|
logo
Live
Argus News App
GET APP

Argus News - ଦ୍ଵନ୍ଦ୍ଵ ଦୂର କଲେ କେନ୍ଦ୍ର ମନ୍ତ୍ରୀ; କହିଲେ- 'ରଖିବେ ନା ହଟାଇବେ ? ଆପଣଙ୍କ ଇଚ୍ଛା...'

National

Sanchar Saathi / ଦ୍ଵନ୍ଦ୍ଵ ଦୂର କଲେ କେନ୍ଦ୍ର ମନ୍ତ୍ରୀ; କହିଲେ- 'ରଖିବେ ନା ହଟାଇବେ ? ଆପଣଙ୍କ ଇଚ୍ଛା...'

Sushanta Sahoo
Browse all articles by Sushanta Sahoo
·4 months ago·3 min read
ଦ୍ଵନ୍ଦ୍ଵ ଦୂର କଲେ କେନ୍ଦ୍ର ମନ୍ତ୍ରୀ; କହିଲେ- 'ରଖିବେ ନା ହଟାଇବେ ? ଆପଣଙ୍କ ଇଚ୍ଛା...'
Sanchar Saathi Controversy: Govt Says App Is Optional

Key Points

ଟେଲିଯୋଗାଯୋଗ ମନ୍ତ୍ରୀ କହିଛନ୍ତି, "ଏହା ହେଉଛି ଉପଭୋକ୍ତାଙ୍କ ସୁରକ୍ଷା ପ୍ରସଙ୍ଗ । କୌଣସିରେ ବାଧ୍ୟବାଧକତା ନାହିଁ । ଆପଣ ଚାହିଁଲେ ପଞ୍ଜିକରଣ କରନ୍ତୁ ନହେଲେ ନାହିଁ । କିନ୍ତୁ ଏବେ ଦେଶର ସମସ୍ତ ଲୋକ ଜାଣିଲେଣି ଏକ ଆପ୍ ଅଛି ଯାହା ସେମାନଙ୍କୁ ଠକେଇରୁ ରକ୍ଷା କରିବ ।
ନୂଆଦିଲ୍ଲୀ: ଫୋନ୍‌ରେ ପ୍ରି-ଇନଷ୍ଟଲ୍ ହୋଇ ଆସିବ ସଞ୍ଚାର୍ ସାଥୀ ଆପ୍ । ଭାରତରେ ବିକ୍ରି ହେବାକୁ ଥିବା ସମସ୍ତ ସ୍ମାର୍ଟଫୋନ୍ ଲାଗି କେନ୍ଦ୍ର ସରକାର ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି । ଆଉ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ଦ୍ଵନ୍ଦ୍ଵ ଦୂର କରିଛନ୍ତି ଟେଲିଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିନ୍ଦିଆ ।


ଟେଲିଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିନ୍ଦିଆ ସ୍ପଷ୍ଟ କରିଛନ୍ତି, "ବ୍ୟବହାରକାରୀ ଚାହିଁଲେ ଆପ୍‌କୁ ସକ୍ରିୟ କରି ତାର ଲାଭ ନେଇ ପାରିବେ । ଅନାବଶ୍ୟକ ସ୍ଥଳେ ଆପ୍‌କୁ ସହଜରେ ଡିଲିଟ୍ ମଧ୍ୟ କରିପାରିବେ ।"

ଏଥିସହ ପଢ଼ନ୍ତୁ: ୯୦ ଦିନର ଡେଡ୍‌ଲାଇନ୍, ମାନିବାକୁ ବାଧ୍ୟ ଏହି ନିୟମ

ସରକାରଙ୍କ ନିର୍ଦ୍ଦେଶନାମାକୁ ନେଇ ବିବାଦ ଭିତରେ ଗଣମାଧ୍ୟମ ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, "ବ୍ୟବହାରକାରୀଙ୍କ ହାତରେ ସବୁ ଅଛି । ସେ ଚାହିଁଲେ ଆପ୍‌କୁ ରଖିପାରିବେ ଅଥବା ହଟାଇ ପାରିବେ ।" ଉଦାହରଣ ଦେଇ ମନ୍ତ୍ରୀ କହିଛନ୍ତି, "ଯେତେବେଳେ ଆପଣ ଫୋନ୍‌ ଟିଏ କିଣନ୍ତି ସେଥିରେ ଆଗରୁ ଅନେକ ଆପ୍ ପ୍ରି-ଇନଷ୍ଟଲ୍ଡ ଥାଏ । ଯେମିତି କି ଗୁଗଲ ମ୍ୟାପ୍ସ । ଏମିତି ଆପଣ ଗୁଗଲ୍ ମ୍ୟାପ୍‌ ବ୍ୟବହାର କରିବାକୁ ଚାହୁଁନଥିଲେ ଡିଲିଟ୍ କରିପାରିବେ ।"

ପୂର୍ବରୁ ଗୁଗଲ୍ ମ୍ୟାପ୍ସ ସହ ଏକାଧିକ ଆପ୍ ଫୋନ୍‌ରେ ପ୍ରି-ଇନଷ୍ଟଲ୍ଡ ହୋଇ ଆସୁଥିଲା । କିନ୍ତୁ ଏଣ୍ଡ୍ରୟଡ୍ ଫୋନ୍ ବ୍ୟବହାରକାରୀ ଉକ୍ତ ଆପ୍‌କୁ ଫୋନ୍‌ରୁ ସମ୍ପୂର୍ଣ୍ଣ ହଟାଇ ପାରୁନଥିଲେ । ବରଂ ତାକୁ ନିଷ୍କ୍ରିୟ କରିବାକୁ ପଡ଼ୁଥିଲା । କିନ୍ତୁ ଆଇଫୋନ୍‌ରେ ଆପ୍‌କୁ ଡିଲିଟ୍ କରିବାର ବିକଳ୍ପ ଥିଲା ।


ଟେଲିଯୋଗାଯୋଗ ମନ୍ତ୍ରୀ କହିଛନ୍ତି, "ଏହା ହେଉଛି ଉପଭୋକ୍ତାଙ୍କ ସୁରକ୍ଷା ପ୍ରସଙ୍ଗ । କୌଣସିରେ ବାଧ୍ୟବାଧକତା ନାହିଁ । ଆପଣ ଚାହିଁଲେ ପଞ୍ଜିକରଣ କରନ୍ତୁ ନହେଲେ ନାହିଁ । କିନ୍ତୁ ଏବେ ଦେଶର ସମସ୍ତ ଲୋକ ଜାଣିଲେଣି ଏକ ଆପ୍ ଅଛି ଯାହା ସେମାନଙ୍କୁ ଠକେଇ (Fraud)ରୁ ରକ୍ଷା କରିବ । ତେଣୁ ଏହା ଆମର ଦାୟିତ୍ଵ ସୂଚନାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ।"

ସେପଟେ ବିରୋଧୀ କଂଗ୍ରେସ ସଞ୍ଚାର ସାଥୀ ଆପ୍‌କୁ ନେଇ ବ୍ୟକ୍ତିଗତ ଗୋପନୀୟତା କଥା କହିଛି । ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି, "ସରକାରଙ୍କ ଏହି ପଦକ୍ଷେପ ଅଣସାମ୍ବିଧାନିକ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ସମ୍ବିଧାନର ଧାରା ୨୧ର ଉଲ୍ଲଂଘନ କରୁଛି ।"

ଏଥିସହ ପଢ଼ନ୍ତୁ: ୬୧ ବଲ୍‌ରେ ୧୦୮ ରନ୍ କରି ଇତିହାସ ରଚିଲେ ୧୪ ବର୍ଷର ବୈଭବ ସୂର୍ଯ୍ୟବଂଶୀ

ସେହିଭଳି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସଞ୍ଚାର ସାଥୀ ଆପ୍‌କୁ 'Snooping App' ସହ ତୁଳନା କରିଛନ୍ତି । କହିଛନ୍ତି, "ଲୋକଙ୍କ ଅଧିକାର ସେମାନଙ୍କ ଗୋପନୀୟତା ରକ୍ଷା କରିବା । ସମସ୍ତ କ୍ଷେତ୍ରରେ ଦେଶକୁ ଡିକ୍ଟେଟରସିପ୍‌ ଆଡ଼କୁ ସେମାନେ ନେବାକୁ ଚେଷ୍ଟା କରୁଛନ୍ତି ।"

ବିରୋଧୀଙ୍କୁ କାଉଣ୍ଟର କରି ଟେଲିଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିନ୍ଦିଆ କହିଛନ୍ତି, "ବିପକ୍ଷ ସବୁବେଳେ ପ୍ରସଙ୍ଗ ଖୋଜନ୍ତି । କିନ୍ତୁ ସରକାରଙ୍କ ଦାୟିତ୍ଵ ମିଥ୍ୟା ଓ ଗୁଜବରୁ ପରଦା ହଟାଇବା । ଆମେ ଏବେ ସେୟା କରୁଛୁ । ସାଇବର ଠକେଇରୁ ବର୍ତ୍ତିବା ପାଇଁ ଲୋକଙ୍କୁ ସଞ୍ଚାର ସାଥୀ ଅସ୍ତ୍ର ଦେଇଛୁ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sanchar Saathi : ଦ୍ଵନ୍ଦ୍ଵ ଦୂର କଲେ କେନ୍ଦ୍ର ମନ୍ତ୍ରୀ; କହିଲେ- 'ରଖିବେ ନା ହଟାଇବେ ? ଆପଣଙ୍କ ଇଚ୍ଛା...' | Argus News