Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi Blast / ସବୁ ଜାଣିଥିଲା ଆତଙ୍କବାଦୀ ଉମରର ଭାଇ, କହିଲେ ମୁଁ ଡରିଯାଇଥିଲି...

Banajyotshna Ray
Browse all articles by Banajyotshna Ray
·7 months ago·2 min read
ସବୁ ଜାଣିଥିଲା ଆତଙ୍କବାଦୀ ଉମରର ଭାଇ, କହିଲେ ମୁଁ ଡରିଯାଇଥିଲି...

Key Points

ଦିଲ୍ଲୀ ବିସ୍ଫୋରଣ 
ସବୁ ଜାଣିଥିଲା ଆତଙ୍କବାଦୀ ଉମରର ଭାଇ
ଫୋନକୁ ଫୋଖରୀରେ ଫିଙ୍ଗି ଦେଇଥିଲା
ଦିଲ୍ଲୀ ବିସ୍ଫୋରଣ ମାମଲାରେ ପ୍ରତିଦିନ ନୂଆ ନୂଆ ସୁରାକ ମିଳୁଛି । ଆଜି ପୁଣି ଆଉ ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। କୁହାଯାଉଛି ଯେ, ଉମରର ଭାଇ ଅଲ ଫଲାହରେ କିଛି ଜଣଙ୍କ ଗିରଫଦାରୀ ବାବଦରେ ଅବଗତ ଥିଲେ । ଗିରଫ ବ୍ୟକ୍ତିମାନଙ୍କ ସହ ଉମରର ଭଲ ସମ୍ପର୍କ ଥିଲା । ବିସ୍ଫୋରଣ ପର ଦିନ ଆଉ ଜଣେ ଗିରଫ ହୋଇଥିଲା । ସମସ୍ତଙ୍କୁ ଉମରର ଭାଇ ଜାଣିଥିବା ସୂଚନା ମିଳିଛି । ତେବେ ବିସ୍ଫୋରଣ ପରେ ଉମରର ଭାଇ ଡରିଯାଇଥିଲେ । ଉମରକୁ ପୋଲିସ ଖୋଜୁଥିବା ମଧ୍ୟ ସେ ଜାଣିବାକୁ ପାଇଥିଲେ । ତେଣୁ ଭୟରେ ଦୁଇଟି ଫୋନକୁ ଏକ ପୋଖରୀରେ ଫିଙ୍ଗି ଦେଇଥିଲେ । ତଦନ୍ତକାରୀ ଅଧିକାରୀ ଉଭୟ ଫୋନକୁ ଟ୍ରେସ୍ କରିବା ପାଇଁ ଚେଷ୍ଟା କରିଥିଲେ ବି ତାହା ଅଫ୍ ଆସିଥିଲା । ପରେ ଭାଇକୁ ଜେରା କରିବା ପରେ ସେ ଫୋନ ବାବଦରେ ସବୁ କଥା କହିଥିଲା ।

ମଙ୍ଗଳବାର ମୁଖ୍ୟ ଷଡଯନ୍ତ୍ରକାରୀ ଆତଙ୍କାବଦୀ ଉମର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ଆତ୍ମଘାତୀ ଆକ୍ରମଣକୁ ସଠିକ୍ ବୋଲି ଦର୍ଶାଇଥିଲା । ରିପୋର୍ଟ ଅନୁସାରେ, ଆକ୍ରମଣ ପୂର୍ବରୁ ନିଜ ଘର ପୁଲଓ୍ୱାମାକୁ ଯାଇଥିଲା ଉମର । ନିଜେ ସବୁ ଭିଡିଓ ରେକର୍ଡିଂ କରିବା ପରେ ଫୋନକୁ ନିଜ ଭାଇକୁ ଦେଇଥିଲା । ନଭେମ୍ବର ମାସ ଆରମ୍ଭରେ ସେ ପୁଲଓ୍ୱାମାରେ ରହିଥିଲା । କିଛି ଦିନ ରହିବା ପରେ ସେ ଫରିଦାବାଦ ସ୍ଥିତ ଅଲ ଫଲାହ ୟୁନିଭର୍ସିଟି ଆସିଯାଇଥିଲା । କିନ୍ତୁ ନିଜ ଫୋନ ଆଣିନଥିଲା । ଫୋନକୁ ସେ ତା ଭାଇକୁ ରଖିବାକୁ ଦେଇଥିଲା । ଗୋଟିଏ ନୁହେଁ ବରଂ ନିଜର ଦୁଇଟି ଫୋନକୁ ସେ ଘରେ ରଖି ଆସିଯାଇଥିଲା ବୋଲି ଜଣାପଡିଛି ।

ଏଥିସହ ପଢ଼ନ୍ତୁ: ଇସଲାମ୍ ଓ ଆତ୍ମଘାତୀ ବିସ୍ଫୋରଣ; ଦିଲ୍ଲୀ ବ୍ଲାଷ୍ଟ ପୂର୍ବରୁ ଭିଡିଓରେ କ'ଣ କହିଥିଲା ଡକ୍ଟର ଉମର

ଲାଲକିଲ୍ଲା ମେଟ୍ରୋ ବାହାରେ ଆତ୍ମଘାତୀ ବିସ୍ଫୋରଣକାରୀ ଉମର ଉନ ନବୀର ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଅତ୍ୟନ୍ତ ଶାନ୍ତ ଭାବରେ ସେ କହୁଛି, "ଆତ୍ମଘାତୀ ଆକ୍ରମଣକୁ ନେଇ ଅନେକ ଭ୍ରମ ରହିଛି । ଯେତେବେଳେ କୌଣସି ବ୍ୟକ୍ତିକୁ ଲାଗେ କି କୌଣସି ସ୍ଥାନରେ ନିର୍ଦ୍ଦିଷ୍ଟ ସମୟରେ ସେ ମରିବାକୁ ଯାଉଛନ୍ତି ତ ତାଙ୍କ ମନରେ କ'ଣ ଚାଲିଥାଏ ।

ଏହା ମଧ୍ୟ ପଢ଼ନ୍ତୁ: ସ୍କୁଲ-କୋର୍ଟ ଉଡ଼ାଇ ଦେବାକୁ ଫୋନ୍ କଲ୍‌ରେ ଧମକ, କଡା ସୁରକ୍ଷାରେ ଦିଲ୍ଲୀ

ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ବାହାରେ ହୋଇଥିବା ବିସ୍ଫୋରଣରେ ଏବେ ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରଣରେ କାର୍‌କୁ ଉଡ଼ାଇ ଦେଇଥିବା ଅଲ୍-ଫଲାହ ବିଶ୍ଵବିଦ୍ୟାଳୟର ଡକ୍ଟର ଉମର ଉନ୍ ନବୀ ସାମିଲ୍ ଥିଲା । ସବୁଠାରୁ ବଡ କଥା ହେଉଛି ଯେ, ଯେଉଁ ଫୋନ ଉମରର ଭାଇ ପୋଖରୀକୁ ଫିଙ୍ଗି ଦେଇଥିଲା ସେହି ଫୋନକୁ ପୋଲିସ ପୋଖରୀରୁ ବାହାର କରିଥିଲେ ମଧ୍ୟ ତାହା ଖରାପ ହୋଇଯାଇଛି । ଫୋନର ମଦରବୋର୍ଡ ଖରାପ ହୋଇଯାଇଥିବା ବେଳେ ଡିସପ୍ଲେ କାମ କରୁନି । କିନ୍ତୁ କୌଣସି ମତେ ଉମରର ଭିଡିଓକୁ ରିକଭର୍ କରାଯାଇଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି । ତେବେ ଆଗକୁ ପୋଲିସ ହାତରେ ଆଉ କେଉଁ କେଉଁ ତଥ୍ୟ ଲାଗୁଛି ତାହା ଉପରେ ସମସ୍ତଙ୍କ ନଜର।

ଅଧିକ ପଢ଼ନ୍ତୁ ଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Delhi Blast | Delhi Bomber Visited Pulwama Home Week Before Blast, Gave His Phone To Brother | Argus News | Argus News