Delhi Blast / ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ଆଉ ୪ ଡାକ୍ତର ଗିରଫ
·7 months ago·2 min read

Key Points
ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ବାହାରେ ହୋଇଥିବା ବିସ୍ଫୋରଣ ଘଟଣାରେ NIA ଆଉ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ବାହାରେ ହୋଇଥିବା ବିସ୍ଫୋରଣ ଘଟଣାରେ NIA ଆଉ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଚାରି ଜଣ ବିସ୍ଫୋରଣରେ ବ୍ୟବହୃତ ହ୍ୟୁଣ୍ଡାଇ i20 କାର ବ୍ୟବସ୍ଥା କରିଥିଲେ ଏବଂ ଏହାକୁ ଆତଙ୍କୀଙ୍କୁ ସୁରକ୍ଷିତ ଭାବରେ ହସ୍ତାନ୍ତର କରିଥିଲେ। ସବୁଠାରୁ ବଡ଼ କଥା ହେଉଛି, ଏହି ଚାରି ଜଣ ହେଉଛନ୍ତି ଡାକ୍ତର ଏବଂ ସେମାନଙ୍କ ମଧ୍ୟରୁ ଜଣେ ମୁଫତି ଭାବେ ବି କାମ କରୁଥିଲେ। ଏ ସମସ୍ତଙ୍କୁ ଭିନ୍ନ ଭିନ୍ନ ସ୍ଥାନରୁ ଗିରଫ କରାଯାଇଛି।
ଏହାସହ ପଢ଼ନ୍ତୁ: ପାକିସ୍ତାନୀ ଆତଙ୍କୀ ସଂଗଠନର ନୂଆ ଷଡ଼ଯନ୍ତ୍ର ! ଭାରତ ଉପରେ ଆକ୍ରମଣ ପାଇଁ ମାଗୁଛି ଚାନ୍ଦା
ଜମ୍ମୁ-ଶ୍ମୀରର ପୁଲୱାମାରୁ ଡକ୍ଟର ମୁଜାମ୍ମିଲ ଶକିଲ ଗଣାଇ, ଅନନ୍ତନାଗରୁ ଡକ୍ଟର ଆଦିଲ ଅହମ୍ମଦ ରାଥର, ଲକ୍ଷ୍ନୌରୁ ଡକ୍ଟର ଶାହିନା ସଇଦ ଏବଂ ଶୋପିଆନରୁ ମୁଫତି ଇରଫାନ ଅହମ୍ମଦଙ୍କୁ ଗିରଫ କରାଯାଇଛି। ସେମାନେ ଏହି ବିସ୍ଫୋରଣ ଓ ଅନ୍ୟ ଷଡ଼ଯନ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପୂର୍ବରୁ, NIA ଏହି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା, ସେମାନଙ୍କ ମଧ୍ୟରୁ ପ୍ରଥମ ହେଉଛି ଆମିର ରସିଦ ଅଲି, ଯାହା ନାମରେ କାରଟି ପଞ୍ଜିକୃତ ହୋଇଥିଲା। ଏହାପରେ NIA ଜସିର ବିଲାଲ ୱାନି, ଓରଫ ଦାନିଶକୁ ଗିରଫ କରିଥିଲା, ଯିଏ ବିସ୍ଫୋରକର ବୈଷୟିକ ସେଟଅପ ସ୍ଥାପନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
ଏହାସହ ପଢ଼ନ୍ତୁ: ସବୁ ଜାଣିଥିଲା ଆତଙ୍କବାଦୀ ଉମରର ଭାଇ, କହିଲେ ମୁଁ ଡରିଯାଇଥିଲି...
ସେପଟେ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଅଲ-ଫଲହା ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଲ-ଫଲାହା ଗ୍ରୁପର ଚେୟାରମ୍ୟାନ ଜଓ୍ବାଦ ଅହମ୍ମଦ ସିଦ୍ଦିକୀଙ୍କ ପୈତୃକ ଘରକୁ ଭାଙ୍ଗିବାକୁ ନୋଟିସ ଜାରି ହୋଇଛି। ଆସନ୍ତା ୩ ଦିନ ଭିତରେ ଏହି ବିଶାଳ ଘରକୁ ଭାଙ୍ଗି ଦିଆଯାଇପାରେ।
ଜମ୍ମୁରେ ଥିବା କାଶ୍ମୀର ଟାଇମ୍ସ କାର୍ଯ୍ୟାଳୟରେ ରାଜ୍ୟ ତଦନ୍ତ ସଂସ୍ଥା (SIA) ଚଢାଉ କରିଥିଲା। ଚଢାଉ ସମୟରେ AK-47 ଗୁଳି, ଏକ ପିସ୍ତଲ ଏବଂ ଗ୍ରେନେଡ ଲିଭର ସମେତ ଅସ୍ତ୍ରଶସ୍ତ୍ର ଜବତ କରିଛି ଏସଆଇଏ। ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଏବଂ ଆତଙ୍କବାଦୀ ଚିନ୍ତାଧାରା ସମର୍ଥନ ଅଭିଯୋଗରେ SIA କାଶ୍ମୀର ଟାଇମ୍ସ ଖବରକାଗଜର ଜମ୍ମୁ ମୁଖ୍ୟାଳୟରେ ଚଢାଉ କରିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories