହଟିବା ପର୍ଯ୍ୟନ୍ତ ରାଜ୍ୟରେ ମହିଳାମାନେ ଭୟରେ ରହିବେ। ମମତାଙ୍କୁ ୨୦୨୬ରେ କ୍ଷମତାରୁ ହଟିବାକୁ ପଡ଼ିବ।’ ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀ କହିଛନ୍ତି, ‘ମମତାଙ୍କ ସରକାରରେ କୌଣସି ମହିଳା ନିରାପଦ ନୁହନ୍ତି। ରାଜ୍ୟରେ ପୋଲିସ୍ କେବଳ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସହଯୋଗୀଙ୍କୁ ସୁରକ୍ଷା ଦେଉଛି ଏବଂ ଟିଏମ୍ସି ପାଇଁ ଟଙ୍କା ଆଦାୟ କରୁଛି।’ ବିଜେପି ଏହି ଘଟଣାକୁ ଆର୍ଜି କର୍ ଏବଂ ସାଉଥ୍ କୋଲକାତା ଆଇନ କଲେଜ୍ ମାମଲା ସହିତ ଯୋଡ଼ି ସରକାରର ‘ତୁଷ୍ଟୀକରଣ ନୀତି’କୁ ଦାୟୀ କରିଛି।
ଏହା ସହ ପଢ଼ନ୍ତୁ:- ଯାତାୟତ ଠପ୍ ! ବଢ଼ୁଛି ତେଲ ପିଆଜ ଦର...
Related Topics
Explore more stories