PM Modi-Putin Meeting: ମୋଦିଙ୍କ ପାଇଁ ୧୦ ମିନିଟ୍ ଅପେକ୍ଷା କଲେ ପୁଟିନ୍, ଆଉ ତା' ପରେ ୧ ଘଣ୍ଟା ଧରି ଚାଲିଲା ସିକ୍ରେଟ୍ ମିଟିଂ

Key Points
PM ମୋଦିଙ୍କ ପାଇଁ ଅପେକ୍ଷା କଲେ ପୁଟିନ୍ । ଏକାଠି କାରରେ ଯିବା ପାଇଁ ୧୦ ମିନିଟ୍ ଅପେକ୍ଷା କଲେ ଋଷ ରାଷ୍ଟ୍ରପତି । ଆଉ ତା'ପରେ ୧ ଘଣ୍ଟା ଧରି ଚାଲିଲା ସିକ୍ରେଟ୍ ମିଟିଂ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚୀନ୍ ଗସ୍ତ ଅନେକ ଦୃଷ୍ଟିରୁ ଐତିହାସିକ । ପ୍ରଧାନମନ୍ତ୍ରୀ ମୋଦି ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରସ୍ପରକୁ ଯେଉଁଭଳି ଭାବରେ ଭେଟିଛନ୍ତି ଏବଂ ଆଲୋଚନା କରିଛନ୍ତି, ତାହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନିଦ ହଜାଇ ଦେଇଛି ।
ଚୀନର ତିଆନଜିନରେ SCO ଶିଖର ସମ୍ମିଳନୀ ପରେ ଗୋଟିଏ କାରରେ ଯାଇଥିଲେ ପୁଟିନ୍ ଓ ମୋଦି । ତେବେ ସବୁଠୁ ବଡ଼ କଥା ହେଉଛି, ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଗୋଟିଏ କାରରେ ଯାତ୍ରା କରିବାକୁ ଚାହୁଁଥିଲେ । ଯେଉଁଥି ପାଇଁ ପୁଟିନଙ୍କୁ ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ୧୦ ମିନିଟ୍ ଅପେକ୍ଷା କରିବାକୁ ପଡିଥିଲା। ଏହା ପରେ, ଉଭୟ ନେତା ଏକାଠି ଗୋଟିଏ କାରରେ ଯାତ୍ରା କରିଥିଲେ । SCO ସମ୍ମିଳନୀ ସ୍ଥାନରୁ ହୋଟେଲ ପର୍ଯ୍ୟନ୍ତ ଉଭୟ ନେତା କାରରେ ଯାଇଥିଲେ । ତେବେ ଦ୍ୱିପାକ୍ଷିକ ବୈଠକ ହେଉଥିବା ସ୍ଥାନରେ ପହଞ୍ଚିବା ପରେ ଉଭୟ ନେତା ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ କାରରେ ଆଲୋଚନା କରୁଥିଲେ । ଏହା ପରେ ଏକ ହୋଟେଲରେ ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଦ୍ୱିପାକ୍ଷିକ ବୈଠକ ହୋଇଥିଲା।
ଅଧିକ ପଢ଼ନ୍ତୁ: ଏକାଠି କାରରେ ଗଲେ ମୋଦି-ପୁଟିନ୍, ଫଟୋ ଦେଖି ବଢ଼ିଯିବ ଟ୍ରମ୍ପଙ୍କ ଟେନସନ୍ !
📱 Get Argus News App
✨କ୍ରେମଲିନ୍ (ରୁଷ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟ) ମୁଖପାତ୍ର ଦିମିତ୍ରୀ ପେସକୋଭ କହିଛନ୍ତି ଯେ ଉଭୟ ନେତା ପ୍ରାୟ ଏକ ଘଣ୍ଟା ପାଇଁ କାରରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆରେ ପୁଟିନଙ୍କ ଅରୁସ ଲିମୋଜିନ କାର ଭିତରେ ନିଜର ଏବଂ ଋଷ ରାଷ୍ଟ୍ରପତିଙ୍କ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, SCO ସମ୍ମିଳନୀ ସ୍ଥାନରେ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ, ରାଷ୍ଟ୍ରପତି ପୁଟିନ ଏବଂ ମୁଁ ଏକାଠି ଦ୍ୱିପାକ୍ଷିକ ବୈଠକ ସ୍ଥାନରେ ପହଞ୍ଚିଥିଲୁ। ତାଙ୍କ ସହ ଆଲୋଚନା ସର୍ବଦା ଫଳପ୍ରଦ ହୋଇଥାଏ।
ସେପଟେ SCO ସମ୍ମିଳନୀରେ ପୁଣି ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ପିଏମ୍ ମୋଦି । ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ସବୁଠୁ ବଡ଼ ପ୍ରତିବନ୍ଧକ କହିଲେ । ସୁରକ୍ଷା, ଶାନ୍ତି ଓ ସ୍ଥିରତା ଯେ କୌଣସି ଦେଶର ବିକାଶ ପାଇଁ ଜରୁରୀ । କିନ୍ତୁ ଆତଙ୍କବାଦ ଏସବୁ ପାଇଁ ସବୁଠୁ ବଡ଼ ପ୍ରତିବନ୍ଧକ । ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣେଇବା ଉଚିତ୍ । ଦୀର୍ଘ ଦଶନ୍ଧିରୁ ଭାରତ ଆତଙ୍କବାଦର ପୀଡ଼ା ସହିଛି । ନିକଟରେ ପହଲଗାମ ହମ୍ଲା ଏହାର ଉଦାହରଣ । ତେଣୁ ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ହେବ ବୋଲି ମୋଦି କହିଛନ୍ତି ।