Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Army Officer / ପୂଜା ପାଇଁ ମନା କରିବାରୁ ଖ୍ରୀଷ୍ଟିଆନ୍ ସେନା ଅଧିକାରୀଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା

Sushanta Sahoo
Browse all articles by Sushanta Sahoo
·7 months ago·2 min read
ପୂଜା ପାଇଁ ମନା କରିବାରୁ ଖ୍ରୀଷ୍ଟିଆନ୍ ସେନା ଅଧିକାରୀଙ୍କୁ ସୁପ୍ରିମକୋର୍ଟଙ୍କ ସମାଲୋଚନା

Key Points

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, "ସେନା ଅଧିକାରୀଙ୍କ ଏଭଳି ଆଚରଣ ଗ୍ରହଣୀୟ ନୁହେଁ । ତାଙ୍କୁ ବରଖାସ୍ତ କରାଯିବା ଉଚିତ । ଏଭଳି କ୍ରୋଧୀ ବ୍ୟକ୍ତି ସେନାରେ ସ୍ଥାନ ପାଇବାକୁ ଯୋଗ୍ୟ କି ?"
ନୂଆଦିଲ୍ଲୀ: ଆପଣ ଜଣେ କ୍ରୋଧୀ ବ୍ୟକ୍ତି, ସେନା ପାଇଁ ଅନୁପଯୁକ୍ତ । ଏଭଳି କହି ମଙ୍ଗଳବାର ସୁପ୍ରିମକୋର୍ଟ ଜଣେ ବହିଷ୍କୃତ ଖ୍ରୀଷ୍ଟିଆନ୍ ସେନା ଅଧିକାରୀଙ୍କୁ ସମାଲୋଚନା କରିଛନ୍ତି । ଗୁରୁଦ୍ଵାରକୁ ଯାଇ ପୂଜା କରିବାକୁ ମନା କରିବାରୁ ଉକ୍ତ ଖ୍ରୀଷ୍ଟିଆନ୍ ସେନା ଅଧିକାରୀଙ୍କୁ ପୂର୍ବରୁ ବହିଷ୍କାର କରାଯାଇଥିଲା ।

ସାଥୀ ଶିଖ୍ ଧର୍ମର ଯବାନମାନଙ୍କ ସହ ଖ୍ରୀଷ୍ଟିଆନ୍ ସେନା ଅଧିକାରୀ ଜଣଙ୍କ ପୂଜା ପାଇଁ ଗୁରୁଦ୍ଵାରକୁ ପ୍ରବେଶ କରି ନଥିଲେ । ଯାହା ପରେ ଭାରତୀୟ ସେନା ଉକ୍ତ ଖ୍ରୀଷ୍ଟିଆନ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବହିଷ୍କୃତ କରିଥିଲେ । ଉକ୍ତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପଚାରିଛନ୍ତି, "ଆପଣ କେଉଁ ପ୍ରକାର ବାର୍ତ୍ତା ଦେବାକୁ ଚାହୁଁଛନ୍ତି ?"

ଏଥିସହ ପଢ଼ନ୍ତୁ: ପଦରୁ ଇସ୍ତଫା ଦେଇ ନବୀନଙ୍କୁ ପ୍ରଶ୍ନ କଲେ ଦେବାଶିଷ; 'BJDରେ ବିଜୁ ଅନୁଗତଙ୍କ ସ୍ଥାନ କେଉଁଠି ?'

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, "ସେନା ଅଧିକାରୀଙ୍କ ଏଭଳି ଆଚରଣ ଗ୍ରହଣୀୟ ନୁହେଁ । ତାଙ୍କୁ ବରଖାସ୍ତ କରାଯିବା ଉଚିତ । ଏଭଳି କ୍ରୋଧୀ ବ୍ୟକ୍ତି ସେନାରେ ସ୍ଥାନ ପାଇବାକୁ ଯୋଗ୍ୟ କି ?" ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ଵାଧିନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏଭଳି ମନ୍ତବ୍ୟ ଦେଇଛନ୍ତି ।

ସୁପ୍ରିମକୋର୍ଟ ଆହୁରି କହିଛନ୍ତି, "ହୁଏକ ଅଧିକାରୀ ଜଣଙ୍କ ଭଲ ପ୍ରଦର୍ଶନ କରୁଥାଇ ପାରନ୍ତି କିନ୍ତୁ ସେ ଭାରତୀୟ ସେନା ପାଇଁ ଅନୁପଯୁକ୍ତ । ତାଙ୍କୁ ବରଖାସ୍ତ କରାଯିବା ଦରକାର । ଏବେର ସମୟରେ ସେନା ଉପରେ ଅନେକ ଦାୟିତ୍ଵ ରହିଛି... ଏଭଳି ଭାବିବା ଅନୁଚିତ ।"

ସେନାର ଅନୁଶାସନ ଭାଙ୍ଗିବା ଅଭିଯୋଗରେ ତୃତୀୟ କାଭଲରି ରେଜିମେଣ୍ଟର ପୂର୍ବତନ ଲେଫ୍ଟନାଣ୍ଟ ସାମୁଏଲ୍ କମଲେସନଙ୍କୁ ସେବାରୁ ବରଖାସ୍ତ କରାଯାଇଛି । ଉପରିସ୍ଥ ଅଧିକାରୀ ମନ୍ଦିର ପରିସରରେ ପୂଜା ପାଇଁ ଦେଇଥିବା ନିର୍ଦ୍ଦେଶକୁ ସେ ମାନି ନଥିଲେ । କହିଥିଲେ, "ଏହା ତାଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବ ।"

ଏଥିସହ ପଢ଼ନ୍ତୁ: ଘର ଆଗରେ ଖେଳୁଥିବା ବେଳେ ୬ ବର୍ଷର ଛୁଆ କାନକୁ କାମୁଡ଼ି ଦେଲା କୁକୁର, ହରାଇଲେ ଶ୍ରବଣ ଶକ୍ତି

ଗତ ମେ ମାସରେ ଦିଲ୍ଲୀ ହାଇକୋର୍ଟ, ଭାରତୀୟ ସେନା ନେଇଥିବା କାର୍ଯ୍ୟାନୁଷ୍ଠାନକୁ ବଳବତ୍ତର ରଖିଥିଲେ । କହିଥିଲେ, "ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ନ ମାନିବା ଗ୍ରହଣଯୋଗ୍ୟ ନୁହେଁ ।" ଏପରିକି କମଲେସନ ସେନାର ନୀତି ଉଲ୍ଲଂଘନ କରିଥିବା କୋର୍ଟ କହିଛନ୍ତି ।

ମଙ୍ଗଳବାର ସୁପ୍ରିମକୋର୍ଟ ଏହି ମାମଲାକୁ ଜମା ବି ଗୁରୁତ୍ଵ ଦେଇ ନାହାନ୍ତି । ଜଷ୍ଟିସ୍ ଜୟମାଳା ବାଗଚୀ କହିଛନ୍ତି, "ଏହି ପୂର୍ବତନ ସୈନିକ ଜଣଙ୍କ ପାଷ୍ଟରଙ୍କ ଉପଦେଶ ମଧ୍ୟ ମାନନ୍ତି ନାହିଁ । ଆପଣଙ୍କ ଧର୍ମ କ'ଣ ଆପଣଙ୍କୁ କ'ଣ ବୁଝାଏ ତାହା ବ୍ୟକ୍ତିଗତ... ଆପଣ ସେନାର ୟୁନିଫର୍ମ ପିନ୍ଧୁଛନ୍ତି ।" ତେବେ ବହିଷ୍କୃତ ଖ୍ରୀଷ୍ଟିଆନ୍ ଅଧିକାରୀଙ୍କ ସପକ୍ଷରେ ତାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ବି ନିରର୍ଥକ ହୋଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Supreme Court Slams Christian Army Officer Over Worship Refusal | Argus News | Argus News