Lion Missing / ରାତିସାରା ଆତଙ୍କ ପରେ ସଫାରି ଜୋନରୁ ମିଳିଲା ନିଖୋଜ ସିଂହ

Key Points
ଚେନ୍ନାଇର ଭାଣ୍ଡାଲୁର ଆରିଗନାର ଆନ୍ନା ଜୁଲୋଜିକାଲ୍ ପାର୍କରେ ଶେରୟାର୍ ନାମକ ଏକ ସିଂହ ଅକ୍ଟୋବର ୩ ତାରିଖରେ ନିଜ ଆଶ୍ରୟସ୍ଥଳକୁ ଫେରି ନ ପାରିବାରୁ ସମସ୍ତଙ୍କ ଚିନ୍ତାର କାରଣ ହୋଇଥିଲା।
ଚେନ୍ନାଇର ଭାଣ୍ଡାଲୁର ଆରିଗନାର ଆନ୍ନା ଜୁଲୋଜିକାଲ୍ ପାର୍କରେ ଶେରୟାର୍ ନାମକ ଏକ ସିଂହ ଅକ୍ଟୋବର ୩ ତାରିଖରେ ନିଜ ଆଶ୍ରୟସ୍ଥଳକୁ ଫେରି ନ ପାରିବାରୁ ସମସ୍ତଙ୍କ ଚିନ୍ତାର କାରଣ ହୋଇଥିଲା। କାରଣ ପାଖାପାଖି କେଉଁ ଗାଁକୁ ଚାଲିଯାଇଥିଲେ ଲୋକମାନଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିଥିଲା। ଏକଥା ଶୁଣିବାପରେ ନିକଟସ୍ଥ ଗାଁ ଗୁଡ଼ିକରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଯାହା ଫଳରେ ଚିଡ଼ିଆଖାନା କର୍ମଚାରୀ ଏବଂ ବନ ଅଧିକାରୀମାନେ ରାତିସାରା ଖୋଜାଖୋଜି କରିଥିଲେ। ସେଠାରେ ଥିବା ଜନସାଧାରଣଙ୍କୁ ତତ୍କାଳ ସୁରକ୍ଷିତ ସ୍ଥାନକୁ ସରାଯାଇଥିଲା ।
ପାର୍ସଲ୍ ଦେବାକୁ ଆସି ମହିଳାଙ୍କୁ ଛୁଇଁବାକୁ Blinkit ଡେଲିଭରି ବୟଙ୍କ ଉଦ୍ୟମ
ଚିଡ଼ିଆଖାନା ଦ୍ୱାରା ଜାରି ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, ପାଞ୍ଚ ବର୍ଷ ବୟସ ଶେରୟାରକୁ 2023 ମସିହାରେ ଏକ ପ୍ରାଣୀ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ବେଙ୍ଗାଲୁରୁର ବାନରଘଟ୍ଟା ଜୈବିକ ଉଦ୍ୟାନରୁ ଅଣାଯାଇଥିଲା ଏବଂ ନିୟମିତ ଭାବରେ ସିଂହ ସଫାରି ଅଞ୍ଚଳରେ ଅଭ୍ୟସ୍ତ ହେବା ପାଇଁ ଛାଡି ଦିଆଯାଇଥିଲା। କିନ୍ତୁ ଶୁକ୍ରବାର ଦିନ ସିଂହଟି ଆଉ ରାତିରେ ନିଜ ଆଶ୍ରୟସ୍ଥଳକୁ ଫେରି ନ ଥିଲା। କେମିତି ସିଂହଟି ପଳାଇଲା ତାହା ବଡ଼ ପ୍ରଶ୍ନ।
ଚିଡ଼ିଆଖାନା ଅଧିକାରୀମାନେ କହିଛନ୍ତି ଯେ ଖୋଜାଖୋଜି କରିବାକୁ ତୁରନ୍ତ ବନବିଭାଗକୁ ଆଲାରାମ ମୋଡ୍ରେ ନିୟୋଜିତ କରାଯାଇଥିଲା। ଅକ୍ଟୋବର 4 ତାରିଖରେ ଉକ୍ତ ସିଂହକୁ ସଫାରି ଜୋନ୍ ଭିତରେ ଦେଖାଯାଇଥିଲା। ଯାହା ନିଶ୍ଚିତ କରିଥିଲା ଯେ ୫୦ ଏକର ମଧ୍ୟରେ ସିଂହଟି ସୁରକ୍ଷିତ ଭାବେ ରହିଛି। ସେ ଜୁର ଅନ୍ୟାନ୍ୟ ଅଞ୍ଚଳ ଛାଡି ନାହିଁ, ମାତ୍ର ଏକ ଖୋଲା ଅଞ୍ଚଳକୁ ଯାଇଥିଲା ବୋଲି ଜଣାପଡ଼ିଛି । ଜୁ କର୍ତ୍ତୃପକ୍ଷମାନେ ତୁରନ୍ତ ଟ୍ରାଙ୍କୁଲାଇଜର ଗନ୍ ବ୍ୟବହାର କରି ସିଂହଟିକୁ ନିୟନ୍ତ୍ରଣରେ ନେଇଥିଲେ ଏବଂ ସୁରକ୍ଷିତ ଭାବରେ ତାହାକୁ ଏନ୍କ୍ଲୋଜର୍କୁ ଫେରାଇ ଆଣିଥିଲେ ।
📱 Get Argus News App
✨ଏହି ଘଟଣା ପରେ ଜୁର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଅଧିକାରୀମାନେ କହିଛନ୍ତି ଯେ ସିଂହଟି ଏକ ଖୋଲା ଗେଟ୍ ଦ୍ୱାରା ଅସାବଧାନତା ଭାବେ ବାହାରିଯାଇଥିଲା । କିନ୍ତୁ ଏହି ଘଟଣା ପରେ ରାତିରେ ଲୋକମାନଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ସୃଷ୍ଟି କରିଥିଲା ।
ସକାଳେ ଯେତେବେଳେ ଜଣାପଡ଼ିଲା ଯେ ସିଂହ ସୁରକ୍ଷିତ ଭାବରେ ଫେରିଆସିଛି। ସମସ୍ତ ଜୁ କର୍ମଚାରୀ ଏବଂ ସ୍ଥାନୀୟ ଲୋକମାନେ ଆଶ୍ବସ୍ତ ହେଲେ। ହେଲେ ଜୁ ପ୍ରଶାସନ ଆସ୍ତେ ଆସ୍ତେ ସାଧାରଣ ଲୋକଙ୍କ ପାଇଁ ପୁନର୍ବାର ଉକ୍ତ ଚିଡ଼ିଆଖାନା ଖୋଲିବାକୁ ଯୋଜନା କରୁଛି ।
ସିଂହର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ, ସଫାରି ଅଞ୍ଚଳ ଉପରେ ନଜର ରଖିବାକୁ ପାଞ୍ଚଟି ସ୍ବତନ୍ତ୍ର ଦଳ ଗଠନ କରାଯାଇଥିଲା। ଯାହା ଏକ ସୀମା କାନ୍ଥ ଏବଂ ଚେନ୍-ଲିଙ୍କ୍ ମେସ୍ ବାଡ଼ ଦ୍ୱାରା ସୁରକ୍ଷିତ। ଅଧିକାରୀମାନେ ରାତିରେ ଥର୍ମାଲ୍ ଇମେଜିଂ ଡ୍ରୋନ୍, ଦିନରେ ଡ୍ରୋନ୍ ଏବଂ ସିଂହର ଗତିବିଧିକୁ ଟ୍ରାକ୍ କରିବା ପାଇଁ ଦଶଟି କ୍ୟାମେରା ଟ୍ରାପ୍ ମଧ୍ୟ ବ୍ୟବହାର କରିଥିଲେ।
ରବିବାର ଦିନ ପିସିସିଏଫ୍ ଏବଂ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସଫାରୀ ଜୋନ୍ ଯାଞ୍ଚ କରି ବ୍ୟବସ୍ଥା ସମୀକ୍ଷା କରିଥିଲେ, ସିଂହର ଡକ୍ୟୁମେଣ୍ଟାରୀ ଫଟୋ ଏବଂ ଭିଡିଓ ପ୍ରମାଣ ସଂଗ୍ରହ କରିବାକୁ ଦଳଗୁଡ଼ିକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।
ଚିଡ଼ିଆଖାନା ଆହୁରି କହିଛି ଯେ ପୂର୍ବରୁ ସମାନ ଘଟଣା ଘଟିଛି, ମେଲ ସିଂହମାନେ ସାଧାରଣତଃ ଦୁଇରୁ ତିନି ଦିନ ମଧ୍ୟରେ ସେମାନଙ୍କ ଆଶ୍ରୟସ୍ଥଳକୁ ଫେରିଯାଆନ୍ତି। କିନ୍ତୁ ସିଂହଟି କେଉଁଆଡେ ଚାଲିଯାଇଥିଲା ଯେ, ଆଉ ଫେରି ନ ଥିଲା। ବହୁତ ଖୋଜାଖୋଜି କରିବାକୁ ପଡ଼ିଥିଲା।
ଯେତେବେଳେ ଜୁ ଅଧିକାରୀମାନେ ପ୍ରଶାସନିକ କାରଣ ଦେଖାଇ ଅକ୍ଟୋବର ୫ରେ ହେବାକୁ ଥିବା “ୱାଇଲ୍ଡ ଟ୍ରେଲ୍ ରନ୍” କାର୍ଯ୍ୟକ୍ରମକୁ ପ୍ରଥମେ ବାତିଲ କରିଥିଲେ ।
Related Topics
Explore more stories