Viral Video / ପାର୍ସଲ୍ ଦେବାକୁ ଆସି ମହିଳାଙ୍କୁ ଛୁଇଁବାକୁ Blinkit ଡେଲିଭରି ବୟଙ୍କ ଉଦ୍ୟମ

Key Points
ମୁମ୍ବାଇର ଜଣେ ମହିଳାଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । Xରେ ମହିଳା ଜଣଙ୍କ ୪୫ ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ବ୍ଲିଙ୍କଇଟ୍ର ଡେଲିଭରି ବୟ କିଛି ପାର୍ସଲ୍ ଆଣି ମହିଳାଙ୍କୁ ଦେବା ପରେ ଟଙ୍କା ନେଉଛନ୍ତି ।
ମୁମ୍ବାଇ: ବ୍ଲିଙ୍କଇଟ୍କୁ ନେଇ ବିବାଦ । ସୋସିଆଲ୍ ମିଡିଆରେ ଚାଲିଛି ଚର୍ଚ୍ଚା । ମୁମ୍ବାଇର ଜଣେ ମହିଳାଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । Xରେ ମହିଳା ଜଣଙ୍କ ୪୫ ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ବ୍ଲିଙ୍କଇଟ୍ର ଡେଲିଭରି ବୟ କିଛି ପାର୍ସଲ୍ ଆଣି ମହିଳାଙ୍କୁ ଦେବା ପରେ ଟଙ୍କା ନେଉଛନ୍ତି ।
This is what happened with me today while ordering from Blinkit. The delivery guy asked for my address again and then touched me inappropriately. This is NOT acceptable. @letsblinkit please take strict action. #Harassment #Safety @letsblinkit ...is women safety is joke in India? pic.twitter.com/aAsjcT3mnO
— S🪐 (@eternalxflames_) October 3, 2025
ହେଲେ ଟଙ୍କା ପକେଟ୍ ରଖିବା ପରିବର୍ତ୍ତ ମହିଳାଙ୍କ ଆଡ଼କୁ ହାତ ଆଣି ତାଙ୍କୁ ଅସ୍ଵାଭାବିକ ଭାବେ ଛାତିକୁ ଛୁଇଁବାକୁ ଉଦ୍ୟମ କରୁଛନ୍ତି । ଏନେଇ Xରେ ମହିଳା ଜଣଙ୍କ ଭିଡିଓ ପୋଷ୍ଟ କରିଛନ୍ତି । ଭିଡିଓରେ ଡେଲିଭରି ବୟ ଜଣଙ୍କ ୟୁନିଫର୍ମରେ ଥିବା ଦେଖା ଯାଉଛି ।
ଏଥିସହ ପଢ଼ନ୍ତୁ: ପ୍ରଥମେ ନିଶା ଦେଇ MBBS ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ସୁଟ୍, ପୁଣି ମାସେ ଧରି ଦିଲ୍ଲୀରେ ଦୁଷ୍କର୍ମ
📱 Get Argus News App
✨
ଭିଡିଓ ସହ ମହିଳା ଜଣଙ୍କ ଏକାଧିକ ଟ୍ଵିଟ୍ କରିଛନ୍ତି । ଯେଉଁଥିରେ ଡେଲିଭରି ବୟଙ୍କ ପ୍ରତି ମହିଳାଙ୍କ ରାଗ ବାରି ହୋଇ ପଡ଼ୁଛି । ତେବେ ମହିଳାଙ୍କ ଅଭିଯୋଗ ପରେ ପ୍ରଥମେ ବ୍ଲିଙ୍କଇଟ୍ ଏହାକୁ ଯଥାର୍ଥ ଦର୍ଶାଇ ନଥିଲା । ମହିଳା ସବୁ ପ୍ରମାଣ ଦେବା ପରେ ବ୍ଲିଙ୍କଇଟ୍ ଉକ୍ତ ଡେଲିଭରି ବୟଙ୍କୁ ଚାକିରିରୁ ବହିଷ୍କାର କରିଛି ।
କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ବ୍ଲିଙ୍କଇଟ୍ ଲେଖିଛି, "ଘଟିଥିବା ଅଘଟଣ ନେଇ ଆମେ ଦୁଃଖ ପ୍ରକାଶ କରୁଛୁ । ଆମ ଜାଣିଛୁ ଏହା ଆପଣଙ୍କୁ ଆଘାତ ଦେଇଛି । ନିଶ୍ଚିତ କରୁଛୁ ଆଲୋଚନା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।" ମାମଲାରେ ମୁମ୍ବାଇ ପୋଲିସ ମଧ୍ୟ ଦଖଲ ଦେଇଛି ।
ଏଥିସହ ପଢ଼ନ୍ତୁ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ମୋଟେଲ୍ ମ୍ୟାନେଜରଙ୍କୁ ହତ୍ୟା
ମହିଳା ଭିଡିଓ ପୋଷ୍ଟ ପରେ ସୋସିଆଲ୍ ମିଡିଆରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅନେକ ଏହାକୁ ଅଚାନକ ଦୁର୍ଘଟଣା କହୁଥିବା ବେଳେ ଅଧିକାଂଶ ଲୋକେ ଏହା ଜାଣିଶୁଣି ବୋଲି କହିଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି, "ସ୍ପଷ୍ଟ ଦେଖା ଯାଉଛି ଡେଲିଭରି ବୟ ତାଙ୍କ ହାତକୁ ଜାଣିଶୁଣି ମହିଳାଙ୍କ ଶରୀର ଆଡ଼କୁ ନେଉଛନ୍ତି । ଆପଣ ଭାଗ୍ୟବାନ ଏ ସବୁ କ୍ୟାମେରା ସମ୍ମୁଖରେ ଘଟିଛି ।"
Related Topics
Explore more stories